Categories: ଖେଳ

ଅଲିମ୍ପିକ୍ସରେ ୮୫ ପଦକ ଇଭେଣ୍ଟରେ ଭାଗନେବ ଭାରତ

ନୂଆଦିଲ୍ଲୀ,୧୩।୭: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସକୁ ୨୨୮ ଜଣିଆ ଦଳ ପଠାଇବ ଭାରତ। ଏଥିରେ ୧୧୯ ଆଥ୍‌ଲେଟ ରହିଥିବା ମଙ୍ଗଳବାର ସୂଚନା ଦେଇଛନ୍ତି ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ମୁଖ୍ୟ ନରିନ୍ଦର ବାତ୍ରା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ୍ସ ଯୋଗ୍ୟତା ପ୍ରାପ୍ତ ଆଥ୍‌ଲେଟଙ୍କ ସହ ଆଲୋଚନା ବେଳେ ବାତ୍ରା କହିଛନ୍ତି, ମୋଟ ଉପରେ ଟୋକିଓ ଅଲିମ୍ପିକ୍ସରେ ୨୨୮ ଜଣିଆ ଭାରତୀୟ ଦଳ ଭାଗନେବ। ଏଥିରେ ୫୨ ମହିଳା ଓ ୬୭ ପୁରୁଷଙ୍କୁ ମିଶାଇ ୧୧୯ ଆଥ୍‌ଲେଟ ରହିଛନ୍ତି। ଆମେ ୮୫ ପଦକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବୁ।

ଅଲିମ୍ପିକ୍ସ ମହାକୁମ୍ଭରେ ଭାଗନେବାରେ ଏହା ଭାରତର ସବୁଠୁ ବଡ଼ ଦଳ ହେବ। ଭାରତୀୟ ଦଳ ଆସନ୍ତା ୧୭ରେ ଟୋକିଓ ଗସ୍ତ କରିବ ବୋଲି ବାତ୍ରା କହିଛନ୍ତି।

Share