Categories: ଖେଳ

କ୍ଲିନ ସୁଇପ୍‌ ମୁହାଁ ଭାରତ, ଟିମ୍‌ ଇଣ୍ଡିଆର ବିଶାଳ ସ୍କୋର,ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୩୮୬…

ଇନ୍ଦୋର,୨୪।୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକାର କ୍ରିକେଟ ଷ୍ଟାଡିୟମରେ ଜାରି ରହିଛି। ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାନ୍ଥାମ ଟସ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ବିଶାଳ ସ୍କୋର କରି କ୍ଲିନ ସୁଇପ୍‌ ମୁହାଁ ହୋଇଛି।

୫୦ ଓଭରରେ ଭାରତ ୯ ଓ୍ବିକେଟ ହରାଇ ୩୮୫ ରନ କରିଛି। ଫଳରେ ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୩୮୬ ରନ ରହିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୮୫ ବଲରେ ୧୦୧, ଶୂଭମାନ ଗିଲ୍‌ ୭୮ ବଲରେ ୧୧୨, ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୫୪ ରନ୍‌ କରିଥିଲେ।

ଭାରତ ୩ ଟିକିଆ ଏକଦିବସୀୟରୁ ୨-୦ରେ ଆଗୁଆ ରହିଛି। ତୃତୀୟ ମ୍ୟାଚକୁ ହାତେଇବା ଲାଗି ରୋହିତ ଟିମ୍‌ ଯୋଜନା କରିଛନ୍ତି।

Share