Posted inଖେଳ

ଟେଷ୍ଟ ଚାମ୍ପିୟନଶିପ୍‌ ତାଲିକା ଶୀର୍ଷରେ ଭାରତ

ଦୁବାଇ,୭।୩(ପି.ଟି.): ଇଂଲଣ୍ଡକୁ ୩-୧ରେ ଟେଷ୍ଟ ସିରିଜରେ ପରାସ୍ତ କରିବା ସହ ଭାରତ ଶନିବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଏଥିସହ ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ମୋଟ ଉପରେ ୧୨ଟି ବିଜୟ, ୪ଟି ପରାଜୟ ଓ ଗୋଟିଏ ଡ୍ର ସହ ୫୨୦ ପଏଣ୍ଟ ହାସଲ କରିଛି। ଇଂଲଣ୍ଡର ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ଆସନ୍ତା ଜୁନ୍‌ରେ ପରସ୍ପରକୁ ଭେଟିବେ। ନ୍ୟୁଜିଲାଣ୍ଡ ୭ ବିଜୟ ଓ ୪ ପରାଜୟ ସହ ୪୨୦ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରେଲିଆ ୩୩୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ଚତୁର୍ଥ, ପାକିସ୍ତାନ ପଞ୍ଚମ ସ୍ଥାନରେ ରହିଛି।
କରୋନା କାରଣରୁ ପଏଣ୍ଟ ଟେବୁଲ ଫର୍ମାଟ୍‌ରେ ପରିବର୍ତ୍ତନ
କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତର୍ଜାତୀୟ କ୍ୟାଲେଣ୍ଡରରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ପଏଣ୍ଟ ଟେବୁଲର ଫର୍ମାଟ୍‌ରେ ପରିବର୍ତ୍ତନ କରାଯାଇଥିଲା। ଅପେକ୍ଷାକୃତ କମ୍‌ ମ୍ୟାଚ୍‌ ଖେଳିଥିବା ଦଳଗୁଡିକ ସହ ଭେଦଭାବ ନ କରିବା ପାଇଁ ଆଇସିସି ଏପରି ନିଷ୍ପତ୍ତି ନେଇଥିଲା। ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଆଇସିସି କ୍ରିକେଟ କମିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଦଳଗୁଡିକର ର଼୍ୟାଙ୍କିଙ୍ଗ୍‌ ପର୍ସେଣ୍ଟେଜ୍‌କୁ ଦୃଷ୍ଟିରେ ରଖି ମୂଲ୍ୟାଙ୍କନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାଦ୍ୱାରା ଦଳଗୁଡିକ ଖେଳିଥିବା ସିରିଜ ଓ ସେହି ସିରିଜରେ ହାସଲ କରିଥିବା ପଏଣ୍ଟକୁ ବିଚାର କରାଯାଇ ପର୍ସେଣ୍ଟେଜ୍‌ ବାହାର କରାଯାଇଥାଏ। ପ୍ରଥମେ ଭାରତ ଶୀର୍ଷରେ ରହିଥିଲା। ତେବେ ଏହା ଲାଗୁ ହେବା ପରେ ଭାରତ ପଛରେ ପଡିଯାଇଥିଲା। ଶେଷରେ ଭାରତ ପ୍ରତ୍ୟାବର୍ତ୍ତନ କରି ଶୀର୍ଷସ୍ଥାନ ଅଧିକାର କରିଛି। ଲିଗ୍‌ ପର୍ଯ୍ୟାୟ ଶେଷରେ ଭାରତ ୭୨.୨ ପିସିଟି ପର୍ସେଣ୍ଟେଜ ପାଇ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୭୦.୦ ପର୍ସେଣ୍ଟେଜ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଅଷ୍ଟ୍ରେଲିଆ ୬୯.୨ ପର୍ସେଣ୍ଟେଜ ସହ ତୃତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri