Posted inଖେଳ

ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ,୪।୯: ଏସିଆ କପ୍‌ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍‌ ଖେଳିବ ଭାରତ। ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍‌-୪ରେ ପ୍ରବେଶ କରିଥିବା ବେଳେ ହଂକଂ ବିପକ୍ଷରେ ବୃହତ ବିଜୟ ସହିତ ପାକିସ୍ତାନ ଦଳ ପ୍ରବେଶ କରିଥିଲା। ତେବେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଲିଗ୍‌ ମ୍ୟାଚକୁ ୫ ଉଇକେଟ ଓ ୨ଟି ବଲ୍‌ ବାକିଥାଇ ଜିତି ନେଇଥିଲା ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ସଂଘର୍ଷପୂର୍ଣ୍ଣ ଏନକାଉଣ୍ଟର ଜିତିଥିଲା। ତେବେ ସୁପର-୪ର ମ୍ୟାଚ ପୂର୍ବରୁ ଭାରତୀୟ ଟପ୍‌ ଅର୍ଡର ଉପରେ ସଭିଙ୍କ ନଜର ରହିବ। ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ବିସ୍ଫୋରକ ବ୍ୟାଟିଂ କରିବାରେ ଅସମର୍ଥ ରହିବା ସହିତ ପାଓ୍ବାର ପ୍ଲେ ଓଭରରେ ଦ୍ରୁତ ରନ୍‌ ସଂଗ୍ରହ କରି ପାରୁନାହାନ୍ତି। ଲୋକେଶ ରାହୁଲ ପ୍ରତ୍ୟାବର୍ତ୍ତନ କରୁଥିବା କାରଣରୁ ଏହା ତାଙ୍କ ପାଇଁ ସ୍କୋରିଂ ଏତେଟା ସହଜ ରହୁନାହିଁ ମାତ୍ର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟ ମଧ୍ୟ ନୀରବ ରହୁଛି। ଅଲରାଉଣ୍ଡର ରବନ୍ଦ୍ର ଜାଡେଜା ଆହତ ହୋଇ ଟୁର୍ନାମେଣ୍ଟରୁ ବାଦ ପଡିବା ଭାରତ ପାଇଁ ଆଉ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏହା ଭାରତୀୟ ଦଳର କମ୍ବିନେସନ ବିଗାଡିପାରେ। ଜାଡେଜାଙ୍କ ବଦଳ ଖେଳାଳି ଭାବରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅକ୍ଷର ପଟେଲ ଏହି ମ୍ୟାଚ ଖେଳି ପାରନ୍ତି। ତେବେ ଅକ୍ଷର ନିମ୍ନକ୍ରମରେ ଜଣେ ଭଲ ବ୍ୟାଟ୍ସମ୍ୟାନ ହୋଇଥିଲେ ହେଁ ତାଙ୍କୁ ୪-୫ ନମ୍ବରରେ ଖେଳାଇବା ବୁମେରାଙ୍ଗ ସାବ୍ୟସ୍ତ ହୋଇପାରେ। ସେହିପରି ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ କିଏ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ତାହାକୁ ନେଇ ମଧ୍ୟ ଆଶଙ୍କା ଲାଗି ରହିଛି। ପାକିସ୍ତାନ ବିପକ୍ଷ ଲିଗ୍‌ ମ୍ୟାଚରେ ପନ୍ତ ଖେଳିନଥିବା ବେଳେ ଏହ ମ୍ୟାଚର ଚୂଡାନ୍ତ ଏକାଦଶ ନିର୍ଦ୍ଧାରଣ କରିବା ରାହୁଲ ଡ୍ରାଭିଡ୍‌-ରୋହିତ ଶର୍ମାଙ୍କ ପାଇଁ ଚିନ୍ତାର କାରଣ ହେବ। ସେହିପରି ଭାରତ ପାଇଁ ଆଉ ଏକ ଚିନ୍ତାର କାରଣ ହେଉଛି ପେସ୍‌ ବୋଲିଂ। ଭୁବନେଶ୍ୱର ଓ ଅର୍ଶଦୀପ ସିଂଙ୍କ ବୋଲିଂ ଆକ୍ରମଣ ବେଶ ଶକ୍ତିଶାଳୀ ହୋଇଥିବା ବେଳେ ତୃତୀୟ ପେସର୍‌ ଆଭେଶ ଖାନ୍‌ ନିହାତି ସାଧାରଣ ବୋଲିଂ କରିଛନ୍ତି। ଓପନିଂ ଯୋଡି ପରିବର୍ତ୍ତନର ବିକଳ୍ପ ରହିଥିବା ବେଳେ ଆଭେଶ୍‌ ଖାନଙ୍କ ସ୍ଥାନରେ ଭାରତ ଦୀପକ ହୁଦା କିମ୍ବା ଆର. ଅଶ୍ୱିନଙ୍କୁ ସାମିଲ କରିପାରେ। ଦୁବାଇର ଧୀମା ଟ୍ରାକରେ ଉଭୟଙ୍କ ମଧ୍ୟରୁ ଜଣେ ଖେଳିଲେ ଭାରତକୁ ଏହାର ଫାଇଦା ମିଳିପାରିବ। ପାକିସ୍ତାନର ଟପ୍‌ ଅର୍ଡରରେ ୨ ଜଣ ବାମହାତୀ ଖେଳାଳି ରହିଥିବାରୁ ଅଫ୍‌ ସ୍ପିନର ଅଶ୍ୱିନ୍‌ ଓ ହୁଦାଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରାଗଲେ ଭାରତକୁ ଏହାର ଫାଇଦା ମିଳିପାରିବ। ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ବୋଲିଂର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri