Posted inଖେଳ

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

କାନପୁର,୨୪।୧୧:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଠାରୁ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ କ୍ଲିନ୍‌ସୁଇପ୍‌ କରିଥିଲା। ଏବେ ଭାରତ ଟେଷ୍ଟ ସିରିଜ ଉପରେ ନଜର ରଖିଛି। ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଏବଂ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ପ୍ରଥମ ମ୍ୟାଚ କାନପୁରର ଗ୍ରୀନ ପାର୍କରେ ଖେଳାଯିବ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଅଜିଙ୍କେ ରାହାନେ ଅଧିନାୟକତ୍ୱ କରିବ। ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ରାହୁଲ ଦ୍ରାବିଡଙ୍କ ଏହା ହେଉଛି ପ୍ରଥମ ଟେଷ୍ଟ ସିରିଜ। ତାଙ୍କ ଆଖି ମଧ୍ୟ ଟି୨୦ ପରି ଟେଷ୍ଟ ସିରିଜ୍‌ ଉପରେ ରହିବ। ଗ୍ରୀନ ପାର୍କ ଷ୍ଟାଡିୟମ ଗ୍ରାଉଣ୍ଡରେ ଭାରତୀୟ ଦଳର ରେକର୍ଡ ଭଲ ରହିଛି। ନ୍ୟୁଜିଲାଣ୍ଡ ଏଠାରେ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହିଁ। ଗ୍ରୀନ ପାର୍କରେ ଶେଷ ୬ ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ଟିମ ଇଣ୍ଡିଆ ଜିତିଛି। ୧୯୮୩ରେ ୱେଷ୍ଟଇଣ୍ଡିଜ ଦ୍ୱାରା ଭାରତ ଶେଷ ଥର ପାଇଁ ପରାସ୍ତ ହୋଇଥିଲା। ୩୮ ବର୍ଷ ଧରି ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ଅପରାଜୟେ ରହିଛି।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କେବେ ଆରମ୍ଭ ହେବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଭାରତୀୟ ସମୟ ସକାଳ ୯.୩୦ ରେ ଖେଳାଯିବ।

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କେଉଁଠାରେ ଖେଳାଯିବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯିବ।

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଲାଇଭ ଟେଲିକାଷ୍ଟକୁ କେଉଁଠାରେ ଦେଖି ହେବ?
ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଦେଖିବାକୁ ମିଳେ

ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଦେଖି ହେବ?
ଡିଜ୍‌ନି + ହଟଷ୍ଟାରରେ ଆପଣ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri