Posted inଜାତୀୟ

ପୁଣି ଭାରତ-ପାକିସ୍ତାନ ଯୁଦ୍ଧ! ଯବାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ସେନା ମୁଖ୍ୟ

ନୂଆଦିଲ୍ଲୀ,୪ା୧୦:ରାଜସ୍ଥାନର ଅନୁପଗଡ଼ସ୍ଥିତ ଆର୍ମି ପୋଷ୍ଟରେ ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର କହିଛନ୍ତି, ପଶ୍ଚିମରେ ଥିବା ପଡ଼ୋଶୀ ଆତଙ୍କବାଦର ମାଷ୍ଟରମାନଙ୍କୁ ପ୍ରୋତ୍ସାହନ ଦେବା ନେଇ କୁଖ୍ୟାତ। ପାକିସ୍ତାନ ଯଦି ମାନଚିତ୍ରରେ ନିଜ ଭୌଗୋଳିକ ଅବସ୍ଥିତି ବଜାୟ ରଖିବାକୁ ଚାହେଁ ତେବେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ରପ୍ତାନି ବନ୍ଦ କରୁ। ଅନ୍ୟଥା ଭାରତ ଆଉ ସଂଯମ ହେବ ନାହିଁ କହି ସେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି।
ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରି ୨୬ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଭାରତୀୟ ସଶସ୍ତ୍ର ବଳ ଏହାର ଜବାବ ଦେବାକୁ ଯାଇ ମେ’ ୭ରୁ ୧୦ ପର୍ଯ୍ୟନ୍ତ ‘ଅପରେଶନ୍‌ ସିନ୍ଦୂର’ ଚଳାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଓ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ଅନେକ ଆତଙ୍କବାଦୀ ନିହତ ହେବା ସହ ସେମାନଙ୍କ ଭିତ୍ତିଭୂମି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ସେବେଠୁ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବାବେଳେ ଗୁଜରାଟର ରଣନୈତିକ କ୍ଷେତ୍ର ସାର୍‌ କ୍ରିକ୍‌ରେ ପାକିସ୍ତାନୀ ସେନାର ସାମରିକ ଗତିବିଧି ବୃଦ୍ଧି ନେଇ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚେତାବନୀ ଦେଇଥିଲେ। ପାକିସ୍ତାନୀ ସେନା ଏହି ଅଞ୍ଚଳରେ ଅତିକ୍ରମଣ ଉଦ୍ୟମ କଲେ ଭାରତ ଏପରି ଜବାବ ଦେବ ଯେ ପାକିସ୍ତାନର ଇତିହାସ ଓ ଭୂଗୋଳ ବଦଳିଯିବ ବୋଲି ରାଜନାଥ କହିଥିଲେ। ଏହାର ଦିନକ ପରେ ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀ ରାଜସ୍ଥାନର ଅନୁପଗଡ଼ରୁ ଇସ୍‌ଲାମାବାଦକୁ କଡ଼ା ଚେତାବନୀ ଦେଇଛନ୍ତି। ଦ୍ୱିବେଦୀ କହିଛନ୍ତି, ଭାରତୀୟ ବଳ ଏଥର ଆଉ ଅପରେଶନ୍‌ ସିନ୍ଦୂର ୧.୦ ଭଳି ସଂଯମ ହେବ ନାହିଁ। ପାକିସ୍ତାନ ଭୂଗୋଳରେ ରହିବାକୁ ଚାହେଁ କି ନାହିଁ ତାହା ସ୍ଥିର କରୁ। ଯଦି ରହିବାକୁ ଚାହେଁ ତେବେ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ବନ୍ଦ କରିବା ଜରୁରୀ। ଯବାନମାନଙ୍କୁ ସମ୍ବୋଧନ ବେଳେ ଦ୍ୱିବେଦୀ ଆହୁରି କହିଛନ୍ତି, ଯଦି ଭଗବାନଙ୍କ ଇଚ୍ଛା ଥିବ, ତେବେ ଆପଣମାନେ ଶୀଘ୍ର ଏକ ସୁଯୋଗ ପାଇବେ। ଏଥିପାଇଁ ପ୍ରସ୍ତୁତ ରୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?