Posted inଖେଳ

ଭାରତ ବିଦା, ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ

ଦୁବାଇ,୮ା୯(ପି.ଟି): ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ସୁପର ଫୋର ମ୍ୟାଚ୍‌ରେ ପାକିସ୍ତାନ ରୋମାଞ୍ଚଭାବେ ମାତ୍ର ୧ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ଫଳାଫଳ ଭାରତକୁ ବିଦାୟ ପଥ ଦେଖାଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଓ ପାକିସ୍ତାନ ଫାଇନାଲ ଖେଳିବା ସ୍ପଷ୍ଟ ହୋଇଛି। ସୁପର ଫୋର୍‌ ପର୍ଯ୍ୟାୟରେ କ୍ରମାଗତ ୨ଟି ମ୍ୟାଚ୍‌ ହାରିଥିବା ଭାରତ ଗୁରୁବାର ଆଫଗାନିସ୍ତାନକୁ ଭେଟିବ। ମାତ୍ର ଏହି ମ୍ୟାଚ୍‌ କେବଳ ଔପଚାରିକତା ଦୃଷ୍ଟିରୁ ଖେଳାଯିବ। ଭାରତ ଓ ଆଫଗାନିସ୍ତାନକୁ ଉଭୟ ଶ୍ରୀଲଙ୍କା ଓ ପାକିସ୍ତାନ ସୁପର ଫୋର୍‌ରେ ପରାସ୍ତ କରିଥିବାରୁ ୪ ପଏଣ୍ଟ ଲେଖାଏ ପାଇ ଆଗକୁ ବଢ଼ିଛନ୍ତି।

ଶାରଜା କ୍ରିକେଟ୍‌ ଷ୍ଟାଡିୟମ ପିଚ୍‌ ବୋଲରଙ୍କୁ ସୁହାଇଥିଲା। ଫଳରେ ଆଫଗାନିସ୍ତାନ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୨୯ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ଇବ୍ରାହିମ୍‌ ଜଡ୍ରାନ ସର୍ବାଧିକ ୩୫ ରନ୍‌ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ହାରିସ ରୌଫ ୨ଟି ଏବଂ ନସିମ ଶାହା, ମହମ୍ମଦ ହାସନେନ, ମହମ୍ମଦ ନଓ୍ବାଜ ଓ ଶଦାବ ଖାଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପାକିସ୍ତାନ ୧୯.୨ ଓଭରରେ ୯ ଉଇକେଟ ହରାଇ ୧୩୧ ରନ୍‌ ସଂଗ୍ରହ କରିନେଇଥିଲା। ଆଫଗାନିସ୍ତାନ ବୋଲରମାନେ ଆରମ୍ଭରୁ ପ୍ରଭାବୀ ବୋଲିଂ କରିଥିଲେ। ଫଳରେ କୌଣସି ପାକିସ୍ତାନୀ ବ୍ୟାଟର ହାତଖୋଲି ଖେଳିପାରି ନ ଥିଲେ। ଶଦାବ ଖାଁ ସର୍ବାଧିକ ୩୬ ଓ ଇଫ୍‌ତିକାର ଅହମଦ ୩୦ ରନ୍‌ କରିଥିଲେ। ୧୮ତମ ଓଭରରେ ୪ ରନ୍‌ରେ ୨ଟି ଏବଂ ୧୯ତମ ଓଭରରେ ୧୦ ରନ୍‌ କରି ପାକିସ୍ତାନ ୨ଟି ଉଇକେଟ ହରାଇ ପରାଜୟମୁହାଁ ହୋଇଥିଲା। ମାତ୍ର ୨୦ତମ ଓଭରର ପ୍ରଥମ ୨ ବଲ୍‌କୁ ଛକାରେ ପରିଣତ କରି ପାକିସ୍ତାନର ନସିମ ଶାହା ମ୍ୟାଚ୍‌ର ଉତ୍କଣ୍ଠାପୂର୍ଣ୍ଣ ପରିସମାପ୍ତି ଘଟାଇଥିଲେ।
ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ ୨୦ ଓଭରରେ ୧୨୯/୬ (ଇବ୍ରାହିମ୍‌ ଜଡ୍ରାନ-୩୫, ହାରିସ ରୌଫ-୨/୨୬)। ପାକିସ୍ତାନ ୧୯.୨ ଓଭରରେ ୧୩୧/୯ (ଶଦାବ ଖାଁ-୩୬, ଇଫ୍‌ତିକାର ଅହମଦ-୩୦, ଫଜଲହକ୍‌ ଫାରୁକି-୩/୩୧ ଓ ଫରିଦ ଅହମଦ-୩/୩୧, ରଶିଦ ଖାଁ-୨/୨୫)।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri