Posted inଜାତୀୟ

ଭାରତ-ଆମେରିକା ଯୁଦ୍ଧାଭ୍ୟାସ ‘ଟାର୍କାଶ’

ଚେନ୍ନାଇ,୧୨।୨: ଚେନ୍ନାଇରେ ଚାଲିଥିବା ଭାରତ-ଆମେରିକା ମିଳିତ ସମରାଭ୍ୟାସରେ ଆଣବିକ, ରାସାୟନିକ, ବାୟୋଲୋଜିକାଲ ଏବଂ ରେଡିଓଲୋଜିକାଲ (ସିବିଆର୍‌ଏନ୍‌) ଆତଙ୍କର ମୁକାବିଲାକୁ ସାମିଲ କରାଯାଇଛି। ଟାର୍କାଶ ନାମକ ଏହି ଯୁଦ୍ଧାଭ୍ୟାସରେ ଭାରତର ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ଏବଂ ଆମେରିକାର ସ୍ବତନ୍ତ୍ର ଅପରେଶନ ଫୋର୍ସ (ଏସ୍‌ଓଏଫ୍‌) ଯୋଗ ଦେଇଛନ୍ତି। ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆତଙ୍କବାଦ ନିରୋଧୀ ମିଳିତ ସମରାଭ୍ୟାସକୁ ଜୋର୍‌ଦାର କରାଯାଇଛି। ଏହାର ମୁଖ୍ୟାଂଶ ହେଲା ଦୁଇ ସ୍ବତନ୍ତ୍ର ବାହିନୀ ମଧ୍ୟରେ ସିବିଆର୍‌ଏନ୍‌ ଆତଙ୍କର ମୁକାବିଲା ଲାଗି ମକ୍‌ ଡ୍ରିଲ୍‌ ବୋଲି ଏନ୍‌ଏସ୍‌ଜି ପକ୍ଷରୁ ଟୁଇଟ୍‌ କରାଯାଇଛି। ଏହା ପ୍ରଥମ ଯୁଦ୍ଧାଭ୍ୟାସ, ଯେଉଁଥିରେ ଏକସଙ୍ଗେ ରାସାୟନିକ, ଜୈବିକ, ରେଡିଓଲୋଜିକାଲ ଏବଂ ଆଣବିକ ଆତଙ୍କ ବିରୋଧରେ ଜବାବ ଦିଆଯାଉଛି।

ମକ୍‌ ଡ୍ରିଲ୍‌ ସମୟରେ ରାସାୟନିକ ଅସ୍ତ୍ରରେ ସଜ୍ଜିତ ଏକ ଆତଙ୍କବାଦୀ ସଂଗଠନ ଅନ୍ତର୍ଜାତୀୟ ସମିଟ୍‌ ଅବସରରେ ଏକ ସମ୍ମିଳନୀ ହଲ୍‌ ଉପରେ ଆକ୍ରମଣର ଧମକ ଦେଉଛି। ଉକ୍ତ ଆତଙ୍କବାଦୀମାନଙ୍କୁ ତୁରନ୍ତ ହତ୍ୟା କରିବା ସହ ସେମାନେ ପଣବନ୍ଦୀ ରଖିଥିବା ଲୋକମାନଙ୍କୁ ନିରାପଦର ସହ ଉଦ୍ଧାର କରିବା ଏବଂ ଆତଙ୍କବାଦୀଙ୍କ ରାସାୟନିକ ଅସ୍ତ୍ରକୁ ଅକାମୀ କରିଦେବା ଏନ୍‌ଏସ୍‌ଜି ଏବଂ ଆମେରିକା ଏସ୍‌ଓଏଫ୍‌ ଟିମ୍‌ର ମିଳିତ ସମରାଭ୍ୟାସର ଲକ୍ଷ୍ୟ ବୋଲି ଜଣେ ଭାରତୀୟ ଅଧିକାରୀ କହିଛନ୍ତି।

ଆତଙ୍କବାଦୀମାନେ ରାସାୟନିକ, ଜୈବିକ, ରେଡିଓଲୋଜିକାଲ କିମ୍ବା ଆଣବିକ ସାମଗ୍ରୀକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ, ଏହାକୁ ପ୍ରୋଟେକ୍ସ ୟୁକେ ଅନୁଯାୟୀ ସିବିଆର୍‌ଏନ୍‌ ଆତଙ୍କବାଦ ବୋଲି କୁହାଯାଉଛି। ଏହା ବିଶ୍ୱ ଶାନ୍ତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିଛି, ଯାହା ଉପରେ ନିରନ୍ତର ଦୃଷ୍ଟି ଦିଆଯିବା ଆବଶ୍ୟକ। ପୂର୍ବରୁ ଅଳ୍ପ କେତେକ ଆତଙ୍କବାଦୀ ଆକ୍ରମଣରେ ସିବିଆର୍‌ଏନ୍‌ ସାମଗ୍ରୀ ବ୍ୟବହୃତ ହୋଇଛି। ୨୦୧୭ ସିରିଆ ଆକ୍ରମଣରେ ରାସାୟନିକ ଅସ୍ତ୍ର ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ଆତଙ୍କବାଦୀ ଓ ସେମାନଙ୍କୁ ସହାୟତା କରୁଥିବା ଏଜେଣ୍ଟମାନଙ୍କ ହାତରେ ଏଭଳି ମାରାତ୍ମକ ସାମଗ୍ରୀ ପଡ଼ିଯିବା ସହ ସେମାନେ ଏହାକୁ ବ୍ୟବହାର କରିବା ସମ୍ଭାବନା ଥିବାରୁ ଏହା ବିଶ୍ୱ ଶାନ୍ତି ଓ ସୁରକ୍ଷା ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି କରିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ନୂଆବର୍ଷରୁ ଏମାନଙ୍କୁ ମିଳିବନି ରାସନ! ଡିସେମ୍ୱର ୩୧ ସୁଦ୍ଧା କରି ନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୭।୧୨: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା। ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଡିସେମ୍ୱର 31 ପୂର୍ୱରୁ ଏହି ଜରୁରୀ କାର୍ଯ୍ୟ ସମାପ୍ତ...

‘ଆସାମରେ ୪୦ ପ୍ରତିଶତ ବାଂଲାଦେଶ ମୁସଲିମ’, ଆଶ୍ଚର୍ଯ୍ୟଜନକ ଦାବି କଲେ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୨୭।୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ କାର୍ଯ୍ୟକ୍ରମରେ ଦାବି କରିଥିଲେ ଯେ ରାଜ୍ୟର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ବାଂଲାଦେଶୀ ମୁସଲମାନ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri