Posted inଖେଳ

ଇଣ୍ଡିଆ ନେଟ୍‌ ସେସନ: ପିଙ୍କ୍‌ ବଲ୍‌ରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ଅହମଦାବାଦ,୨୨।୨(ପି.ଟି.): ସୁସଜ୍ଜିତ ମୋଟେରା ଷ୍ଟାଡିୟମରେ ବୁଧବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପିଙ୍କ୍‌ ବଲ୍‌ରେ ଖେଳା ଯିବାକୁ ଥିବା ଦିବାରାତ୍ରଭିତ୍ତିକ ଏହି ଟେଷ୍ଟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ। ରବିବାର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ନେଟ୍‌ ସେସନରେ ବେଶ୍‌ ଝାଳ ବୁହାଇଛନ୍ତି। ପିଙ୍କ୍‌ ବଲ୍‌ ସହିତ ଅଭ୍ୟସ୍ତ ହେବା ପାଇଁ ଖେଳାଳିମାନେ ନେଟ୍ସରେ ପରିଶ୍ରମ କରିଛନ୍ତି। ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଏବେ ୧-୧ ସମାନ ସ୍ତରରେ ରହିଛି। ଚେନ୍ନାଇରେ ଇଂଲଣ୍ଡ ପ୍ରଥମ ଟେଷ୍ଟରେ ୨୨୭ ରନରେ ବିଜୟୀ ହୋଇଥିବା ବେଳେ ଭାରତ ସମାନ ଭେନ୍ୟୁରେ ଦ୍ୱିତୀୟ ଟେଷ୍ଟରେ ବୃହତ୍‌ ୩୧୭ ରନରେ ବିଜୟୀ ହୋଇଥିଲା। ସେହିପରି ତୃତୀୟ ଟେଷ୍ଟରେ ବିଜୟୀ ହେବା ପାଇଁ ଭାରତୀୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖେଳାଳିମାନେ ଷ୍ଟ୍ରେଚିଂ ଏକ୍ସରସାଇଜ୍‌, ଫିଲ୍ଡିଂ ଡ୍ରିଲ୍ସ କରିବା ପରେ ନେଟ୍ସରେ ବ୍ୟାଟିଂ କରିଥିଲେ। ବିଶ୍ୱର ଏହି ସର୍ବବୃହତ୍‌ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଏକ ଲକ୍ଷ ୧୦ ହଜାର ଦର୍ଶକ ମ୍ୟାଚ୍‌ ଉପଭୋଗ କରିପାରିବେ।
କୋହଲିଙ୍କ ସମେତ ଉପଅଧିନାୟକ ଅଜିଙ୍କ୍ୟ ରାହାନେ, ଓପନର ରୋହିତ ଶର୍ମା, ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ନେଟ୍ସରେ ବ୍ୟାଟିଂ କରିଥିଲେ ଏବଂ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଏମାନଙ୍କୁ ପ୍ରଖର ସୂର୍ଯ୍ୟାଲୋକରେ ବୋଲିଂ କରିଥିଲେ। ବୁମରା ଦ୍ୱିତୀୟ ଟେଷ୍ଟ ଖେଳିପାରି ନ ଥିଲେ। ଫଳରେ ସେ ଏହି ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବେ। ସେହିପରି ଅଭିଜ୍ଞ ଈଶାନ୍ତ ଶର୍ମା ୧୦୦ତମ ଟେଷ୍ଟ ଖେଳିବାର ନିକଟବର୍ତ୍ତୀ ହୋଇଛନ୍ତି। ସେ ମଧ୍ୟ ଅଭ୍ୟାସ କରୁଥିବା ଦେଖାଯାଇଥିଲା।
ପ୍ରଥମ ଦୁଇଟି ଟେଷ୍ଟରେ ସ୍ପିନରମାନେ ବେଶ୍‌ ସଫଳ ହୋଇଥିଲେ। ତେବେ କୋଲକାତାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପିଙ୍କ୍‌ ବଲ୍‌ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲରମାନେ ସବୁ ୨୦ଟି ଯାକ ଉଇକେଟ ଅକ୍ତିଆର କରି ଦଳକୁ ଜିତାଇଥିଲେ। ସେହିପରି ଓପନର ଶୁବମନ ଗିଲ୍‌ ଓ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ନେଟ୍ସରେ ବ୍ୟାଟିଂ କରିଥିଲେ। ସେହିପରି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ ଓ କୁଲଦୀବ ଯାଦବ ମଧ୍ୟ ବୋଲିଂ କରିଥିଲେ। ଭାରତ ଓ ଇଂଲଣ୍ଡ ଉଭୟ ପୂରାଦମ୍‌ରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଦୁଇ ଦଳର ଖେଳାଳିମାନେ ଷ୍ଟାଡିୟମ ବୁଲି ଦେଖିଥିଲେ ଓ ଡ୍ରେସିଂ ରୁମ୍‌ ସହିତ ଜିମ୍‌ ମଧ୍ୟ ଜଡିତ ହୋଇ ରହିଛି। ଷ୍ଟାଡିୟମ ଉଦ୍‌ଘାଟନ କରିବା ପରେ ଅଧ୍ୟକ୍ଷ ରାମନାଥ କୋବିନ୍ଦ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମ୍ୟାଚ୍‌ ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହି ଷ୍ଟାଡିୟମରେ ଉପଲବ୍ଧ ସୁବିଧା ସୁଯୋଗ ତଥା ଭିତ୍ତିଭୂମିକୁ ସବୁ କ୍ରିକେଟରମାନେ ପ୍ରଶଂସା କରିଛନ୍ତି। କ୍ରିକେଟରମାନଙ୍କ ଏହି ଟ୍ରେନିଂ ଭିଡିଓକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଭିନ୍ନ ସୋସିଆଲ ମିଡିଆରେ ଶେୟାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri