ଭାରତ-ଆମେରିକା ମିଳିତ ଭାବେ ତିଆରି କରିବେ ଡ୍ରୋନ-ସେମିକଣ୍ଡକ୍ଟର…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨।୨ : ଆମେରିକାର ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରର ବଡ଼ କମ୍ପାନୀ ଜେନେରାଲ ଆଟୋମିକ୍ସ ଭାରତ ସହ ସହଭାଗିତାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରିବାକୁ ପ୍ରସ୍ତୁତ ହେଉଛି। ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡ୍ରୋନ ଏବଂ ସେମିକଣ୍ଡକ୍ଟର।

ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱରେ ପ୍ରଭାବ ପକାଇବା ଦୃଷ୍ଟିରୁ ଏହି ତିନୋଟି କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଭାରତ ଏବଂ ଆମେରିକା ମଧ୍ୟରେ ଏହି ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଜେନେରାଲ ଆଟୋମିକ୍ସର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଜେନେରାଲ ଆଟୋମିକ୍ସ ଗ୍ଲୋବାଲ କର୍ପୋରେଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ବିବେକ ଲାଲ କହିଛନ୍ତି ଯେ ଜେନେରାଲ ଏରୋନେଟିକାଲ ସିଷ୍ଟମ ଭାରତୀୟ କମ୍ପାନୀ ଭାରତ ଫୋର୍ଜ ସହ ସହଭାଗିତାରେ ଉଚ୍ଚ ଉନ୍ନତ ପିଢ଼ି଼ ଡ୍ରୋନ, ଏରୋଷ୍ଟ୍ରକଚର ଉତ୍ପାଦନ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିବ। ଏହା ବ୍ୟତୀତ କମ୍ପାନୀ ଇଣ୍ଡିଆନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ୧୧୪-ଏଆଇର ସହଯୋଗରେ ପରବର୍ତ୍ତୀ ପିଢ଼଼ିର ଏଆଇ ଟେକ୍ନୋଲୋଜିରେ କାମ କରିବ।

ଭାରତର ସବୁଠାରୁ ବଡ ଫର୍ଜିଂ କମ୍ପାନୀ ମଧ୍ୟରୁ ଭାରତ ଫୋର୍ଜ ଅନ୍ୟତମ। ଜେନେରାଲ ଆଟୋମିକ୍ସ ଅନ୍ୟ ଏକ ଭାରତୀୟ ଷ୍ଟାର୍ଟଅପ, ୩ଆରଡିଆଇଟେକ୍‌ ସହିତ ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟ କରିବ। କ୍ରିଟିକାଲ ଏବଂ ଏମର୍ଜିଂ ଟେକ୍ନୋଲୋଜି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଯାହା ଅନ୍ତର୍ଗତରେ ଉଭୟ ଦେଶ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରିବେ ।

Share