ଭାରତୀୟ ରିଫାଇନାରୀମାନେ ରୁଷିଆ ତୈଳ କ୍ରୟ ବଢ଼ାଇବେ ବୋଲି ଆଶା

ମୁମ୍ବାଇ,୮।୧୦: ଭାରତୀୟ ରିଫାଇନାରୀମାନେ ଆଗାମୀ ମାସଗୁଡ଼ିକରେ ରୁଷିଆରୁ ତୈଳ ଆମଦାନୀ ବଢ଼ାଇବେ ବୋଲି ଆଶା କରାଯାଉଛି, କାରଣ ୱାଶିଂଟନ ସହ ବାଣିଜ୍ୟ ଆଲୋଚନା ବିଳମ୍ବ ହେଉଛି ଏବଂ ପର୍ଯ୍ୟାପ୍ତ ଯୋଗାଣ ମଧ୍ୟରେ ରିହାତି ବୃଦ୍ଧି ପାଇଛି। ନଭେମ୍ବରରେ ଲୋଡିଂ ହେଉଥିବା ଅଶୋଧିତ ତୈଳ ଉପରେ ରିହାତି ୨ ରୁ ୨.୫୦ ଡଲାର ପ୍ରତି ବ୍ୟାରେଲ କମ, ଯାହା ଏହାକୁ ଆକର୍ଷଣୀୟ କରିଛି। ଜୁଲାଇ-ଅଗଷ୍ଟରେ ରିହାତି ପ୍ରାୟ ୧ ଡଲାର ଥିବା ବେଳେ ମସ୍କୋ ସ୍ଥାନୀୟ ଗ୍ରାହକଙ୍କୁ ଅଗ୍ରାଧିକାର ଦେଇଥିଲା।

କେପ୍ଲର ଲିମିଟେଡ ଅନୁଯାୟୀ, ଅକ୍ଟୋବରରେ ରୁଷିଆରୁ ଦୈନିକ ପ୍ରାୟ ୧.୭ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ ହେବ, ଯାହା ଗତ ମାସ ତୁଳନାରେ ୬% ଅଧିକ କିନ୍ତୁ ଗତ ବର୍ଷଠାରୁ କିଛି କମ। ଯୁକ୍ତରାଷ୍ଟ୍ର ଅଗଷ୍ଟରେ ଭାରତୀୟ ଦ୍ରବ୍ୟ ଉପରେ ୫୦% ଶୁଳ୍କ ଲଗାଇ ରୁଷିଆ ତୈଳ କ୍ରୟ ହ୍ରାସ ପାଇଁ ଚାପ ସୃଷ୍ଟି କରିଥିଲା, ଯଦିଓ ଚାଇନା ବିରୋଧରେ ଏପରି ପଦକ୍ଷେପ ନିଆଯାଇନାହିଁ। ଭାରତ ଜଣାଇଛି ଯେ, ଏହି କାରବାର ମୂଲ୍ୟ ଉପରେ ନିର୍ଭରଶୀଳ ଏବଂ ଜାରି ରହିବ, ଯଦିଓ ୱାଶିଂଟନ ସହ ଆଲୋଚନା ମଧ୍ୟରେ ଅଧିକ ଯୁକ୍ତରାଷ୍ଟ୍ର ଶକ୍ତି କ୍ରୟ କରିବାକୁ ଚାହୁଁଛି।

ଭାରତୀୟ ରାଷ୍ଟ୍ରୀୟ ରିଫାଇନାରୀମାନେ ୨୦୨୬ ପାଇଁ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାର ଜାତୀୟ ତୈଳ କମ୍ପାନୀଗୁଡ଼ିକ ସହ ଦୀର୍ଘ ମିଆଦୀ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ କରିଛନ୍ତି, ଯେଉଁମାନେ ରୁଷିଆ ତୈଳ ଅଧିକ ଲାଭଜନକ ହେଲେ ପରିମାଣ ଓ ପୁନଃବିକ୍ରୟରେ ନମନୀୟତା ପ୍ରଦାନ କରିପାରିବେ।

 

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?