Posted inଖେଳ

ଆୟୋଜକ ଦୌଡ଼ରେ ଭାରତ, ସୌଦିଆରବ

ନୂଆଦିଲ୍ଲୀ, ୧୮ା୧୦: ଏସିଆନ କପ୍‌ ୨୦୨୭ର ଆୟୋଜନ ଅଧିକାର ପାଇବା ପାଇଁ କେବଳ ଭାରତ ଓ ସୌଦିଆରବ ମଧ୍ୟରେ ପ୍ରତିଯୋଗିତା ହେବ। ଆଗ୍ରହୀ ଥିବା ଅନ୍ୟ ୩ ଦେଶ ସେମାନଙ୍କ ବିଡ୍‌ ପ୍ରତ୍ୟାହାର କରିନେଇଥିବା ଏସିଆନ୍‌ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ସୋମବାର ଘୋଷଣା କରିଛି। ଯଦି ଭାରତ ବିଡ୍‌ ଜିତେ ତେବେ ଦେଶ ପ୍ରଥମ ଥର କଣ୍ଟିନେଣ୍ଟାଲ ଇଭେଣ୍ଟ ଆୟୋଜନ କରିବ। ଅନ୍ୟପକ୍ଷରେ ସୌଦିଆରବ ୩ ଥର ଏହି କଣ୍ଟିନେଣ୍ଟାଲ ଟାଇଟଲ ହାସଲ କରିଛ, କିନ୍ତୁ ଥରେ ହେଲେ ସେ ଏହି ଟୁର୍ନାମେଣ୍ଟ ଆୟୋଜନ କରିନାହିଁ। ଉଜ୍‌ବେକିସ୍ତାନ ୨୦୨୦ ଡିସେମ୍ବର ଏବଂ ଇରାନ କିଛିଦିନ ପୂର୍ବରୁ ସେମାନଙ୍କ ବିଡ୍‌ ପ୍ରତ୍ୟାହାର କରିନେଇଛନ୍ତି। ଟୁର୍ନାମେଣ୍ଟ ଆୟୋଜନ ଲାଗି ଆଗ୍ରହ ପ୍ରକାଶ କରିଥିବା ତୃତୀୟ ରାଷ୍ଟ୍ର ହେଲା କାତାର। ଆସନ୍ତା ବର୍ଷ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ ଅଧିକାର ପାଇବା ସ୍ପଷ୍ଟ ହେବା ପରେ ୨୦୨୭ ସଂସ୍କରଣ ବିଡ୍‌ରୁ ଓହରି ଯାଇଥିଲା। ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ହାସଲ କରିବା ଦୌଡ଼ରେ ବର୍ତ୍ତମାନ ଦୁଇ ବିଡର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଓ ସୌଦି ଆରବିଆନ ଫୁଟ୍‌ବଲ ଫେଡେରେଶନ (ଏସଏଏଫ୍‌ଏଫ୍‌) ରହିଲେ ବୋଲି ଏଏଫ୍‌ସି ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri