Posted inଖେଳ

‘ପାରାଲିମ୍ପିକ୍ସରେ ଭାରତ ଜିତିବ ୨୫ ପଦକ’

ନୂଆଦିଲ୍ଲୀ,୧୮ା୮(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତ ଅନୂ୍ୟନ ୨୫ପଦକ ହାସଲ କରିବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାରାଲିମ୍ପିକ୍ସ କମିଟି (ପିସିଆଇ) ମୁଖ୍ୟ ଦେବେନ୍ଦ୍ର ଝାଝରିଆ। ଭାରତୀୟ ଷ୍ଟାର ଶଟଲର ପ୍ରମୋଦ ଭଗତ ବାଦ୍‌ ପଡ଼ିଥିଲେ ମଧ୍ୟ ଏହା ଭାରତୀୟ ପ୍ରଦର୍ଶନକୁ ପ୍ରଭାବିତ କରିବ ନାହିଁ ବୋଲି ଝାଝରିଆ କହିଛନ୍ତି। ଡୋପିଂ ନିରୋଧୀ ନିୟମର ଉଲ୍ଲଂଘନ କାରଣରୁ ଭଗତଙ୍କୁ ୧୮ ମାସ ପାଇଁ ବାସନ୍ଦ କରାଯାଇଥିଲା। ତେବେ ଚଳିତବର୍ଷ ଭାରତ ପାରାଲିମ୍ପିକ୍ସ ପାଇଁ ଏହାର ସର୍ବବୃହତ୍‌ ୮୪ ଜଣିଆ ଆଥ୍‌ଲେଟିକ୍ସ ଦଳ ପ୍ରେରଣ କରିଛି। ଏହି ଦଳରେ ଆରମ୍ଭରୁ ପ୍ରମୋଦଙ୍କ ନାମ ନ ଥିଲା। ତେଣୁ ଭାରତ ଏହି ୮୪ ଖେଳାଳିଙ୍କ ନିକଟରୁ ହିଁ ୨୫ ପଦକର ଆଶା ରଖିଛି। ଏହା ନିଃସନ୍ଦେହ କି ପ୍ରମୋଦ ଆମର ଜଣେ ତାରକା ଆଥ୍‌ଲେଟ। ମାତ୍ର ଭାରତ ନିକଟରେ ପ୍ରତିଭାର ଭଣ୍ଡାର ରହିଛି ବୋଲି ସେ କହିଛନ୍ତି। ପ୍ରମୋଦ ଟୋକିଓ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ୟାରିସ୍‌ ପାରାଲିମ୍ପିକ୍ସ ପାଇଁ ମଧ୍ୟ ତାଙ୍କୁ ଫେଭରିଟ୍‌ ଭାବରେ ବିବେଚନା କରାଯାଉଥିଲା। ତେବେ ଚଳିତ ବର୍ଷ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖି ୨୫ ପଦକର ଭବିଷ୍ୟବାଣୀ କରିଥିବା କହିଛନ୍ତି ଦେବେନ୍ଦ୍ର।
ଆସନ୍ତା ଅଗଷ୍ଟ ୨୮ ତାରିଖରୁ ପାରାଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଭାରତ ଟୋକିଓରେ ୧୯ଟି ପଦକ ହାସଲ କରିଥିବା ବେଳେ ପାରା ଏସିଆନ୍‌ ଗେମ୍ସରେ ୧୧୧ ପଦକ ହାସଲ କରିଥିଲା। ଭାରତ ଏହାର ପାରାଲିମ୍ପିକ୍ସ ଇତିହାସରେ ସର୍ବବୃହତ ଦଳ ପ୍ରେରଣ କରିଥିବା ବେଳେ ଅତିକମ୍‌ରେ ୨୫ ପଦକ ଜିତିବ ବୋଲି ଡବଲ୍‌ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝରିଆ ପ୍ରକାଶ କରିଛନ୍ତି। ଭାରତ ସମୁଦାୟ ୧୨ଟି କ୍ରୀଡ଼ା ଇଭେଣ୍ଟରେ ଅଂଶଗ୍ରହଣ କରିବ।
ଭାରତୀୟ ଆଥ୍‌ଲେଟମାନେ ଚମତ୍କାର ଫର୍ମରେ ରହିଛନ୍ତି। ପାରାଲିମ୍ପିକ୍ସ ପାଇଁ ସମସ୍ତ ଆଥ୍‌ଲେଟଙ୍କ ପ୍ରସ୍ତୁତି ମଧ୍ୟ ଶୀର୍ଷସ୍ତରୀୟ ରହିଛି ବୋଲି ଝାଝରିଆ କହିଛନ୍ତି। ଏହି ଖେଳାଳିମାନେ ଭାରତକୁ ଗର୍ବିତ କରିବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଭାରତୀୟ ଦଳରେ ଯୁବ ଏବଂ ବରିଷ୍ଠମାନଙ୍କର ଏକ ଚମତ୍କାର ସମନ୍ବୟ ରହିଛି। ୩୯ ବର୍ଷୀୟ ଅମିତ ସରୋହା ଏହି ଦଳର ସବୁଠାରୁ ବରିଷ୍ଠ ଖେଳାଳି ଥିବା ବେଳେ ୧୭ ବର୍ଷିଆ ବିସ୍ମୟୀ ବାଳିକା ତୀରନ୍ଦାଜ ଶୀତଲ ଦେବୀ ସର୍ବକନିଷ୍ଠ ଖେଳାଳି ରହିଛନ୍ତି। ହାତ ବଦଳରେ ପାଦର ବ୍ୟବହାର କରି ତୀରନ୍ଦାଜୀ କରୁଥିବା ଜମ୍ମୁ-କଶ୍ମୀରର ଶୀତଲ ଚଳିତ ଏସିଆନ ପାରା ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅମିତ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବେଳେ ଶୀତଲଙ୍କର ଏହା ପ୍ରଥମ ଅଲିମ୍ପିକ୍ସ।
ଟୋକିଓ ଅଲିମ୍ପିକ୍ସରେ ଭାରତ ୫୬ ଜଣିଆ ଦଳ ପ୍ରେରଣ କରିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୮୪ରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଭାରତ ବ୍ଲାଇଣ୍ଡ ଜୁଡୋ, ପାରା ସେଲିଂ ଓ ପାରା ସାଇକ୍ଲିଙ୍ଗ ପରି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri