Posted inଖେଳ

ଭାରତ-ପାକିସ୍ତାନ ଡବ୍ଲ୍ୟୁସିଏଲ୍‌ ମ୍ୟାଚ୍‌: ବୟକଟ କଲେ ଭାରତୀୟ ଖେଳାଳି

ବର୍ମିଂହାମ,୨୦।୭: ଭାରତ ଓ ପାକିସ୍ତାନ ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ (ଡବ୍ଲ୍ୟୁସିଏଲ୍‌) ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଗତ ଏପ୍ରିଲରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା କାରଣରୁ ଶିଖର ଧାଓ୍ବନଙ୍କ ସମେତ ଅନେକ ଭାରତୀୟ ଖେଳାଳି ମ୍ୟାଚ୍‌କୁ ବୟକଟ କରିଥିଲେ।

ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ଟୁର୍ନାମେଣ୍ଟର ସହ ମାଲିକ ହେଉଛନ୍ତି ବଲିଉଡ୍‌ ଷ୍ଟାର ଅଜୟ ଦେବଗନ। ଗତ ୧୮ ତାରିଖରୁ ଡବ୍ଲ୍ୟୁସିଏଲ୍‌ ଆରମ୍ଭ ହୋଇଥିବା ବେଳେ ଫାଇନାଲ ମ୍ୟାଚ୍‌ ଅଗଷ୍ଟ ୨ ତାରିଖରେ ଖେଳାଯିବ। ବିଶ୍ୱକପ୍‌ ବିଜୟୀ ୟୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆନ ଚାମ୍ପିୟନ୍ସ ଦଳରେ ଧାଓ୍ବନ, ହରଭଜନ ସିଂ, ୟୁସୁଫ ପଠାନ, ଇର୍ଫାନ ପଠାନ, ସୁରେଶ ରାଇନା, ରବିନ ଉଥପ୍ପା ଓ ବରୁନ ଆରୋନ ଦଳର ସଦସ୍ୟ ରହିଛନ୍ତି।

ଡବ୍ଲ୍ୟୁସିଏଲ୍‌ ଆୟୋଜକଙ୍କ ପକ୍ଷରୁ ଏକ୍ସ’ରେ କୁହାଯାଇଛି ଯେ, ଚଳିତ ବର୍ଷ ପାକିସ୍ତାନ ହକି ଦଳ ଭାରତ ଟୁର କରିବ ଖବର ପାଇଥିଲୁ। ଭଲିବଲ ଭଳି ଅନ୍ୟ ଖେଳରେ ଦୁଇ ପଡ଼ୋଶୀ ଦେଶ ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏଣୁ ଆମେ ଡବ୍ଲ୍ୟୁସିଏଲ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଜାରି ରଖିବାକୁ ଚିନ୍ତା କରିଥିଲୁ। କିଛି ପୁରୁଣା ଖୁସିର ମୁହୂର୍ତ୍ତକୁ ଉଜ୍ଜୀବିତ କରିବା ହିଁ ମ୍ୟାଚ୍‌ ଆୟୋଜନ ପଛର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହି ପ୍ରକ୍ରିୟା ଦ୍ୱାରା ଆମେ ଅନେକଙ୍କ ଭାବନାକୁ ଆଘାତ ଦେଇଛୁ। ଏଣୁ ଆମେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ। ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ଆମେ ପୁଣି ଥରେ କ୍ଷମା ପ୍ରାର୍ଥନା କରୁଛୁ। ଆମେ ଆଶା କରୁଛୁ ଲୋକେ ବୁଝିପାରିବେ ଯେ, ଆମେ କିଛି ପୁରୁଣା ଖୁସିର ମୁହୂର୍ତ୍ତକୁ ଉଜ୍ଜୀବିତ କରିବାକୁ ଉଦ୍ୟମ କରୁଥିଲୁ।

ଧାଓ୍ବନଙ୍କ ସହ ରାଜ୍ୟସଭା ଏମ୍‌ପି ଥିବା ହରଭଜନ, ଲୋକସଭା ଏମ୍‌ପି ୟୁସୁଫ ଓ ଇର୍ଫାନ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ବୟକଟ କରିବା ନିଷ୍ପତ୍ତି ସମ୍ପର୍କରେ ସୋସିଆଲ ମିଡିଆରେ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri