Categories: ଖେଳ

ଭାରତୀୟ ଟି୨୦ ବିଶ୍ୱକପ୍‌ ଦଳ ଘୋଷିତ: ବାଦ୍‌ ପଡ଼ିଲେ ସିନିୟର ଖେଳାଳି

ମୁମ୍ବାଇ,୮।୯: ଆସନ୍ତା ଅକ୍ଟୋବରରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ଲାଗି ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଦଳରୁ ୟୁଜବେନ୍ଦ୍ର ଚହଲ ଓ ଶିଖର ଧାଓ୍ବନଙ୍କ ଭଳି ବରିଷ୍ଠ ଖେଳାଳି ବାଦ୍‌ ପଡ଼ିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳରେ ବ୍ୟାଟ୍ସମ୍ୟାନ ବିଭାଗରେ ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନିଆଯାଇଛି। ଦଳରେ ଦୁଇଟି ଉଇକେଟକିପର ରିଷଭ ପନ୍ତ ଓ ଇଶାନ କିଷନ ସ୍ଥାନ ପାଇଛନ୍ତି। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଦଳରେ ଯାଗା ଅର୍ଜନ କରିଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ଜାତୀୟ ଟି୨୦ ଦଳକୁ ଫେରିଛନ୍ତି ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ତାଙ୍କ ସହ ରାହୁଲ ଚହର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ସ୍ପିନ ବିଭାଗ ସମ୍ଭାଳିବେ। ପେସର ବିଭାଗରେ ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମିଙ୍କୁ ସ୍ଥାନ ମିଳିଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ ଓ ଇଶାନ କିଷନ (ଉଇକେଟକିପର ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ରାହୁଲ ଚହର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି।

Share