ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା: ଭାରତୀୟ ଦଳକୁ ଫେରିଲେ ୨ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୯।୧୧: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ବିସିସିଆଇ ଏକ ଶକ୍ତିଶାଳୀ ଦଳ ଚୟନ କରିଛି। ସବୁଠାରୁ ବଡ଼ କଥା ହେଉଛି, ତିନୋଟି ଯାକ ଫର୍ମାଟର ଦଳରେ ଜେମିମା ରଡ୍ରିଗ୍ସଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଆହତ ସମସ୍ୟା ଯୋଗୁ ସେ ଟିମ ଇଣ୍ଡିଆରୁ ବାଦ ପଡ଼ିଥିଲେ। ତାଙ୍କ ବ୍ୟତୀତ ଅମନଜୋତ କୌର ମଧ୍ୟ ଦଳକୁ ଫେରିଛନ୍ତି। ତାଙ୍କୁ ଟି-୨୦ ଦଳରେ ସୁଯୋଗ ମିଳିଛି।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ ଇଣ୍ଡିଆ
ଟେଷ୍ଟ ଦଳ: ସ୍ମୃତି ମନ୍ଧାନା (ଅଧିନାୟିକା), ଶେଫାଳି ବର୍ମା, ପ୍ରତିକା ରାୱଲ, ହରମନପ୍ରୀତ କୌର, ଜେମିମା ରଡ୍ରିଗ୍ସ, ହରଲିନ ଦେଓଲ, ରିଚା ଘୋଷ (ଉଇକେଟ୍‌କିପର), ୟସ୍ତିକା ଭାଟିଆ (ଉଇକେଟ୍‌କିପର) ଦୀପ୍ତି ଶର୍ମା (ଉପ-ଅଧିନାୟିକା), ଶ୍ରୀ ଚରଣୀ, ସ୍ନେହ ରାଣା, କ୍ରାନ୍ତି ଗୌଡ଼, ନନ୍ଦିନୀ ଶର୍ମା, ଜିନ୍ତିମଣି କଲିତା, ସାୟଲି ସତଘରେ।

ଦିନିକିଆ ଦଳ: ସ୍ମୃତି ମନ୍ଧାନା (ଅଧିନାୟିକା), ଶେଫାଳି ବର୍ମା, ପ୍ରତିକା ରାୱଲ, ହରମନପ୍ରୀତ କୌର, ଜେମିମା ରଡ୍ରିଗ୍ସ, ହରଲିନ ଦେଓଲ, ରିଚା ଘୋଷ (ଉଇକେଟ୍‌କିପର), ୟସ୍ତିକା ଭାଟିଆ (ଉଇକେଟ୍‌କିପର), ଦୀପ୍ତି ଶର୍ମା (ଉପ-ଅଧିନାୟିକା), ଶ୍ରୀ ଚରଣୀ, ବୈଷ୍ଣବୀ ଶର୍ମା, କ୍ରାନ୍ତି ଗୌଡ଼, ନନ୍ଦିନୀ ଶର୍ମା, ଜିନ୍ତିମଣି କଲିତା, ସାୟଲି ସତଘରେ।

 

Dharitri – Odisha’s No.1 Odia Daily

Share