Posted inଜାତୀୟ

ବ୍ରହ୍ମୋସର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କଲା ଭାରତ…

ନୂଆଦିଲ୍ଲୀ,୧୪।୩ : ଭାରତର ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ର ହଠାତ୍‌ ପାକିସ୍ତାନ ଅଞ୍ଚଳରେ ପଡ଼ିବା ନେଇ ବିବାଦ ମଧ୍ୟରେ ବି ଖୁସି ଖବର ଆସିଛି। ଭାରତ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଏହି କ୍ଷେପଣାସ୍ତ୍ର ବର୍ତ୍ତମାନ ୮୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ  ଶିବିରକୁ ନଷ୍ଟ କରିବାରେ ସକ୍ଷମ ହେବ।

ଏହାପୂର୍ବରୁ ବ୍ରହ୍ମୋସର ଲକ୍ଷ୍ୟଭେଦ ପରିସର ୩୦୦ କିଲୋମିଟର ଥିଲା। ଏବେ ଏହାକୁ ୫୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି। ଏହି କ୍ଷେପଣାସ୍ତ୍ରଗୁଡିକ ସୁଖୋଇ ୩୦-ଏମ୍‌କେଆଇ ଯୁଦ୍ଧ ବିମାନରେ ସଂଯୁକ୍ତ କରାଯାଇଛି । ଏହା ଦ୍ୱାରା ଚାଇନା ଏବଂ ପାକିସ୍ତାନର ଚିନ୍ତା ଏବେ ବଢ଼ିବାରେ ଲାଗିଛି।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ସୂତ୍ରରୁ ପ୍ରକାଶ ଯେ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସୀମା ୫୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି। କେବଳ ସଫ୍ଟୱେର୍‌ ଅପଗ୍ରେଡ କରି ଏହା ସମ୍ଭବ ହୋଇପାରିଛି। କ୍ଷେପଣାସ୍ତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବର୍ତ୍ତମାନ ଏହି କ୍ଷେପଣାସ୍ତ୍ରର କ୍ଷମତାକୁ ୮୦୦ କିଲୋମିଟରକୁ ବୃଦ୍ଧି କରିବାରେ ଭାରତ ସଫଳ ହୋଇଛି।

ଭାରତୀୟ ବାୟୁସେନା ଏହାର ୪୦ଟି ସୁଖୋଇ ବିମାନରେ ବ୍ରହ୍ମୋସ କ୍ରୁଜ କ୍ଷେପଣାସ୍ତ୍ର ନିୟୋଜିତ କରିଛି। ଏହି କ୍ଷେପଣାସ୍ତ୍ରଗୁଡିକ ଅଧିକ ଘାତକ ଏବଂ ଶତ୍ରୁକୁ ବହୁ ଦୂରରୁ ମଧ୍ୟ ଧ୍ୱଂସ କରିବାର କ୍ଷମତା ମଧ୍ୟ ରହିଛି। ସୁଖୋଇ ବିମାନକୁ ତାମିଲନାଡୁର ଥାନଜାଭୁର ଏୟାରବେସରେ ରଖାଯାଇଥିଲା, କିନ୍ତୁ ଲଦାଖରେ ଚାଇନା ସହିତ ମୁହାଁମୁହିଁ ସ୍ଥିତି ହେବା ପରେ ଏବେ ସୁଖୋଇକୁ ଉତ୍ତର ସୀମାରେ ନିୟୋଜିତ କରାଯାଇଛି।

ବ୍ରହ୍ମୋସ କ୍ଷେପଣାସ୍ତ୍ରଗୁଡ଼ିକର ନବୀକରଣ ପାଇଁ ଭାରତ ନିରନ୍ତର କାର୍ଯ୍ୟ କରୁଛି। ବ୍ରହ୍ମୋସର ନୌସେନା ଭାରିଆଣ୍ଟର ସାମର୍ଥ୍ୟକୁ ୩୫୦ରୁ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୫ରେ ଆଇଏନ୍‌ଏସ୍‌ ଯୁଦ୍ଧ ଜାହାଜରୁ ଏହି କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ରୁଷିଆର ସହଯୋଗରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକଶିତ କରାଯାଇଛି।

ସମ୍ପ୍ରତି, ଏକ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ହରିୟାଣାର ସିର୍ସା ଠାରୁ ଉଡି ପାକିସ୍ତାନର ମିଆଁ ଚାନ୍ନୁରେ ୧୨୯ କିଲୋମିଟର ଭିତରେ ପଡିଯାଇଥିଲା। ସିର୍ସା ଏବଂ ମିଆଁ ଚାନ୍ନୁ ମଧ୍ୟରେ ଦୂରତା ୨୭୭ କିଲୋମିଟର। ପାକିସ୍ତାନ ଏହାକୁ ତୀବ୍ର ବିରୋଧ କରିଛି। ଯଦିଓ ଏହି କ୍ଷେପଣାସ୍ତ୍ର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ନ ଥିଲା। ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଭାରତ ଏକ ଉଚ୍ଚ ସ୍ତରୀୟ ତଦନ୍ତ ବ୍ୟବସ୍ଥା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri