Categories: ଖେଳ

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌

କଟକ,୩।୩: ଆଇପିଏଲ-୧୫ର ତୁରନ୍ତ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳାଯିବ। ସିରିଜ୍‌ର ଗୋଟିଏ ମ୍ୟାଚ୍‌ ଅନୁଷ୍ଠିତ ହେବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ। ତେବେ ସିରିଜ୍‌ କେଉଁ ମ୍ୟାଚ୍‌ ଏବଂ କେବେ ଖେଳାଯିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଜୁନ ୯ରୁ ୧୯ ତାରିଖ ମଧ୍ୟରେ ଏହି ଦ୍ୱିପାକ୍ଷିକ ଟି୨୦ ସିରିଜ୍‌ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

କଟକ ଭଳି ସିରିଜ୍‌ ଲାଗି ଭେନ୍ୟୁ ତାଲିକାରେ ଭାଇଜାଗ, ଦିଲ୍ଲୀ, ରାଜକୋଟ ଓ ଚେନ୍ନାଇ ରହିଛନ୍ତି। ତେବେ ବେଙ୍ଗାଲୁରୁ ଏବଂ ନାଗପୁରକୁ ଏହି ତାଲିକାରେ ସ୍ଥାନ ମିଳିବାର ଥିଲା। କିନ୍ତୁ ଏହି ଦୁଇ ଭେନ୍ୟୁ ବଦଳରେ କଟକ ଓ ଭାଇଜଗକୁ ତାଲିକାରେ ସ୍ଥାନ ମିଳିଛି। କାରଣ ଏହି ଦୁଇ ଭେନ୍ୟୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ବେଳେ ମ୍ୟାଚ୍‌ ଆୟୋଜନ ଅଧିକାର ହରାଇଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୬ ମ୍ୟାଚ୍‌ ଆୟୋଜନ ଅଧିକାର ବିସିସିଆଇ କେବଳ ଅହମ୍ମଦାବାଦ ଏବଂ କୋଲକାତାକୁ ଦେଇଥିଲା।

Share