Posted inଖେଳ

ଭାରତ ବିପକ୍ଷ ଏକଦିବସୀୟ, ଟି-୨୦ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ସିଡନୀ,୨୯।୧୦: ଆସନ୍ତା ଜାନୁୟାରୀରେ ଭାରତ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ ଉଭୟ ଦଳ ଟି-୨୦, ଏକଦିବସୀୟ ଏବଂ ଟେଷ୍ଟ ସିରିଜ୍‌ ଖେଳାଯିବ। ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି। ଦଳରେ ନୂଆ ଚେହେରା ଭାବେ ୨୧ ବର୍ଷୀୟ କ୍ୟାମରନ୍‌ ଗ୍ରୀନଙ୍କୁ ନିଆଯାଇଛି। ଏହି ଗସ୍ତରେ ଭାରତକୁ ୪ଟି ଟେଷ୍ଟ, ୩ଟି ଏକଦିବସୀୟ ଏବଂ ୩ଟି ଟି-୨୦ ଖେଳିବାକୁ ପଡିବ। ସମସ୍ତ ୨ଟି ଏକଦିବସୀୟ ମ୍ୟାଚ୍‌ ୨୭, ୨୯ ଏବଂ ୨ ଡିସେମ୍ବରରେ ଖେଳାଯିବ। ଏଥି ସହିତ ୩ଟି ଟି -୨୦ ମ୍ୟାଚ ଡିସେମ୍ବର ୪, ୬ ଏବଂ ୮ ରେ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ ୧୭ ଡିସେମ୍ବରରୁ ଆରମ୍ଭ ହେବ।
ଅଷ୍ଟ୍ରେଲିଆ ଦିନିକିଆ ଓ ଟି-୨୦ ଦଳ: ଆରୋନ ଫିଞ୍ଚ (ଅଧିନାୟକ), ସିନ ଆବୋଟ୍ଟ, ଆଷ୍ଟନ ଆଗର୍‌, ଆଲେକ୍ସ କ୍ୟାରୀ, ପ୍ୟାଟ କମିନ୍ସ (ଉପଅଧିନାୟକ), କାମେରନ ଗ୍ରୀନ, ଜୋଶ ହେଜଲଉଡ, ମୋଜେସ ହେନରିକ୍ସ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ଡାନିଏଲ ସାମ୍ସ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ୱାଣ୍ଣର୍ର୍‌, ଆଡାମ ଜାମ୍ପା।

ଭାରତ ବନାମ ଅଷ୍ଟ୍ରେଲିଆ କାର୍ଯ୍ୟସୂଚୀ
ପ୍ରଥମ ଏକଦିବସୀୟ – ନଭେମ୍ବର ୨୭ – ସିଡନୀ
ଦ୍ୱିତୀୟ ଏକଦିବସୀୟ – ନଭେମ୍ବର ୨୯ – ସିଡନୀ
ତୃତୀୟ ଏକଦିବସୀୟ -ଡିସେମ୍ବର ୨- କାନବେରା
ପ୍ରଥମ ଟି-୨୦ – ଡିସେମ୍ବର ୪ – କାନବେରା
ଦ୍ୱିତୀୟ ଟି-୨୦ – ଡିସେମ୍ବର ୬ – ସିଡନୀ
ତୃତୀୟ ଟି-୨୦ – ଡିସେମ୍ବର ୮ – ସିଡନୀ
ପ୍ରଥମ ଟେଷ୍ଟ ମ୍ୟାଚ – ୧୭ ଡିସେମ୍ବରରୁ ୨୧ ଡିସେମ୍ବର – ଆଡିଲେଡ
ଦ୍ୱିତୀୟ ଟେଷ୍ଟ ମ୍ୟାଚ – ୨୬ ଡିସେମ୍ବରରୁ ୩୦ ଡିସେମ୍ବର – ମେଲବୋର୍ଣ୍ଣ
ତୃତୀୟ ଟେଷ୍ଟ ମ୍ୟାଚ – ୦୭ ଜାନୁଆରୀରୁ ୧୧ ଜାନୁଆରୀ – ସିଡନୀ
ଚତୁର୍ଥ ଟେଷ୍ଟ ମ୍ୟାଚ – ୧୫ ଜାନୁଆରୀରୁ ୧୯ ଜାନୁଆରୀ – ବ୍ରିସବେନ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri