Posted inଖେଳ

ଇଣ୍ଡିଆ ନେଟ୍‌ ସେସନ: ପିଙ୍କ୍‌ ବଲ୍‌ରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ଅହମଦାବାଦ,୨୨।୨(ପି.ଟି.): ସୁସଜ୍ଜିତ ମୋଟେରା ଷ୍ଟାଡିୟମରେ ବୁଧବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପିଙ୍କ୍‌ ବଲ୍‌ରେ ଖେଳା ଯିବାକୁ ଥିବା ଦିବାରାତ୍ରଭିତ୍ତିକ ଏହି ଟେଷ୍ଟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ। ରବିବାର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ନେଟ୍‌ ସେସନରେ ବେଶ୍‌ ଝାଳ ବୁହାଇଛନ୍ତି। ପିଙ୍କ୍‌ ବଲ୍‌ ସହିତ ଅଭ୍ୟସ୍ତ ହେବା ପାଇଁ ଖେଳାଳିମାନେ ନେଟ୍ସରେ ପରିଶ୍ରମ କରିଛନ୍ତି। ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଏବେ ୧-୧ ସମାନ ସ୍ତରରେ ରହିଛି। ଚେନ୍ନାଇରେ ଇଂଲଣ୍ଡ ପ୍ରଥମ ଟେଷ୍ଟରେ ୨୨୭ ରନରେ ବିଜୟୀ ହୋଇଥିବା ବେଳେ ଭାରତ ସମାନ ଭେନ୍ୟୁରେ ଦ୍ୱିତୀୟ ଟେଷ୍ଟରେ ବୃହତ୍‌ ୩୧୭ ରନରେ ବିଜୟୀ ହୋଇଥିଲା। ସେହିପରି ତୃତୀୟ ଟେଷ୍ଟରେ ବିଜୟୀ ହେବା ପାଇଁ ଭାରତୀୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖେଳାଳିମାନେ ଷ୍ଟ୍ରେଚିଂ ଏକ୍ସରସାଇଜ୍‌, ଫିଲ୍ଡିଂ ଡ୍ରିଲ୍ସ କରିବା ପରେ ନେଟ୍ସରେ ବ୍ୟାଟିଂ କରିଥିଲେ। ବିଶ୍ୱର ଏହି ସର୍ବବୃହତ୍‌ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଏକ ଲକ୍ଷ ୧୦ ହଜାର ଦର୍ଶକ ମ୍ୟାଚ୍‌ ଉପଭୋଗ କରିପାରିବେ।
କୋହଲିଙ୍କ ସମେତ ଉପଅଧିନାୟକ ଅଜିଙ୍କ୍ୟ ରାହାନେ, ଓପନର ରୋହିତ ଶର୍ମା, ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ନେଟ୍ସରେ ବ୍ୟାଟିଂ କରିଥିଲେ ଏବଂ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଏମାନଙ୍କୁ ପ୍ରଖର ସୂର୍ଯ୍ୟାଲୋକରେ ବୋଲିଂ କରିଥିଲେ। ବୁମରା ଦ୍ୱିତୀୟ ଟେଷ୍ଟ ଖେଳିପାରି ନ ଥିଲେ। ଫଳରେ ସେ ଏହି ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିବେ। ସେହିପରି ଅଭିଜ୍ଞ ଈଶାନ୍ତ ଶର୍ମା ୧୦୦ତମ ଟେଷ୍ଟ ଖେଳିବାର ନିକଟବର୍ତ୍ତୀ ହୋଇଛନ୍ତି। ସେ ମଧ୍ୟ ଅଭ୍ୟାସ କରୁଥିବା ଦେଖାଯାଇଥିଲା।
ପ୍ରଥମ ଦୁଇଟି ଟେଷ୍ଟରେ ସ୍ପିନରମାନେ ବେଶ୍‌ ସଫଳ ହୋଇଥିଲେ। ତେବେ କୋଲକାତାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପିଙ୍କ୍‌ ବଲ୍‌ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲରମାନେ ସବୁ ୨୦ଟି ଯାକ ଉଇକେଟ ଅକ୍ତିଆର କରି ଦଳକୁ ଜିତାଇଥିଲେ। ସେହିପରି ଓପନର ଶୁବମନ ଗିଲ୍‌ ଓ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ନେଟ୍ସରେ ବ୍ୟାଟିଂ କରିଥିଲେ। ସେହିପରି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ ଓ କୁଲଦୀବ ଯାଦବ ମଧ୍ୟ ବୋଲିଂ କରିଥିଲେ। ଭାରତ ଓ ଇଂଲଣ୍ଡ ଉଭୟ ପୂରାଦମ୍‌ରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଦୁଇ ଦଳର ଖେଳାଳିମାନେ ଷ୍ଟାଡିୟମ ବୁଲି ଦେଖିଥିଲେ ଓ ଡ୍ରେସିଂ ରୁମ୍‌ ସହିତ ଜିମ୍‌ ମଧ୍ୟ ଜଡିତ ହୋଇ ରହିଛି। ଷ୍ଟାଡିୟମ ଉଦ୍‌ଘାଟନ କରିବା ପରେ ଅଧ୍ୟକ୍ଷ ରାମନାଥ କୋବିନ୍ଦ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମ୍ୟାଚ୍‌ ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହି ଷ୍ଟାଡିୟମରେ ଉପଲବ୍ଧ ସୁବିଧା ସୁଯୋଗ ତଥା ଭିତ୍ତିଭୂମିକୁ ସବୁ କ୍ରିକେଟରମାନେ ପ୍ରଶଂସା କରିଛନ୍ତି। କ୍ରିକେଟରମାନଙ୍କ ଏହି ଟ୍ରେନିଂ ଭିଡିଓକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଭିନ୍ନ ସୋସିଆଲ ମିଡିଆରେ ଶେୟାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍ ହାରିଲା ଟିମ୍ ଇଣ୍ଡିଆ, କିନ୍ତୁ ଇତିହାସ ରଚିଲେ ଅଲରାଉଣ୍ଡର ଅକ୍ଷର ପଟେଲ

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି। ଟି-୨୦ କ୍ରିକେଟ ଫର୍ମାଟରେ ୩,୦୦୦ ରନ୍ ଏବଂ ୩୦୦ ଉଇକେଟର ‘ଡବଲ୍‌’…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଜଣେ ଗିରଫ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଓରଫ କାଳିଆଙ୍କୁ…

ଧରାଶାୟୀ ହେଲା ରୂପା, ଫିକା ପଡ଼ିଲା ସୁନା ଚମକ: ୧୧ ମାସର ରେକର୍ଡ ଭାଙ୍ଗି ୮୩୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୩୦।୧୦: ସାରା ଦେଶରେ ଅକ୍ଟୋବର ୩୦ ତାରିଖରେ ସୁନା ଓ ରୂପା (ଚାନ୍ଦି) ଦରରେ ଏକ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରାଫା ବଜାରରେ…

ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ…

ହେଲିକପ୍ଟରରେ ଆସିଲା ରିଲିଫ ସାମଗ୍ରୀ: ଆକାଶମାର୍ଗରୁ ବନ୍ୟା କ୍ଷୟକ୍ଷତି ଆକଳନ କଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର, ୩୦ା୧୦ (ବାବୁଲା ପ୍ରଧାନ: ଶୁକ୍ରବାର ବାୟୁସେନାର ଏକ ହେଲିକପ୍ଟର ଭଞ୍ଜନଗରର ଜିଲୁଣ୍ଡୀ ପଡ଼ିଆରେ ଅବତରଣ କରିଥିଲା। ବନ୍ୟା ପ୍ରଭାବିତଙ୍କ ପାଇଁ ଆଣିଥିବା ରିଲିଫ ସାମଗ୍ରୀ ବଣ୍ଟନ…

ଆନ୍ଦୋଳନ ପରେ ଚେତିଲା ପ୍ରଶାସନ ପୋଲିସ ସୁରକ୍ଷାରେ ବିପନ୍ନଙ୍କ ପାଖକୁ ଗଲା ରିଲିଫ, ଭୋକ ଉପାସରେ ଜଳବନ୍ଦି ଜୀବନ କାଟୁଥିଲେ ବନ୍ୟା ପୀଡ଼ିତ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଭୟଙ୍କର ବନ୍ୟା ଆସି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି। ନଦୀର ବନ୍ୟାଜଳ…

ବନ୍ୟାରେ ମାନବିକତାର ମୃତ୍ୟୁ: ପାଣିଘେରରେ ଲୋକେ, ବ୍ଲକ କାର୍ଯ୍ୟାଳୟର ଉଚ୍ଚ ସ୍ଥାନରେ ସୁରକ୍ଷିତ ରଖାଗଲା କର୍ମଚାରୀଙ୍କ ଗାଡ଼ି

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଚାରିଆଡ଼େ ବନ୍ୟାଜଳ।…

୧୩୮ ଦିନ ପରେ ଶନିଙ୍କ ସିଧା ଚଳନ: ୩ ରାଶିରେ ପ୍ରବଳ ଧନବର୍ଷା, ଚାକିରିରେ ବଡ଼ ପ୍ରମୋଶନ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଙ୍କ ଗତି ସବୁଠାରୁ ମନ୍ଥର ତଥା ପ୍ରଭାବଶାଳୀ ହୋଇଥାଏ। ସୂଚନାଯୋଗ୍ୟ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?