Categories: ଖେଳ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଦ୍ୱିତୀୟ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ,୩୦ା୧୨- ଆଗାମୀ ବର୍ଷ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଖେଳିବା ଦୌଡ଼ରେ ରହିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ ମେଲବୋର୍ନ ଟେଷ୍ଟ ଜିତିବା ପରେ ଭାରତୀୟ ଦଳ ଅଙ୍କ ତାଲିକାର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ଗତ ସପ୍ତାହରେ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ପ୍ରତ୍ୟେକ ଦଳର ପଏଣ୍ଟ ବୁଧବାର ଅପଡେଟ୍‌ କରାଯାଇଛି।

ମେଲବୋର୍ନରେ ଟିମ୍‌ ଇଣ୍ଡିଆ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ହରାଇ ଦେଇଥିଲା। ଏହି ବିଜୟ ଯୋଗୁ ଭାରତ ହାତେଇଛି ୩୦ ପଏଣ୍ଟ। ଏବେ ୩୯୦ ପଏଣ୍ଟ ଓ ୭୨.୨ ପିସିଟି ସହ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ୧୧ଟି ମ୍ୟାଚ୍‌ ଖେଳିଥିବା ଭାରତ ୮ଟି ବିଜୟ ଲାଭ କରିଛି। ବକ୍ସିଂ ଡେ’ ଟେଷ୍ଟରେ ପରାଜୟ ଓ ଧିମା ବୋଲିଂ ଲାଗି ୪ ପଏଣ୍ଟ ହରାଇବା ପରେ ମଧ୍ୟ ୭୬.୬ ପିସିଟି ସହ ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ (୩୨୨ ପଏଣ୍ଟ )। ଏହି ଦୁଇ ଦଳ ବ୍ୟତୀତ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ପାକିସ୍ତାନ ଟପ୍‌ ୫ରେ ପଛକୁ ପଛ ରହିଛନ୍ତି।

Share