Posted inଜାତୀୟ

ପୁଣି ଭାରତ-ପାକିସ୍ତାନ ଯୁଦ୍ଧ! ଯବାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ସେନା ମୁଖ୍ୟ

ନୂଆଦିଲ୍ଲୀ,୪ା୧୦:ରାଜସ୍ଥାନର ଅନୁପଗଡ଼ସ୍ଥିତ ଆର୍ମି ପୋଷ୍ଟରେ ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର କହିଛନ୍ତି, ପଶ୍ଚିମରେ ଥିବା ପଡ଼ୋଶୀ ଆତଙ୍କବାଦର ମାଷ୍ଟରମାନଙ୍କୁ ପ୍ରୋତ୍ସାହନ ଦେବା ନେଇ କୁଖ୍ୟାତ। ପାକିସ୍ତାନ ଯଦି ମାନଚିତ୍ରରେ ନିଜ ଭୌଗୋଳିକ ଅବସ୍ଥିତି ବଜାୟ ରଖିବାକୁ ଚାହେଁ ତେବେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ରପ୍ତାନି ବନ୍ଦ କରୁ। ଅନ୍ୟଥା ଭାରତ ଆଉ ସଂଯମ ହେବ ନାହିଁ କହି ସେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।
ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରି ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଭାରତୀୟ ସଶସ୍ତ୍ର ବଳ ଏହାର ଜବାବ ଦେବାକୁ ଯାଇ ମେ’ ୭ରୁ ୧୦ ପର୍ଯ୍ୟନ୍ତ ‘ଅପରେଶନ୍‌ ସିନ୍ଦୂର’ ଚଳାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଓ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ଅନେକ ଆତଙ୍କବାଦୀ ନିହତ ହେବା ସହ ସେମାନଙ୍କ ଭିତ୍ତିଭୂମି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ସେବେଠୁ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବାବେଳେ ଗୁଜରାଟର ରଣନୈତିକ କ୍ଷେତ୍ର ସାର୍‌ କ୍ରିକ୍‌ରେ ପାକିସ୍ତାନୀ ସେନାର ସାମରିକ ଗତିବିଧି ବୃଦ୍ଧି ନେଇ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେତାବନୀ ଦେଇଥିଲେ। ପାକିସ୍ତାନୀ ସେନା ଏହି ଅଞ୍ଚଳରେ ଅତିକ୍ରମଣ ଉଦ୍ୟମ କଲେ ଭାରତ ଏପରି ଜବାବ ଦେବ ଯେ ପାକିସ୍ତାନର ଇତିହାସ ଓ ଭୂଗୋଳ ବଦଳିଯିବ ବୋଲି ରାଜନାଥ କହିଥିଲେ। ଏହାର ଦିନକ ପରେ ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀ ରାଜସ୍ଥାନର ଅନୁପଗଡ଼ରୁ ଇସ୍‌ଲାମାବାଦକୁ କଡ଼ା ଚେତାବନୀ ଦେଇଛନ୍ତି। ଦ୍ୱିବେଦୀ କହିଛନ୍ତି, ଭାରତୀୟ ବଳ ଏଥର ଆଉ ଅପରେଶନ୍‌ ସିନ୍ଦୂର ୧.୦ ଭଳି ସଂଯମ ହେବ ନାହିଁ। ପାକିସ୍ତାନ ଭୂଗୋଳରେ ରହିବାକୁ ଚାହେଁ କି ନାହିଁ ତାହା ସ୍ଥିର କରୁ। ଯଦି ରହିବାକୁ ଚାହେଁ ତେବେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ବନ୍ଦ କରିବା ଜରୁରୀ। ଯବାନମାନଙ୍କୁ ସମ୍ବୋଧନ ବେଳେ ଦ୍ୱିବେଦୀ ଆହୁରି କହିଛନ୍ତି, ଯଦି ଭଗବାନଙ୍କ ଇଚ୍ଛା ଥିବ, ତେବେ ଆପଣମାନେ ଶୀଘ୍ର ଏକ ସୁଯୋଗ ପାଇବେ। ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

New Rules 1 February 2026: ବଜେଟ ପୂର୍ବରୁ ସିଗାରେଟଠାରୁ LPG ପର୍ଯ୍ୟନ୍ତ ବଢିଲା ଏସବୁର ଦର

ନୂଆଦିଲ୍ଲୀ,୧।୨: ପ୍ରତି ମାସରେ, ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଘଟେ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ରବିବାର ଅର୍ଥାତ…

Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍‌ଙ୍କ ୯ମ ବଜେଟ

ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ…

Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର

ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri