Posted inଜାତୀୟ

ଭାରତରେ ନିର୍ମାଣ ହେବ ୩୦୦ ଅସ୍ତ୍ରଶସ୍ତ୍ର-ଡିଫେନ୍ସ ସିଷ୍ଟମ୍‌…

ନୂଆଦିଲ୍ଲୀ, ୭।୪ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ନୂତନ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରତିରକ୍ଷା ସାମଗ୍ରୀର ଆଉ ଏକ ତାଲିକା ପ୍ରକାଶ କରିବେ। ଏହି ସାମଗ୍ରୀ ଦେଶରେ ଉତ୍ପାଦିତ ହେବ। ଏହା ଅନ୍ତର୍ଗତ ଭାରତରେ ଏଣିକି ୩୦୦ ଅସ୍ତ୍ରଶସ୍ତ୍ର ଏବଂ ଡିଫେନ୍ସ ସିଷ୍ଟମର ବିକଶିତ କରାଯିବ। ଏହାପୂର୍ବରୁ ୨୦୨୦ ଅଗଷ୍ଟ ୨୧ରେ, ୧୦୧ ସାମଗ୍ରୀର ପ୍ରଥମ ତାଲିକା ଏବଂ ୨୦୨୧ ମେ ୩୧ରେ ୧୦୮ ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦ୍ୱିତୀୟ ତାଲିକା ପ୍ରକାଶ ପାଇଥିଲା। ବର୍ତ୍ତମାନ ତୃତୀୟ ତାଲିକା ୧୦୦ ଟି ଉପାଦାନକୁ ଅନ୍ତର୍ଭୁକ୍ତ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ତାଲିକାରେ ଅନ୍ତର୍ଭୁକ୍ତ ପ୍ରତିରକ୍ଷା ସାମଗ୍ରୀ ୨୦୨୫ ସୁଦ୍ଧା ଦେଶରେ ଉତ୍ପାଦିତ ହେବ। ଏହା ପରେ ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବ। ଏପର୍ଯ୍ୟନ୍ତ ପ୍ରକାଶିତ ତାଲିକାରେ ବନ୍ଧୁକ, ବିମାନ, ଯୁଦ୍ଧ ବିମାନ ଏବଂ ଏହି ଏବଂ ଅନ-ବୋର୍ଡ ଅମ୍ଳଜାନ ପ୍ରଣାଳୀରେ ବ୍ୟବହୃତ ଉପକରଣ ଅନ୍ତର୍ଭୁକ୍ତ ଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଭାରତୀୟ କମ୍ପାନୀଗୁଡିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨.୧୦ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ଅର୍ଡର ପାଇବେ ଯାହା ପ୍ରକାଶିତ ତୃତୀୟ ତାଲିକାରେ ରଖାଯାଇଛି।

ପ୍ରଥମ ଏବଂ ଦ୍ୱିତୀୟ ତାଲିକା ପ୍ରକାଶ ପାଇବା ପରଠାରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମୋଟ ୫୩,୮୩୯ କୋଟି ଟଙ୍କା ମୂଲ୍ୟର ୩୧ ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ସେହିପରି ୧,୭୭,୨୫୮ କୋଟି ଟଙ୍କା ମୂଲ୍ୟର ୮୩ ଟି ପ୍ରକଳ୍ପ ଉପରେ କାମ ଚାଲିଛି। ଆଗାମୀ ପାଞ୍ଚରୁ ସାତ ବର୍ଷ ମଧ୍ୟରେ ମୋଟ ୨,୯୩,୭୪୧ କୋଟି ଟଙ୍କା ମୂଲ୍ୟର ଅନ୍ୟ ପ୍ରତିରକ୍ଷା ଉତ୍ପାଦର ସ୍ବଦେଶୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ।

ତୃତୀୟ ତାଲିକାରେ ସୂଚିତ ଉତ୍ପାଦ ଲାଗି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨,୧୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅର୍ଡର ମିିଳିବାର ସମ୍ଭାବନା ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଉପକରଣ ଏବଂ ପ୍ଲାଟଫର୍ମର ତାଲିକା ପ୍ରକାଶ କରିବେ ଯାହା ଡିସେମ୍ବର ୨୦୨୫ ସୁଦ୍ଧା ସ୍ବଦେଶୀ ଭାବେ ନିର୍ମିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ପୁଣି ୨ ନିପା ରୋଗୀ ଚିହ୍ନଟ

ଥିରୁଭାନନ୍ତପୁରମ, ୬।୬: କେରଳକୁ ପୁଣି ଫେରିଛି ନିପା ଭାଇରସ। ନିପା ଆକ୍ରାନ୍ତ ସନ୍ଦେହରେ ପୁଣି ଦୁଇଜଣ ରୋଗୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ କମିଛି: ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେବେ କରୋନା ପିକ୍‌ ବିଷୟରେ କୌଣସି ସରକାରୀସ୍ତରରେ ନିଶ୍ଚିତକରଣ ହୋଇନାହିଁ। କିନ୍ତୁ...

ବ୍ରୁ ଶରଣାର୍ଥୀ ଚୁକ୍ତି: ୩୪ ହଜାରଙ୍କୁ ମିଳିବ ଭାରତୀୟ ନାଗରିକତା

ନୂଆଦିଲ୍ଲୀ,୧୬।୧: ବ୍ରୁ ଶରଣାର୍ଥୀଙ୍କୁ ନେଇ ଏକ ଚୁକ୍ତି କରାଯାଇଛି। ଏହାଦ୍ୱାରା ପ୍ରାୟ ୩୪ ହଜାର ବ୍ରୁ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିପାରିବ। ଆୟୋଜିତ ଏକ ବୈଠକରେ...

ସଂକ୍ରମଣ ରୋକିବାକୁ ୫ ସୂତ୍ରୀ ଯୋଜନା

ନୂଆଦିଲ୍ଲୀ,୨୮।୩: ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାର ମୁକାବିଲା ଲାଗି ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ...

ଗୁଗଲ ଦେଖାଉଛି ଆଶ୍ରୟସ୍ଥଳ

ନୂଆଦିଲ୍ଲୀ, ୭ା୪: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ବହୁଗୁଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁଗଲ ସେମାନଙ୍କୁ...

ବଦଳିଗଲାଣି ଅଭିନନ୍ଦନଙ୍କ ଲୁକ୍‌

ନୂଆଦିଲ୍ଲୀ,୨।୮: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଲୁକ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ...

ପୋଲିଓ ପୀଡ଼ିତଙ୍କୁ କାନ୍ଧରେ ବୋହି ୮ କିଲୋମିଟର ନେଲେ ଯବାନ

ଛତିଶଗଡ଼,୭।୬: ଛତିଶଗଡ଼ର ଗୁମୋଦି ଗାଁକୁ ସିଆରପିଏଫ୍‌ର ୨୩୧ ବାଟାଲିୟନ ଗୁରୁବାର ପେଟ୍ରୋଲିଂ ପାଇଁ ଯାଇଥିଲେ। ସେହି ସମୟରେ ଉକ୍ତ ଗାଁର ୧୩ ବର୍ଷର ଜଣେ ନାବାଳକ...

ଦୀପାବଳି-ଛଟ୍‌ରେ ଚାଲିବ ସ୍ବତନ୍ତ୍ର ୩୨ ଟ୍ରେନ୍‌

ନୂଆଦିଲ୍ଲୀ, ୧୮।୧୦: ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଯାତ୍ରୀମାନେ ଯାତାୟାତରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା...

Advertisement
Archives

Model This Week