Categories: ଖେଳ

ଦିଗହରା ହୋଇଗଲା ଟିମ୍‌ ଇଣ୍ଡିଆ

ପାର୍ଲା,୧୯।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଦିନିକିଆରେ ବର୍ତ୍ତମାନ ଭାରତୀୟ ଦଳ ଖୁବ୍‌ ସଙ୍କଟରେ ପଡ଼ିଛି। ୨୯୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ଶିଖର ଧାଓ୍ବନ ଓ ବିରାଟ କୋହଲି। କିନ୍ତୁ କ୍ରମାଗତ ୪ ଉଇକେଟ୍‌ ପଡ଼ିବାରୁ ଭାରତୀୟ ଦଳର ବିଜୟ ଆଶା ଦିଗହରା ହୋଇଯାଇଛି। ବର୍ତ୍ତମାନ ୩୫ ଓଭର ସୁଦ୍ଧା ୫ ଉଇକେଟ ହରାଇ ୧୮୫ ରନ୍‌ କରିଛି। ଦଳକୁ ଏବେ ଜିତିବା ପାଇଁ ୧୫ ଓଭରରେ ଆହୁରି ୧୧୨ ରନ୍‌ ଦରକାର।

ଏକଦା ୨୫ ଓଭରରେ ଭାରତ ୧ ଉଇକେଟ କ୍ଷତିରେ ୧୩୮ ରନ୍‌ କରିଥିଲା। ଦଳ ସହଜ ବିଜୟ ଆଡ଼େ ବଢ଼ୁଥିଲା। କିନ୍ତୁ କ୍ରମାଗତ ବ୍ୟବଧାନରେ ୪ ଉଇକେଟ ହରାଇ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଦିଗହରା ହୋଇଯାଇଛି। ଶିଖର ଧାଓ୍ବନ (୭୯) ଓ ବିରାଟ କୋହଲି (୫୧), ଶ୍ରେୟାସ ଆୟାର (୧୭)ଙ୍କ ପରେ ରିଷଭ ପନ୍ତ (୧୬) ଆଉଟ୍‌ ହୋଇ ସାରିଛନ୍ତି। ଏବେ ରବିଚନ୍ଦ୍ରନ ଅଶ୍ୱିନ ଓ ଭେଙ୍କଟଶ ଆୟାର କ୍ରିଜ୍‌ରେ ଅଛନ୍ତି।

Share