ସିନେମା ହଲ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ବ୍ରହ୍ମପୁର ଅଫିସ,୨୩।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ନେଇ ବ୍ରହ୍ମପୁର ସହରର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସହରସ୍ଥିତ ପାୟଲ ସିନେମା ହଲ୍‌ରେ ପ୍ରଥମକରି ବଡ଼ ପରଦାରେ ଲାଇଭ୍‌ ମ୍ୟାଚ୍‌ ପ୍ରଦର୍ଶିତ ହୋଇଥିଲା। ଅପରାହ୍ନ ୧.୩୦ରେ ମ୍ୟାଚ୍‌ ଆରମ୍ଭ ହୋଇଥିବା ବେଳେ ହଲ୍‌ରେ ଏହା ଦେଖିବାକୁ କ୍ରିକେଟପ୍ରେମୀଙ୍କ ବେଶ୍‌ ଭିଡ଼ ଜମିଥିଲା।

ହଲ୍‌ ପକ୍ଷରୁ ମ୍ୟାଚ୍‌ ନିମନ୍ତେ ଟିକେଟ ପାଇଁ ସ୍ବତନ୍ତ୍ର କାଉଣ୍ଟର କରାଯାଇଥିଲା। ବାଲ୍‌କୋନି ଟିକେଟ ମୂଲ୍ୟ ୨୦୦ ଓ ଫାଷ୍ଟ କ୍ଲାସ୍‌ ୧୦୦ ଟଙ୍କା ରଖାଯାଇଥିଲା। ଟିକେଟ ମୂଲ୍ୟ ବୃଦ୍ଧି ସତ୍ତ୍ୱେ କ୍ରିକେଟ୍‌ପ୍ରେମୀଙ୍କ ଗହଳି ଜମିଥିଲା। ପ୍ରାୟ ୧୦୦ ଦର୍ଶକ ହଲ୍‌ ପରିସରରେ ମ୍ୟାଚ୍‌ ଉପଭୋଗ କରିଥିଲେ। ଟିମ୍‌ ଇଣ୍ଡିଆର ବିଜୟ ପରେ ଦର୍ଶକ ବିଜୟ ଉତ୍ସବ ପାଳନ କରିଥିଲେ। ପ୍ରଥମଥର ପାଇଁ ହଲ୍‌ ମାଲିକଙ୍କ ପକ୍ଷରୁ ଏଭଳି ପଦକ୍ଷେପକୁ ବହୁ କ୍ରିକେଟ୍‌ପ୍ରେମୀ ଖୁବ୍‌ ପ୍ରଶଂସା କରିଛନ୍ତି। ବ୍ରହ୍ମପୁରରେ କ୍ରିକେଟ୍‌ପ୍ରେମୀଙ୍କୁ ଦୃଷ୍ଟିରେ ରଖି ଏଭଳି ବଡ଼ ପରଦାରେ ମ୍ୟାଚ୍‌ ପ୍ରଦର୍ଶନ କରାଯାଇଥିବା ପାୟଲ ହଲ୍‌ ମ୍ୟାନେଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେରାବିଶର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩୩୦୦ ଶଯ୍ୟା ପ୍ରସ୍ତୁତ, ରହିଲେଣି ୮୨୦ ପ୍ରବାସୀ ଓଡ଼ିଆ

ଡେରାବିଶ,୧୫ା୫(ସ୍ବ.ପ୍ର.): ମହାମାରୀ କରୋନା ପାଇଁ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତରେ ମୋଟ୍‌...

ଆସନ୍ତାକାଲି ବନ୍ଦ ରହିବ ମା’ ତାରିଣୀଙ୍କ ମନ୍ଦିର

ଘଟଗାଁ,୭ା୧୧(ଡି.ଏନ୍‌.ଏ.): ଆସନ୍ତା ୮ ତାରିଖ ମଙ୍ଗଳବାର ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିର ବନ୍ଦ ରହିବ। ଏହିଦିନ ଚନ୍ଦ୍ର ଗ୍ରହଣ ଯୋଗୁ ମା’ଙ୍କ ନୀତିକାନ୍ତି ବନ୍ଦ ରହିବା...

ଜୀବିକା ହରାଇ ଦୁର୍ଦ୍ଦିନରେ କଳାକାର

କଟକ ଅଫିସ, ୨୭ା୬- କରୋନା ମହାମାରୀ ପ୍ରଭାବରେ ସମାଜର ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି କଳାକାର। କଳାକାରଟିଏ ଯେତେ ଦୁଃଖକଷ୍ଟରେ...

ଅଗ୍ନି ବିପନ୍ନଙ୍କୁ ମିଳୁନି ସହାୟତା: ଗୋଟିଏ ଘରେ ଗାଈ-ମଣିଷ

ନାଉଗାଁ,୧୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଭାସିଆକୁଦ ଗ୍ରାମର ବଟକୃଷ୍ଣ ଜେନା। ପରିବାର କହିଲେ ସ୍ତ୍ରୀ, ପିଲାଛୁଆ ଓ ଭାଇ କେଦାର, ଭାଉଜ ଓ ସେମାନଙ୍କ...

ବାଲ୍ୟ ବିବାହ ରୋକିଲେ ଚାଇଲ୍ଡଲାଇନ କର୍ମକର୍ତ୍ତା

ଦେବଗଡ,୫ା୫(ଡି.ଏନ.ଏ)-ଦେବଗଡ ଜିଲା ବାରକୋଟ ବ୍ଲକ କାଉଁଶିବାହାଲ ପଞ୍ଚାୟତ ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ବାଲ୍ୟ ବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଏହାକୁ ରୋକିଛନ୍ତି ଚାଇଲ୍ଡଲାଇନର କର୍ମକର୍ତ୍ତା।...

ଲାଞ୍ଚ ନେଇ ପରିସଂଖ୍ୟାନ କିରାଣି ଗିରଫ

କଟକ ଅଫିସ, ୯ା୧୧: ୧ହଜାର ଟଙ୍କା ଲାଞ୍ଚ ନେଇ ନରସିଂହପୁର ବ୍ଲକ ଅଧୀନ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପରିସଂଖ୍ୟାନ କିରାଣି ହୃଦାନନ୍ଦ ଲେଙ୍କା ଭିଜିଲାନ୍ସ...

ସୁରକ୍ଷାକର୍ମୀଙ୍କୁ ମାଡ଼, ମାମଲା ରୁଜୁ

ଯୋଡ଼ା,୨୦।୭(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରର ହୁଡିସାହିଠାରେ ରହୁଥିବା ସୁରକ୍ଷାକର୍ମୀଙ୍କ ସହଯୋଗୀମାନେ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାପଡ଼ିଛି...

ହାତୀଦାନ୍ତ ଚାଲାଣବେଳେ ଧରିଲା ଏସଟିଏଫ୍‌

ପଦ୍ମପୁର,୧୪।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ଏକ ହାତୀଦାନ୍ତ ଜବତ ହୋଇଛି। ଏହା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।...

Advertisement
Archives

Model This Week