Categories: ଖେଳ

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଜିମ୍ବାଓ୍ବେର ଧିମା ବ୍ୟାଟିଂ

ହରାରେ,୨୦।୮: ହରାରେ ସ୍ପୋର୍ଟସ କ୍ଲବରେ ଶନିବାର ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଜିମ୍ବାଓ୍ବେ ବ୍ୟାଟିଂ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଦୀପକ ଚହରଙ୍କୁ ଏହି ମ୍ୟାଚରୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଶାର୍ଦ୍ଦୂଳ ଠାକୁରଙ୍କୁ ନିଆଯାଇଛି। ତିନି ମ୍ୟାଚ ବିଶିଷ୍ଟ ସିରିଜ୍‌ର ପ୍ରଥମ ଦିନିକିଆରେ ଭାରତ ସହଜରେ ୧୦ ଉଇକେଟରେ ବିଜୟୀ ହୋଇଥିବାରୁ ଏହି ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟ ରହିଛି। ହେଲେ ଜିମ୍ବାଓ୍ବେ ବ୍ୟାଟିଂ ଆରମ୍ଭ କରି ୧୧ ଓଭର ଖେଳ ସୁଦ୍ଧା ୨୭ ରନ୍‌ କରିଥିବା ବେଳେ ଗୋଟିଏ ଉଇକେଟ ହରାଇଛି।

Share