Posted inଖେଳ

ଭାରତ- ଶ୍ରୀଲଙ୍କା ଦିନିକିଆ ସିରିଜ ଆଜିଠାରୁ

କଲମ୍ବୋ,୧୮।୭ (ପି.ଟି.): ଶ୍ରୀଲଙ୍କା ଓ ଭ୍ରମଣକାରୀ ଭାରତ ମଧ୍ୟରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ବହୁଚର୍ଚ୍ଚିତ ସୀମିତ ଓଭର ସିରିଜ। ଏହି ଗସ୍ତରେ ଭାରତ ମୋଟ ୬ଟି ମ୍ୟାଚ୍‌ ଖେଳିବ। ପ୍ରଥମେ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହାପରେ ଦୁଇ ଦଳ ମଧ୍ୟରେ ଆୟୋଜନ ହେବ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ। ଟେଷ୍ଟ ସିରିଜ ଖେଳିବାକୁ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ମୁଖ୍ୟ ଦଳ ଇଂଲଣ୍ଡ ଗସ୍ତ କରିଛି। ଫଳରେ ଏହି ସୀମିତ ଓଭର ସିରିଜ ଖେଳିବାକୁ ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ନେତୃତ୍ୱରେ ଭାରତର ଅନ୍ୟ ଏକ ଯୁବ ଦଳ ଶ୍ରୀଲଙ୍କା ଗସ୍ତ କରିଛି। ରବିବାର ଆର. ପ୍ରେମଦାସା ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ତାରକା ଖେଳାଳିଙ୍କ ଅନୁପସ୍ଥିତିରେ ଦ୍ୱିତୀୟ ଶ୍ରେଣୀର ଏହି ଭାରତୀୟ ଦଳ କିଭଳି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ସିରିଜରେ ଭଲ ପ୍ରଦର୍ଶନ କରି କେତେକ ଖେଳାଳି ଆଗକୁ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ପାଇଁ ଦଳରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି।
ଶ୍ରୀଲଙ୍କା ଶିବିରରେ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ ହେବାରୁ ଏହି ସିରିଜକୁ ୫ ଦିନ ଘୁଞ୍ଚାଇ ଦିଆଯାଇଥିଲା। ଅଭିଜ୍ଞ ଅଲରାଉଣ୍ଡର ଦସୁନ ସନକାଙ୍କ ନେତୃତ୍ୱରେ ଘରୋଇ ପରିବେଶରେ ଶ୍ରୀଲଙ୍କା ପଡିଆକୁ ଓହ୍ଲାଇବ। ଗତ ୪ ବର୍ଷ ମଧ୍ୟରେ ଶ୍ରୀଲଙ୍କାର ନେତୃତ୍ୱ ବହୁବାର ବଦଳିଛି ଓ ଦଶମ ଅଧିନାୟକ ଭାବେ ସନକା ଦଳର ମଙ୍ଗ ଧରିବେ। ଉଭୟ ବ୍ୟାଟିଂ ଓ ବୋଲିଂରେ ସେ ନିଜର ଦକ୍ଷତା ଓ ପ୍ରତିଭା ପ୍ରମାଣ କରିଛନ୍ତି। ତେବେ ଭାରତ ବିପକ୍ଷରେ ଶ୍ରୀଲଙ୍କା କିଭଳି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶ୍ରୀଲଙ୍କା ଦଳରୁ ୩ଜଣ କ୍ୱାଲିଟି ଖେଳାଳି ବାଦ୍‌ ପଡିଛନ୍ତି। ଇଂଲଣ୍ଡ ଗସ୍ତରେ ଥିବାବେଳେ କୁଶଲ ମେଣ୍ଡିସ୍‌ ଓ ନିରୋଶାନ ଡିକ୍‌ଓ୍ବେଲା ବାସନ୍ଦ ହୋଇଛନ୍ତି। ସେହିପରି ଇଞ୍ଜୁରି କାରଣରୁ ପୂର୍ବତନ ଅଧିନାୟକ କୁଶଲ ପେରେରା ମଧ୍ୟ ଦଳରେ ସ୍ଥାନ ପାଇନାହନ୍ତି। ତେଣୁ ଦଳ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଛି। ଗତ ଇଂଲଣ୍ଡ ଗସ୍ତରେ ମଧ୍ୟ ଶ୍ରୀଲଙ୍କା ମାମୁଲି ପ୍ରଦର୍ଶନ କରି ବେଶ୍‌ ସମାଲୋଚିତ ହୋଇଥିଲା।
ବିଜୟ ହଜାରେ ଟ୍ରଫିରେ ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିବା ଯୁବ ଓପନର ପୃଥ୍ବୀ ଶ ଅଭିଜ୍ଞ ଧାଓ୍ବନଙ୍କ ସହ ଇନିଂସ ଓପନ କରିବା ଆଶା କରାଯାଉଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର ଦଳରେ ସ୍ଥାନ ପାଇବା ନିଶ୍ଚିତ। ତେବେ ଅନ୍ୟ ସ୍ଥାନ ପାଇଁ ଏକାଧିକ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଦେବଦତ୍ତ ପଡିକାଲ ଓ ଋତୁରାଜ ଗାଏକ୍ୱାଡ ମଧ୍ୟରେ ମୁକାବିଲା ହେବ। ସେହିପରି ଚାରିଆଡକୁ ଶଟ୍‌ ଖେଳିବାର ଦକ୍ଷତା ରଖୁଥିବା ସୂର୍ଯ୍ୟକୁମାର ଯାଦବ ଓ ମନୀଷ ପାଣ୍ଡେ ମଧ୍ୟ ପ୍ରଦର୍ଶନରେ ସ୍ଥିରତା ଆଣିବା ପାଇଁ ପ୍ରୟାସ କରି ଦଳରେ ସ୍ଥାନ ହାସଲ କରିବାକୁ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବେ। ସେହିପରି କ୍ରିଷ୍ଣାପ୍ପା ଗୋଥାମ କ୍ୱାଲିଟି ଅଫ୍‌ ସ୍ପିନ୍‌ ସହିତ ଲମ୍ବା ଶଟ୍‌ ମାରିବାର ଦକ୍ଷତା ରଖିଥାନ୍ତି। ଅନ୍ୟପଟେ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଜଣେ ଉଚ୍ଚକୋଟୀର ଅଲରାଉଣ୍ଡର ବିବେଚିତ ହେଉଛନ୍ତି। ତେଣୁ ଦଳରେ ସ୍ଥାନ ପାଇବାକୁ ଉଭୟ ଖେଳାଳି ହକ୍‌ ରଖୁଛନ୍ତି। ସେହିପରି ଫର୍ମରେ ନ ଥିବା ୟୁଜବେନ୍ଦ୍ର ଚହଲ ଓ ରାହୁଲ ଚହର ମଧ୍ୟ ଗୋଟିଏ ସ୍ଥାନ ପାଇଁ କୋଚ୍‌ ରାହୁଲ ଡ୍ରାଭିଡ ଓ ଅଧିନାୟକ ଧାଓ୍ବନଙ୍କୁ ଚିନ୍ତାରେ ପକାଇବେ। ସେହିପରି ଉଇକେଟକିପର ସ୍ଥାନ ପାଇଁ ଇଶାନ କିଷନ ଓ ସଞ୍ଜୁ ସାମ୍‌ସନଙ୍କ ମଧ୍ୟରୁ ଜଣକୁ ବାଛିବାକୁ ହେବ। ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଏ ନେଇ ଆଗାମୀ ୧୧ ଦିନରେ ପରୀକ୍ଷାର ସମ୍ମୁଖୀନ ହେବ।
ଦୁଇଟି ଭିନ୍ନ ସିରିଜ ପାଇଁ ଭାରତ ଦୁଇଟି ଦଳ ପଠାଇଛି। ଏଥିରୁ ଭାରତର ବେଞ୍ଚ୍‌ ଷ୍ଟ୍ରେନ୍ଥ ଜବରଦସ୍ତ ରହିଛି ବୋଲି ଧରିବାକୁ ହେବ। ଏହା ମଧ୍ୟ ଅନ୍ୟ ଦେଶଗୁଡିକୁ ଈର୍ଷାନ୍ବିତ କରିଛି। କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ତତ୍ତ୍ୱାବଧାନରେ ଭାରତ ଏହି ସିରିଜ ପୂରା ଦମ୍‌ରେ ଖେଳିବାକୁ ପ୍ରୟାସ କରିବ ଓ ଏହାକୁ ଆଦୌ ହାଲୁକା ଭାବେ ନେବନାହିଁ ବୋଲି ଆଶା କରାଯାଉଛି। ଡ୍ରାଭିଡ୍‌ଙ୍କ କାରଣରୁ ଭାରତର ବେଞ୍ଚ୍‌ ଷ୍ଟ୍ରେନ୍ଥ ଏତେ ଦୃଢ ହୋଇପାରିଛି। ଯେଉଁ ଦଳରେ ଧାଓ୍ବନ ଓ ପୃଥ୍ବୀଙ୍କ ସମେତ ପାଣ୍ଡେ, ସୂର୍ଯ୍ୟକୁମାର, ପାଣ୍ଡ୍ୟା ଭ୍ରାତା, ଅଭିଜ୍ଞ ଭୁବନେଶ୍ୱର କୁମାର, ଦୀପକ ଚହର ଓ ସ୍ପିନ୍‌ଯୋଡି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଭଳି ଖେଳାଳି ରହିଛନ୍ତି ସେ ଦଳକୁ ଦ୍ୱିତୀୟ ଶ୍ରେଣୀର ଦଳ କୁହାଯାଇପାରିବ ନାହିଁ। ତେଣୁ ଶ୍ରୀଲଙ୍କ ଭାରତ ବିପକ୍ଷରେ ପୂରା ଶକ୍ତି ଓ ସାମର୍ଥ୍ୟ ସହିତ ପଡିଆକୁ ଓହ୍ଲାଇବ। ଭାରତୀୟ ଦଳରେ ଅଧିକାଂଶ ଖେଳାଳି ଟି୨୦ରେ ନିୟମିତ ଖେଳି ଆସୁଛନ୍ତି। ଆଗକୁ ଟି୨୦ ବିଶ୍ୱକପ୍‌ ରହିଛି। ତେଣୁ ଆଗାମୀ ୩ ମାସରେ ଦିନିକିଆ ଫର୍ମାଟକୁ ସେତେଟା ଗୁରୁତ୍ୱ ଦିଆ ନ ଯିବା ନିଶ୍ଚିତ ହୋଇଛି। ତେଣୁ ଡ୍ରାଭିଡ ଓ ଧାଓ୍ବନ ଏହି ସିରିଜର ଗୁରୁତ୍ୱ ନେଇ ଭଲଭାବେ ଅବଗତ ଥିବେ। ଭାରତୀୟ ଦଳରେ ୬ ଜଣ ନବାଗତ ରହିଛନ୍ତି। ସବୁ ଖେଳାଳିଙ୍କୁ ସୁଯୋଗ ଦିଆଯିବା ସମ୍ଭବ ନୁହେଁ ବୋଲି ଡ୍ରାଭିଡ ସ୍ପଷ୍ଟ କରିଛନ୍ତି। ତେଣୁ ରବି ଶାସ୍ତ୍ରୀ ଓ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସହ ଏ ନେଇ ଡ୍ରାଭିଡ୍‌ ଓ ଧାଓ୍ବନ ପରାମର୍ଶ ନିଶ୍ଚିତ ଭାବେ କରିଥିବେ। ନବାଗତ ବରୁଣ ଚକ୍ରବର୍ତ୍ତୀ, ବାମହାତୀ ଦ୍ରୁତ ବୋଲର ଚେତନ ସାକାରିୟା, ଚହଲ, କୁଲଦୀପଙ୍କ ସମେତ ଅଧିନାୟକ ଧାଓ୍ବନ ଓ ଅନ୍ୟ ଖେଳାଳିଙ୍କ ପାଇଁ ମଧ୍ୟ ଏହି ସିରିଜରେ ଦକ୍ଷତା ପ୍ରମାଣ କରିବାର ଆବଶ୍ୟକତା ରହିଛି। ନ ହେଲେ ଟି୨୦ ବିଶ୍ୱକପ୍‌ରେ ଦଳରେ ସ୍ଥାନ ପାଇଁ କଷ୍ଟକର ହେବ। କାରଣ ଭାରତୀୟ ଦଳରେ ସବୁ ସ୍ଥାନ ପାଇଁ ଏକାଧିକ ବିକଳ୍ପ ରହିଛି। ତେଣୁ ଭାରତ ଏହି ସିରିଜକୁ ଆଦୌ ହାଲୁକା ଭାବେ ନେବନାହିଁ। ଫଳରେ ସିରିଜ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ଶିଖର ଧାଓ୍ବନ (ଅଧିନାୟକ),ପୃଥ୍ବୀ ଶ, ଦେବଦତ୍ତ ପଡିକାଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ନୀତୀଶ ରାଣା, ଇଶାନ କିଷନ (ଉଇକେଟକିପର), ସଞ୍ଜୁ ସାମସନ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, କ୍ରିଷ୍ଣାପ୍ପା ଗୋଥାମ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଦୀପକ ଚହର, ଭୁବନେଶ୍ୱର କୁମାର, ଚେତନ ସାକାରିୟା ଓ ନବଦୀପ ସଇନି।
ଶ୍ରୀଲଙ୍କା ଦଳ: ଦସୁନ ସନକା (ଅଧିନାୟକ), ଧନଞ୍ଜୟ ଡି ସିଲଭା, ଅଭିଷ୍କା ଫର୍ନାଣ୍ଡୋ, ଭାନୁକା ରାଜପାକସା, ପଥୁମ ନିଶାଙ୍କା, ଚରିଥ ଅସଲଙ୍କା, ଓ୍ବାନିଣ୍ଡୁ ହାସରଙ୍ଗା, ଆଶେନ ବନ୍ଦାରା, ମିଣ୍ଡୋ ଭାନୁକା, ଲାହିରୁ ଉଡାରା, ରମେଶ ମେଣ୍ଡିସ୍‌, ଚମିକା କରୁଣାରତ୍ନେ, ଦୁଷ୍ମନ୍ଥ ଚାମିରା, ଲକ୍ଷନ ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଲକ୍ଷନ, ଇଶାନ ଜୟରତ୍ନେ, ପ୍ରବୀଣ ଜୟବିକ୍ରମା, ଅସିଥା ଫର୍ନାଣ୍ଡୋ, କସୁନ ରଜିଥା, ଲାହିରୁ କୁମାରରା ଓ ଇସୁରୁ ଉଡାନା।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୩ଟା
ସ୍ଥାନ: କଲମ୍ବୋ
ପ୍ରସାରଣ: ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri