Posted inଖେଳ

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନଥିଲେ।

ଶୁବମନ ଗିଲଙ୍କ ନେତୃତ୍ୱରେ ୧୫ ଜଣ ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ସେଥିମଧ୍ୟରୁ ୨ ଜଣ ଖେଳାଳିଙ୍କ ଖେଳିବା ସେମାନଙ୍କ ଫିଟନେସ ରିପୋର୍ଟ ଉପରେ ନିର୍ଭର କରିବ। କେଏଲ ରାହୁଲଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଉଇକେଟ୍‌ କିପର ଭାବେ ରିଷଭ ପନ୍ତ ଓ ଧ୍ରୁବ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଛି।

ନିକଟରେ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିବା ଲମ୍ବାକାୟ ଦ୍ରୁତ ବୋଲର ଗୁରନୂର ବରାରଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ତାଙ୍କ ସହିତ ସାରାଂଶ ଜେନ ମଧ୍ୟ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ମଧ୍ୟ ପ୍ରଦେଶର ସାରାଂଶ ଜଣେ ଅଲରାଉଣ୍ଡର, ଯିଏ ଅଫ ସ୍ପିନ ବୋଲିଂ କରିବା ସହ ବାମହାତୀ ବ୍ୟାଟର ମଧ୍ୟ ଅଟନ୍ତି।

ବିସିସିଆଇ ତାହାର ବିବୃତ୍ତିରେ କହିଛି ଯେ ସାଇ ସୁଦର୍ଶନ ଓ ଯଶପ୍ରୀତ ବୁମ୍‌ରାଙ୍କ ଉପଲବ୍ଧତା ସେଣ୍ଟର ଅଫ ଏକ୍ସିଲେନ୍ସ (COE) ପକ୍ଷରୁ ଫିଟନେସ ଅନୁମୋଦନ ମିଳିବା ଉପରେ ନିର୍ଭର କରିବ। ସେହିପରି, ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନଥିଲେ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଭାରତୀୟ ଦଳ:

ଶୁବମନ ଗିଲ (ଅଧିନାୟକ)
କେଏଲ ରାହୁଲ (ଉପଅଧିନାୟକ)
ଯଶସ୍ବୀ ଜୟସୱାଲ
ରିଷଭ ପନ୍ତ (ଉଇକେଟ୍‌ କିପର)
ଧ୍ରୁବ ଜୁରେଲ (ଉଇକେଟ୍‌ କିପର)
ରବୀନ୍ଦ୍ର ଜାଡେଜା
କୁଲଦୀପ ଯାଦବ
ମାନବ ସୁଥାର
ମହମ୍ମଦ ସିରାଜ
ପ୍ରସିଦ୍ଧ କୃଷ୍ଣ
ଗୁରନୂର ବରାର
ଦେବଦତ୍ତ ପାଡିକ୍କଲ
ସାରାଂଶ ଜେନ
ଯଶପ୍ରୀତ ବୁମ୍ରା (ଫିଟନେସ କ୍ଲିୟାରେନ୍ସକୁ ଅପେକ୍ଷା)
ସାଇ ସୁଦର୍ଶନ (ଫିଟନେସ କ୍ଲିୟାରେନ୍ସକୁ ଅପେକ୍ଷା)

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?