Posted inଖେଳ

ଗୋଟିଏ ଗ୍ରୁପ୍‌ରେ ଭାରତ, ପାକିସ୍ତାନ

ନୂଆଦିଲ୍ଳୀ,୯ା୮(ପି.ଟି.): ଚାଇନାର ହାଙ୍ଗଝୌରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଗେମ୍ସ ୨୦୨୩ର ହକି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପୁରୁଷ ବର୍ଗରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଉଭୟ ଦଳ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ବେଳେ ଜାପାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜବେକିସ୍ତାନ ମଧ୍ୟ ସମାନ ଗ୍ରୁପ୍‌ରେ ସାମିଲ ଅଛନ୍ତି। ଭାରତ ସେପ୍ଟେମ୍ବର ୨୪ ତାରିଖରେ ଉଜ୍‌ବେକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ ତାରିଖରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବ। ମହିଳା ହକି ଦଳ ମଧ୍ୟ ପୁଲ୍‌ ଏ’ରେ ସ୍ଥାନ ପାଇଛି। ହଂକଂ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ମାଲେସିଆ ଏହି ଗ୍ରୁପ୍‌ରେ ସାମିଲ ଅଛନ୍ତି। ମହିଳା ଦଳ ସେପ୍ଟେମ୍ବର ୨୭ ତାରିଖରେ ସିଙ୍ଗାପୁର ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
୨୦୧୮ର ଜାକାର୍ତ୍ତା ଏସିଆନ୍‌ ଗେମ୍ସ ପରି ଆମେ ଏକ ଶକ୍ତିଶାଳୀ ଗ୍ରୁପ୍‌ରେ ସ୍ଥାନ ପାଇଛୁ ବୋଲି ଭାରତୀୟ ପୁରୁଷ ଦଳ ଅଧିନାୟକ ହରମନ୍‌ପ୍ରୀତ ସିଂ କହିଛନ୍ତି। ଉକ୍ତ ସଂସ୍କରଣର ସ୍ବର୍ଣ୍ଣ ବିଜେତା ଜାପାନ ଏହି ଗ୍ରୁପ୍‌ରେ ରହିଛି। ତେବେ ସମସ୍ତ ଦଳକୁ ଆମେ ସମାନ ଢଙ୍ଗରେ ଦେଖୁଛୁ। କୌଣସି ମୁକାବିଲାକୁ ଆମେ ହାଲୁକା ଭାବରେ ନେଉନାହୁଁ ବୋଲି ହରମନପ୍ରୀତ କହିଛନ୍ତି। ବର୍ତ୍ତମାନ ଏହି ଦଳଗୁଡ଼ିକ ମଧ୍ୟରୁ କିଛି ଦଳଙ୍କ ସହିତ ଆମେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଛୁ। ଏହି ଅଭିଜ୍ଞତା ଏସିଆନ୍‌ ଗେମ୍ସରେ ଆମକୁ ଫାଇଦାରେ ରଖିବ ବୋଲି ହରମନ୍‌ପ୍ରୀତ୍‌ କହିଛନ୍ତି। ସମସ୍ତ ବିପକ୍ଷ ଦଳର ଶକ୍ତି ଓ ସାମର୍ଥ୍ୟ ଅନୁସାରେ ରଣନୀତି ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି। ପୁରୁଷ ଗ୍ରୁପ୍‌ ବି’ରେ ଦକ୍ଷିଣ କୋରିଆ, ମାଲେସିଆ, ଚାଇନା, ଓମାନ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ସ୍ଥାନ ପାଇଛନ୍ତି। ମହିଳା ବର୍ଗର ଗ୍ରୁପ୍‌ ବି’ରେ ଜାପାନ, ଚାଇନା, ଥାଇଲାଣ୍ଡ, କାଜାଖସ୍ତାନ ଓ ଇଣ୍ଡୋନେସିଆ ସହ ସ୍ଥାନ ପାଇଛନ୍ତି।
ପୁରୁଷ ଦଳ ଉଜବେକିସ୍ତାନ ସହ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ସେପ୍ଟେମ୍ବର ୨୬ରେ ସିଙ୍ଗାପୁର, ୨୮ରେ ଜାପାନ ଓ ପାକିସ୍ତାନ ଏବଂ ବାଂଲାଦେଶ ସହିତ ଯଥାକ୍ରମେ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୨ ତାରିଖରେ ମ୍ୟାଚ୍‌ ଖେଳିବ। ୨୦୧୮ରେ ରୌପ୍ୟ ଜିତିଥିବା ଭାରତୀୟ ମହିଳା ଦଳ ଚଳିତ ସଂସ୍କରଣରେ ସ୍ବର୍ଣ୍ଣ ଜିତିବାକୁ ପ୍ରୟାସ କରିବ ବୋଲି କହିଛନ୍ତି ଅଧିନାୟିକା ସବିତା ପୁନିଆ। ଦଳର କ୍ୟାମ୍ପ ଓ ପ୍ରସ୍ତୁତି ଶିବିର ଚମତ୍କାର ରହିଥିବା ବେଳେ ଏଥିରୁ ଭଲ ଫଳ ମିଳିବ ବୋଲି ସେ ଆଶା ରଖିଛନ୍ତି। ଗୋଙ୍ଗସୁ କାନାଲ ସ୍ପୋଟର୍‌ସ ପାର୍କ ଷ୍ଟାଡିୟମରେ ସମସ୍ତ ହକି ମ୍ୟାଚ ଖେଳାଯିବ। ଅକ୍ଟୋବର ୬ ତାରିଖରେ ପୁରୁଷ ଓ ଏହାର ଗୋଟିଏ ଦିନ ପରେ ମହିଳା ବର୍ଗର ଫାଇନାଲ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri