ନଜରରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ ଇଣ୍ଡିଆ

ନୂଆଦିଲ୍ଲୀ,୨୨।୨: ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କିମ୍ବା ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀର ଘରୋଇକରଣକୁ ସରକାର ବିଚାର କରିପାରନ୍ତି। ଏହି କମ୍ପାନୀଗୁଡ଼ିକୁ ପୁଞ୍ଜି ଯୋଗାଣ କରାଯାଇଛି। ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକର ଆର୍ଥତ୍କ ସ୍ଥିତିରେ ପୂର୍ବାପେକ୍ଷା ଉନ୍ନତି ଆସିଛି। କମ୍ପାନୀଗୁଡ଼ିକର ଆର୍ଥତ୍କ ସ୍ଥିତିକୁ ଉନ୍ନତ କରିବା ଲାଗି ସରକାର ପୁଣିଥରେ ୩ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଣ କରିପାରନ୍ତି। ଆର୍ଥତ୍କ ସ୍ଥିତି ସୁଧୁରୁଥିବାରୁ ଘରୋଇକ୍ଷେତ୍ରର ଦୃଷ୍ଟି ଆକର୍ଷଣ କରିବା ଲାଗି କମ୍ପାନୀଗୁଡ଼ିକ ସକ୍ଷମ ହେବେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ଏକ ଯୋଗ୍ୟ କମ୍ପାନୀ ଖୋଜିବା ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି। ଏଥିଲାଗି କିଛି ସମୟ ଲାଗିପାରେ।
ସେହିଭଳି ନିୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀକୁ ପୁଞ୍ଜି ବଜାରରେ ପଞ୍ଜୀକୃତ କରିବାର ମଧ୍ୟ ସମ୍ଭାବନା ରହିଛି। ଏଥିରେ ସରକାରଙ୍କ ୮୫.୪୪% ଅଂଶଧନ ରହିଛି। ଘରୋଇକରଣ ପଦକ୍ଷେପ ଉପରେ ନୀତି ଆୟୋଗ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେବ। ଅର୍ଥ ମନ୍ତ୍ରଣାଳୟ ଅଧୀନ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ) ଏହି କାର୍ଯ୍ୟକ୍ରମକୁ ଆଗକୁ ବଢାଇବ। ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨ ରାଷ୍ଟ୍ରାୟତ୍ତ ଏବଂ ଗୋଟିଏ ବୀମା କମ୍ପାନୀର ଘରୋଇକରଣ ସମ୍ପର୍କରେ ଘୋଷଣା କରିଥିଲେ। ଅଂଶଧନ ବିକ୍ରିରୁ ୧.୭୫ ଲକ୍ଷକୋଟି ଟଙ୍କା ସଂଗ୍ରହ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନ୍ୟାଶନାଲ ଇନ୍‌ସ୍ୟୁରାନ୍ସ, ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ ଏବଂ ୟୁନାଇଟେଡ ଇଣ୍ଡିଆ ଇନ୍‌ସ୍ୟୁରାନ୍ସକୁ ପୁଞ୍ଜି ଯୋଗାଣ ନେଇ ନିଷ୍ପତ୍ତି ନିଆଯାଇଥିଲା। ସେହିଭଳି ଏହି କମ୍ପାନୀଗୁଡ଼ିକରେ ଅଧିକୃତ ଶେୟାର କ୍ୟାପିଟାଲ ବଢାଇବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଘରୋଇକରଣ କାର୍ଯ୍ୟକ୍ରମକୁ ସରକାର ବର୍ତ୍ତମାନ ବଢାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri