ଅଫିସ୍‌ ରୋମାନ୍ସରେ ଭାରତ ଦ୍ୱିତୀୟ: ପୁରୁଷମାନେ ମହିଳା ସହକର୍ମୀଙ୍କ ସହ…

ନୂଆଦିଲ୍ଲୀ,୧୪ା୧୧: ଭାରତରେ ଅଫିସ୍‌ ରୋମାନ୍ସ ବା କାର୍ଯ୍ୟସ୍ଥଳୀରେ ପ୍ରେମ କରିବା ଦେଖାଯାଇଥାଏ। ଡେଟିଂ ପ୍ଲାଟଫର୍ମ ‘ଆଶ୍ଲେ ମ୍ୟାଡିସନ’ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁଯାୟୀ କର୍ମକ୍ଷେତ୍ରରେ ହେଉଥିବା ରୋମାନ୍ସ ବିଷୟରେ ଲୋକେ କରିଥିବା ସ୍ବୀକାରୋକ୍ତିରୁ ଜଣାପଡ଼ିଛି ଯେ, ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ୟୁ ଗଭ୍‌ ସହଯୋଗରେ କରାଯାଇଥିବା ଏହି ଅଧ୍ୟୟନରେ ମେକ୍ସିକୋ ପ୍ରଥମ ସ୍ଥାନରେ ଥିବା ଜଣାପଡ଼ିଛି।
ଅଫିସ୍‌ ରୋମାନ୍ସ ସଂକ୍ରାନ୍ତରେ ୧୧ଟି ଦେଶ ଅଷ୍ଟ୍ରେଲିଆ, ବ୍ରାଜିଲ୍‌, କାନାଡା, ଜର୍ମାନୀ, ଭାରତ, ଇଟାଲୀ, ମେକ୍ସିକୋ, ସ୍ପେନ୍‌, ସୁଇଜରଲାଣ୍ଡ, ବ୍ରିଟେନ୍‌ ଓ ଆମେରିକାର ପ୍ରାପ୍ତବୟସ୍କ ୧୩,୫୮୧ ଜଣଙ୍କ ମତାମତକୁ ନେଇ ସର୍ଭେ କରାଯାଇଥିଲା। ଏଥିରେ କୁହାଯାଇଛି ଯେ, ୧୦ ଭାରତୀୟଙ୍କ ମଧ୍ୟରୁ ୪ ଜଣ ସହକର୍ମୀଙ୍କ ସହ ରୋମାଣ୍ଟିକ୍‌ ମୁଡ୍‌ରେ ଅଛନ୍ତି ବା ଡେଟିଂ କରୁଛନ୍ତି। ମେକ୍ସିକୋରେ ୪୩ ପ୍ରତିଶତ ଉତ୍ତରଦାତା କହିଛନ୍ତି, ସେମାନେ ସହକର୍ମୀଙ୍କ ସହ ରୋମାଣ୍ଟିକ୍‌ ଭାବରେ ଜଡ଼ିତ ଅଛନ୍ତି। ଭାରତରେ ୪୦ ପ୍ରତିଶତ ଉତ୍ତରଦାତା ସେହି ସମାନ କଥା କହିଛନ୍ତି। ଆମେରିକା, ବ୍ରିଟେନ୍‌ ଓ କାନାଡା ଭଳି ରାଷ୍ଟ୍ରରେ ଏହା ୩୦ ପ୍ରତିଶତ ଥିବା ଲୋକଙ୍କ ସ୍ବୀକାରୋକ୍ତିରୁ ଜଣାପଡ଼ିଛି। ଆଶ୍ଚର୍ଯ୍ୟଜନକ ଭାବେ ପୁରୁଷମାନେ ମହିଳାମାନଙ୍କ ଅପେକ୍ଷା ସହକର୍ମୀଙ୍କ ସହ ଡେଟିଂ କରିବାରେ ଅଧିକ ସମ୍ଭାବନା ରଖନ୍ତି, ଯେଉଁଥିରେ ପ୍ରାୟ ୫୧ ପ୍ରତିଶତ ପୁରୁଷ ଥିବା ବେଳେ ମହିଳାଙ୍କ ପ୍ରତିଶତ ରହିଛି ୩୬। ତେବେ ମହିଳାମାନେ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ ମିଶାଇବାର ସମ୍ଭାବ୍ୟ ପରିଣାମ ବିଷୟରେ ଅଧିକ ସାବଧାନ ଥାଆନ୍ତି। ପ୍ରାୟ ୨୯ ପ୍ରତିଶତ ମହିଳା କହିଥାଆନ୍ତି, ପେସାଦାରି ଭୟ ଯୋଗୁ ସେମାନେ କର୍ମକ୍ଷେତ୍ରରେ ସମ୍ପର୍କ ସ୍ଥାପନ ନେଇ ନିରୁତ୍ସାହିତ ରହିବାକୁ ଚାହିଁଥାଆନ୍ତି, ଯାହା ସମାନ ଧରଣର ଅନୁଭବ କରୁଥିବା ୨୭ ପ୍ରତିଶତ ପୁରୁଷଙ୍କ ଅପେକ୍ଷା ସାମାନ୍ୟ ଅଧିକ। ଅନ୍ୟପକ୍ଷରେ ପୁରୁଷମାନେ ବ୍ୟକ୍ତିଗତ ପରିଣାମଗୁଡ଼ିକ ବିଷୟରେ ଅଧିକ ଚିନ୍ତା କରିଥାଆନ୍ତି।
ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ୧୮ରୁ ୨୪ ବର୍ଷ ବୟସ୍କ ଯୁବ କର୍ମଚାରୀ ଏ ନେଇ ସର୍ବାଧିକ ସତର୍କତା ଅବଲମ୍ବନ କରିଥାଆନ୍ତି। ଏମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଏହି ରୋମାଣ୍ଟିକ୍‌ ସମ୍ପର୍କ ସେମାନଙ୍କ କ୍ୟାରିୟର ଉପରେ କିପରି ପ୍ରଭାବ ପକାଇପାରେ ସେ ନେଇ ଚିନ୍ତିତ ଥାଆନ୍ତି। ବିବାହ ବାହାରେ ସମ୍ପର୍କ ବା ପରକୀୟା ପ୍ରୀତି ସ୍ଥାପନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ଡେଟିଂ ଆପ୍‌ ଗ୍ଲିଡେନ୍‌ର ସର୍ଭେ ଅନୁଯାୟୀ ୩୫ ପ୍ରତିଶତ ଭାରତୀୟ ବର୍ତ୍ତମାନ ଏକ ଖୋଲାଖୋଲି ସମ୍ପର୍କରେ ଅଛନ୍ତି। ୪୧ ପ୍ରତିଶତ ମତ ଦିଅନ୍ତି ଯେ ଯଦି ସେମାନଙ୍କ ସହକର୍ମୀ ପ୍ରସ୍ତାବ ଦିଅନ୍ତି, ତେବେ ସେମାନେ ତାହାକୁ ବିବେଚନା କରିବେ। କୌତୂହଳର କଥା ଯେ ଏଭଳି ରୋମାଣ୍ଟିକ୍‌ ସମ୍ପର୍କ କେବଳ ମେଟ୍ରୋ ସହରଗୁଡ଼ିକରେ ସୀମିତ ନୁହେଁ, ଛୋଟ ସହରରେ ମଧ୍ୟ ଏଭଳି ଧାରା ଦେଖିବାକୁ ମିଳୁଛି। ଭାରତର ତାମିଲନାଡୁର କାଞ୍ଚିପୁରମ୍‌ ତାଲିକାର ଶୀର୍ଷରେ ରହିଛି, ଯେଉଁଠାରେ ପରକୀୟା ପ୍ରୀତି ସମ୍ପର୍କରେ ଅଧିକ ଆଗ୍ରହ ଦେଖାଇଥାଆନ୍ତି ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?