Posted inଖେଳ

ଇଣ୍ଡିଆ ନେଟ୍‌ ସେସନ: ପିଙ୍କ୍‌ ବଲ୍‌ରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ଅହମଦାବାଦ,୨୨।୨(ପି.ଟି.): ସୁସଜ୍ଜିତ ମୋଟେରା ଷ୍ଟାଡିୟମରେ ବୁଧବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପିଙ୍କ୍‌ ବଲ୍‌ରେ ଖେଳା ଯିବାକୁ ଥିବା ଦିବାରାତ୍ରଭିତ୍ତିକ ଏହି ଟେଷ୍ଟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ। ରବିବାର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ନେଟ୍‌ ସେସନରେ ବେଶ୍‌ ଝାଳ ବୁହାଇଛନ୍ତି। ପିଙ୍କ୍‌ ବଲ୍‌ ସହିତ ଅଭ୍ୟସ୍ତ ହେବା ପାଇଁ ଖେଳାଳିମାନେ ନେଟ୍ସରେ ପରିଶ୍ରମ କରିଛନ୍ତି। ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଏବେ ୧-୧ ସମାନ ସ୍ତରରେ ରହିଛି। ଚେନ୍ନାଇରେ ଇଂଲଣ୍ଡ ପ୍ରଥମ ଟେଷ୍ଟରେ ୨୨୭ ରନରେ ବିଜୟୀ ହୋଇଥିବା ବେଳେ ଭାରତ ସମାନ ଭେନ୍ୟୁରେ ଦ୍ୱିତୀୟ ଟେଷ୍ଟରେ ବୃହତ୍‌ ୩୧୭ ରନରେ ବିଜୟୀ ହୋଇଥିଲା। ସେହିପରି ତୃତୀୟ ଟେଷ୍ଟରେ ବିଜୟୀ ହେବା ପାଇଁ ଭାରତୀୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖେଳାଳିମାନେ ଷ୍ଟ୍ରେଚିଂ ଏକ୍ସରସାଇଜ୍‌, ଫିଲ୍ଡିଂ ଡ୍ରିଲ୍ସ କରିବା ପରେ ନେଟ୍ସରେ ବ୍ୟାଟିଂ କରିଥିଲେ। ବିଶ୍ୱର ଏହି ସର୍ବବୃହତ୍‌ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଏକ ଲକ୍ଷ ୧୦ ହଜାର ଦର୍ଶକ ମ୍ୟାଚ୍‌ ଉପଭୋଗ କରିପାରିବେ।
କୋହଲିଙ୍କ ସମେତ ଉପଅଧିନାୟକ ଅଜିଙ୍କ୍ୟ ରାହାନେ, ଓପନର ରୋହିତ ଶର୍ମା, ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ନେଟ୍ସରେ ବ୍ୟାଟିଂ କରିଥିଲେ ଏବଂ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଏମାନଙ୍କୁ ପ୍ରଖର ସୂର୍ଯ୍ୟାଲୋକରେ ବୋଲିଂ କରିଥିଲେ। ବୁମରା ଦ୍ୱିତୀୟ ଟେଷ୍ଟ ଖେଳିପାରି ନ ଥିଲେ। ଫଳରେ ସେ ଏହି ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବେ। ସେହିପରି ଅଭିଜ୍ଞ ଈଶାନ୍ତ ଶର୍ମା ୧୦୦ତମ ଟେଷ୍ଟ ଖେଳିବାର ନିକଟବର୍ତ୍ତୀ ହୋଇଛନ୍ତି। ସେ ମଧ୍ୟ ଅଭ୍ୟାସ କରୁଥିବା ଦେଖାଯାଇଥିଲା।
ପ୍ରଥମ ଦୁଇଟି ଟେଷ୍ଟରେ ସ୍ପିନରମାନେ ବେଶ୍‌ ସଫଳ ହୋଇଥିଲେ। ତେବେ କୋଲକାତାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପିଙ୍କ୍‌ ବଲ୍‌ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲରମାନେ ସବୁ ୨୦ଟି ଯାକ ଉଇକେଟ ଅକ୍ତିଆର କରି ଦଳକୁ ଜିତାଇଥିଲେ। ସେହିପରି ଓପନର ଶୁବମନ ଗିଲ୍‌ ଓ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ନେଟ୍ସରେ ବ୍ୟାଟିଂ କରିଥିଲେ। ସେହିପରି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ ଓ କୁଲଦୀବ ଯାଦବ ମଧ୍ୟ ବୋଲିଂ କରିଥିଲେ। ଭାରତ ଓ ଇଂଲଣ୍ଡ ଉଭୟ ପୂରାଦମ୍‌ରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଦୁଇ ଦଳର ଖେଳାଳିମାନେ ଷ୍ଟାଡିୟମ ବୁଲି ଦେଖିଥିଲେ ଓ ଡ୍ରେସିଂ ରୁମ୍‌ ସହିତ ଜିମ୍‌ ମଧ୍ୟ ଜଡିତ ହୋଇ ରହିଛି। ଷ୍ଟାଡିୟମ ଉଦ୍‌ଘାଟନ କରିବା ପରେ ଅଧ୍ୟକ୍ଷ ରାମନାଥ କୋବିନ୍ଦ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମ୍ୟାଚ୍‌ ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହି ଷ୍ଟାଡିୟମରେ ଉପଲବ୍ଧ ସୁବିଧା ସୁଯୋଗ ତଥା ଭିତ୍ତିଭୂମିକୁ ସବୁ କ୍ରିକେଟରମାନେ ପ୍ରଶଂସା କରିଛନ୍ତି। କ୍ରିକେଟରମାନଙ୍କ ଏହି ଟ୍ରେନିଂ ଭିଡିଓକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଭିନ୍ନ ସୋସିଆଲ ମିଡିଆରେ ଶେୟାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ବାଂଲାଦେଶ ହିଂସାରେ ଖବରଦାତାଙ୍କ ମୃତ୍ୟୁ, ୪ ପୋଲିସ କର୍ମଚାରୀ ଆହତ: ଆଡଭାଇଜରୀ ଜାରି କଲା ଭାରତ

ଢାକା,୧୯।୧୨: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଢାକାରେ ଜନସାଧାରଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri