Posted inଜାତୀୟ

ସନ୍ନି ଦେଓଲଙ୍କୁ ପ୍ରାର୍ଥୀ କଲାନି ଭାଜପା

ନୂଆଦିଲ୍ଲୀ,୩୧।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଶନିବାର ଅଷ୍ଟମ ପର୍ଯ୍ୟାୟରେ ୧୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ଅଭିନେତା ତଥା ବର୍ତ୍ତମାନର ଏମ୍‌ପି ସନ୍ନି ଦେଓଲ ଗୁର୍‌ଦାସପୁର ଆସନରୁ ବାଦ୍‌ ପଡ଼ିଛନ୍ତି। ପୂର୍ବତନ କୂଟନୀତିଜ୍ଞ ତରନଜିତ ସାନ୍ଧୁଙ୍କୁ ଦଳ ଅମୃତସରରୁ ପ୍ରାର୍ଥୀ କରିଛି। ପଞ୍ଜାବର ୧୩ ଆସନ ମଧ୍ୟରୁ ଶନିବାର ଭାଜପା ୬ଟିରେ ପ୍ରାର୍ଥୀ ଦେଇଛି। ବର୍ତ୍ତମାନ ଦିଲ୍ଲୀ ନର୍ଥଓ୍ବେଷ୍ଟ ଆସନରୁ ଭାଜପା ଏମ୍‌ପି ଥିବା ହଂସରାଜ ହଂସଙ୍କୁ ଫରିଦାବାଦ ଆସନରୁ ପ୍ରାର୍ଥୀ କରାଯାଇଛି। ରଭନୀତ ସିଂ ବିଟ୍ଟୁଙ୍କୁ ଲୁଧିଆନା ଆସନରୁ ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ପ୍ରେନିତ କୌରଙ୍କୁ ପଟିଆଲା ଆସନରୁ ପ୍ରାର୍ଥୀ କରାଯାଇଛି। ଭାଜପାରେ ଯୋଗଦେଇଥିବା ଆମ୍‌ ଆଦ୍‌ମୀ ପାର୍ଟି ନେତା ସୁଶୀଲ କୁମାର ରିଙ୍କୁ ଜଳନ୍ଧରରୁ ଲଢ଼ିବାକୁ ଯାଉଛନ୍ତି। ଅଷ୍ଟମ ପର୍ଯ୍ୟାୟରେ ଓଡ଼ିଶାରୁ ୩ ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ଭର୍ତ୍ତୃହରି ମହତାବ କଟକରୁ ପ୍ରାର୍ଥୀ ହୋଇଥିବାବେଳେ ରବୀନ୍ଦ୍ର ନାରାୟଣ ବେହେରା ଯାଜପୁରରୁ ଏବଂ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ପଶ୍ଚିମବଙ୍ଗର ୨ ଆସନ ପାଇଁ ଭାଜପା ଶନିବାର ପ୍ରାର୍ଥୀ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri