କପ୍‌୩୩ ପାଇଁ ଭାରତ ପ୍ରସ୍ତୁତ

ଦୁବାଇ/ନୂଆଦିଲ୍ଲୀ,୨ା୧୨: ୨୦୨୮ରେ ଜାତିସଂଘର ଜଳବାୟୁ ସମ୍ମିଳନୀ କପ୍‌୩୩ ଭାରତରେ ଆୟୋଜନ କରିବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଛନ୍ତି। ଦୁବାଇର ଏକ୍ସପୋ ସିଟିରେ ଚାଲିଥିବା ଜାତିସଂଘର ୨୮ତମ ଜଳବାୟୁ ପରବର୍ତ୍ତନ ସମ୍ମିଳନୀ କପ୍‌୨୮ରେ ଯୋଗଦେଇ ସେ ଉପରୋକ୍ତ ବିବୃତି ଦେଇଛନ୍ତି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
କପ୍‌୨୮ର ଉଦ୍‌ଘାଟନୀ ସମାରୋହରେ ଏହାର ଆୟୋଜକ ସୁଲ୍‌ତାନ ଅଲ୍‌ ଜାବେର ଏବଂ ୟୁଏନ୍‌ କ୍ଲାଇମେଟ୍‌ ଚେଞ୍ଜ ପ୍ରେସିଡେଣ୍ଟ ସାଇମୋନ୍‌ ଷ୍ଟେଇଲଙ୍କ ସହ ସାମିଲ ହୋଇଥିବା ଏକମାତ୍ର ନେତା ମୋଦି ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ସମ୍ପର୍କିତ ଜାତିସଂଘର ଫ୍ରେମ୍‌ଓ୍ବାର୍କ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ତେଣୁ ୨୦୨୮ରେ ଭାରତରେ କପ୍‌୩୩ ଆୟୋଜନ ପାଇଁ ଏହି ମଞ୍ଚରୁ ସେ ପ୍ରସ୍ତାବ ଦେଉଛନ୍ତି। ୨୦୩୦ ସୁଦ୍ଧା ଉତ୍ସର୍ଜନକୁ ୪୫% ହ୍ରାସ କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି। ଏଥିପାଇଁ ଅଣଜୀବାଶ୍ମ ଇନ୍ଧନ ମାତ୍ରାକୁ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଏହାବାଦ୍‌ ୨୦୭୦ ସୁଦ୍ଧା ନେଟ୍‌ ଜିରୋ ଲକ୍ଷ୍ୟ ହାସଲ ପାଇଁ ଆମେ ଅଗ୍ରସର ହେଉଛୁ। ପୃଥିବୀ ମାତା ନିଜ ଭବିଷ୍ୟତର ସୁରକ୍ଷା ପାଇଁ ଆମକୁ ଦେଖୁଛି। ଆମକୁ ନିର୍ଣ୍ଣାୟକ ହୋଇ ସଫଳତା ହାସଲ କରିବାକୁ ପଡ଼ିବ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏକ ବୈଶ୍ୱିକ ଆହ୍ବାନ। ଏହାର ମୁକାବିଲା ପାଇଁ ଏକାଠି ହେବାକୁ ପଡ଼ିବ। ଏଥିସକାଶେ ଆବଶ୍ୟକ ପ୍ରଭାବଶାଳୀ ପଦକ୍ଷେପରେ ତତ୍ପରତା ଭରିବା ଦିଗରେ ଭାରତର ସକାରାମତ୍କ ଆଭିମୁଖ୍ୟ ରହିଛି। ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ କ୍ଲାଇମେଟ୍‌ ଫାଇନାନ୍ସିଂ (ଜଳବାୟୁ ପରିବର୍ତ୍ତନଜନିତ କ୍ଷତିପୂରଣ) ଓ ଟେକ୍ନୋଲୋଲିକାଲ ଟ୍ରାନ୍ସଫର (କାରିଗରି ହସ୍ତାନ୍ତରଣ) ଜରୁରୀ ହୋଇପଡ଼ିଛି।
ଦୁବାଇରେ ୨୧ ଘଣ୍ଟା ରହଣି ଭିତରେ ମୋଦି ୭ଟି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ସେ ୪ଟି ଅବସରରେ ଅଭିଭାଷଣ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୋଦି ବିଶ୍ୱନେତାମାନଙ୍କ ସହ ଅଣାନୁଷ୍ଠାନିକ ବୈଠକ କରିବେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଧ୍ୟକ୍ଷତାରେ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା କପ୍‌୨୮ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri