Posted inଜାତୀୟ

ଭାରତ-ଆମେରିକା ଯୁଦ୍ଧାଭ୍ୟାସ ‘ଟାର୍କାଶ’

ଚେନ୍ନାଇ,୧୨।୨: ଚେନ୍ନାଇରେ ଚାଲିଥିବା ଭାରତ-ଆମେରିକା ମିଳିତ ସମରାଭ୍ୟାସରେ ଆଣବିକ, ରାସାୟନିକ, ବାୟୋଲୋଜିକାଲ ଏବଂ ରେଡିଓଲୋଜିକାଲ (ସିବିଆର୍‌ଏନ୍‌) ଆତଙ୍କର ମୁକାବିଲାକୁ ସାମିଲ କରାଯାଇଛି। ଟାର୍କାଶ ନାମକ ଏହି ଯୁଦ୍ଧାଭ୍ୟାସରେ ଭାରତର ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ଏବଂ ଆମେରିକାର ସ୍ବତନ୍ତ୍ର ଅପରେଶନ ଫୋର୍ସ (ଏସ୍‌ଓଏଫ୍‌) ଯୋଗ ଦେଇଛନ୍ତି। ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆତଙ୍କବାଦ ନିରୋଧୀ ମିଳିତ ସମରାଭ୍ୟାସକୁ ଜୋର୍‌ଦାର କରାଯାଇଛି। ଏହାର ମୁଖ୍ୟାଂଶ ହେଲା ଦୁଇ ସ୍ବତନ୍ତ୍ର ବାହିନୀ ମଧ୍ୟରେ ସିବିଆର୍‌ଏନ୍‌ ଆତଙ୍କର ମୁକାବିଲା ଲାଗି ମକ୍‌ ଡ୍ରିଲ୍‌ ବୋଲି ଏନ୍‌ଏସ୍‌ଜି ପକ୍ଷରୁ ଟୁଇଟ୍‌ କରାଯାଇଛି। ଏହା ପ୍ରଥମ ଯୁଦ୍ଧାଭ୍ୟାସ, ଯେଉଁଥିରେ ଏକସଙ୍ଗେ ରାସାୟନିକ, ଜୈବିକ, ରେଡିଓଲୋଜିକାଲ ଏବଂ ଆଣବିକ ଆତଙ୍କ ବିରୋଧରେ ଜବାବ ଦିଆଯାଉଛି।

ମକ୍‌ ଡ୍ରିଲ୍‌ ସମୟରେ ରାସାୟନିକ ଅସ୍ତ୍ରରେ ସଜ୍ଜିତ ଏକ ଆତଙ୍କବାଦୀ ସଂଗଠନ ଅନ୍ତର୍ଜାତୀୟ ସମିଟ୍‌ ଅବସରରେ ଏକ ସମ୍ମିଳନୀ ହଲ୍‌ ଉପରେ ଆକ୍ରମଣର ଧମକ ଦେଉଛି। ଉକ୍ତ ଆତଙ୍କବାଦୀମାନଙ୍କୁ ତୁରନ୍ତ ହତ୍ୟା କରିବା ସହ ସେମାନେ ପଣବନ୍ଦୀ ରଖିଥିବା ଲୋକମାନଙ୍କୁ ନିରାପଦର ସହ ଉଦ୍ଧାର କରିବା ଏବଂ ଆତଙ୍କବାଦୀଙ୍କ ରାସାୟନିକ ଅସ୍ତ୍ରକୁ ଅକାମୀ କରିଦେବା ଏନ୍‌ଏସ୍‌ଜି ଏବଂ ଆମେରିକା ଏସ୍‌ଓଏଫ୍‌ ଟିମ୍‌ର ମିଳିତ ସମରାଭ୍ୟାସର ଲକ୍ଷ୍ୟ ବୋଲି ଜଣେ ଭାରତୀୟ ଅଧିକାରୀ କହିଛନ୍ତି।

ଆତଙ୍କବାଦୀମାନେ ରାସାୟନିକ, ଜୈବିକ, ରେଡିଓଲୋଜିକାଲ କିମ୍ବା ଆଣବିକ ସାମଗ୍ରୀକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ, ଏହାକୁ ପ୍ରୋଟେକ୍ସ ୟୁକେ ଅନୁଯାୟୀ ସିବିଆର୍‌ଏନ୍‌ ଆତଙ୍କବାଦ ବୋଲି କୁହାଯାଉଛି। ଏହା ବିଶ୍ୱ ଶାନ୍ତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିଛି, ଯାହା ଉପରେ ନିରନ୍ତର ଦୃଷ୍ଟି ଦିଆଯିବା ଆବଶ୍ୟକ। ପୂର୍ବରୁ ଅଳ୍ପ କେତେକ ଆତଙ୍କବାଦୀ ଆକ୍ରମଣରେ ସିବିଆର୍‌ଏନ୍‌ ସାମଗ୍ରୀ ବ୍ୟବହୃତ ହୋଇଛି। ୨୦୧୭ ସିରିଆ ଆକ୍ରମଣରେ ରାସାୟନିକ ଅସ୍ତ୍ର ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ଆତଙ୍କବାଦୀ ଓ ସେମାନଙ୍କୁ ସହାୟତା କରୁଥିବା ଏଜେଣ୍ଟମାନଙ୍କ ହାତରେ ଏଭଳି ମାରାତ୍ମକ ସାମଗ୍ରୀ ପଡ଼ିଯିବା ସହ ସେମାନେ ଏହାକୁ ବ୍ୟବହାର କରିବା ସମ୍ଭାବନା ଥିବାରୁ ଏହା ବିଶ୍ୱ ଶାନ୍ତି ଓ ସୁରକ୍ଷା ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି କରିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଇତିହାସ ରଚିଲା ନାସାର ଆର୍ଟେମିସ-୨: ଐତିହାସିକ ୧୦ ଦିନିଆ ଚନ୍ଦ୍ର ଯାତ୍ରା ପରେ ପୃଥିବୀକୁ ଫେରିଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୧।୪: ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri