ଭାରତ ହାରିଲା କେୟର୍ନ ଟିକସ ମାମଲା

ନୂଆଦିଲ୍ଲୀ,୨୪।୧୨ : ବ୍ରିଟେନର ଶକ୍ତିି କମ୍ପାନୀ କେୟର୍ନ ବିରୋଧରେ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଟ୍ରିବ୍ୟୁନାଲରେ ଚାଲିଥିବା ଟିକସ ମାମଲାରେ ଭାରତକୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। ଉକ୍ତ କମ୍ପାନୀକୁ ୧.୪ ବିଲିୟାନ ଡଲାର (ପ୍ରାୟ ୮ ହଜାର କୋଟି ଟଙ୍କା) କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସରକାରଙ୍କ ନିକଟରେ ଥିବା କମ୍ପାନୀର ଅର୍ଥ ସୁଧ ସହ ଫେରାଇବାକୁ ମଧ୍ୟ କୁହାଯାଇଛି।
ଭୋଡାଫୋନ୍‌ଠାରୁ ପରାଜୟର ଠିକ୍‌ ୩ ମାସ ପରେ ଆଉ ଏକ ମାମଲାରେ କେନ୍ଦ୍ର ସରକାର ହାରିଯାଇଛନ୍ତି। ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) କହିଛନ୍ତି, କେୟର୍ନ ଟିକସ ମାମଲା ଏକ ଟିକସଜନିତ ବିବାଦ ନୁହେଁ। ଏହା ଟିକସଜନିତ ନିବେଶ ହୋଇଥିବାରୁ କୋର୍ଟଙ୍କ ପରିସରରେ ଆସୁଛି। ଭାରତ କିଛି ବର୍ଷ ଧରି ଟିକସ ଲାଗି ଯେଉଁ ଦାବି ଉଠାଇ ଆସୁଛି, ତାହା ଦ୍ୱିପାକ୍ଷିକ ନିବେଶ ସୁରକ୍ଷା ଚୁକ୍ତିର ସଫଳ ରୂପାୟନର ବିରୁଦ୍ଧାଚରଣ କରୁଛି। ୨୦୦୬-୦୭ରେ କେୟର୍ନ ଏହାର ଭାରତ ବାଣିଜ୍ୟର ପୁନର୍ଗଠନ ପରେ କ୍ୟାପିଟାଲ ଗେନ୍ସ ଭାବେ ହାସଲ କରିଥିବା ଅର୍ଥ ଉପରେ ୨୪,୫୦୦ କୋଟି ଟଙ୍କାର ଟିକସ ଡିମାଣ୍ଡ ରଖିଥିଲା। ଏହି ମାମଲାର ରାୟରେ କେୟର୍ନକୁ ୮ ହଜାର କୋଟି ଟଙ୍କା ଦେବାକୁ କୁହାଯାଇଛି। ଏହା ମଧ୍ୟରେ ଭାରତ ସରକାର ଜବତ କରିଥିବା ଶେୟାର ମଧ୍ୟ ସାମିଲ ରହିଛି। ସୂଚନାଯୋଗ୍ୟ, ଭାରତ ସରକାର କେୟର୍ନର ଟିକସ ରିଫଣ୍ଡ ରୋକିଦେଇଛନ୍ତି। ଡିଭିଡେଣ୍ଡକୁ ଜବତ କରାଯାଇଛି। ସେହିଭଳି ବକେୟା ଟିକସ ପାଇବା ଲାଗି କିଛି ଶେୟାରକୁ ବିକ୍ରି ମଧ୍ୟ କରାଯାଇଛି। ଏହି ମାମଲାରେ ଅପିଲ କରିବା ଲାଗି ଭାରତ ସରକାରଙ୍କ ନିକଟରେ ବିକଳ୍ପ ଏବେ ଯାଏ ମଧ୍ୟ ବନ୍ଦ ହୋଇନାହିଁ।
କ’ଣ ରହିଥିଲା ମାମଲା
ଭାରତ ସରକାର ଭୋଡାଫୋନଠାରୁ ୩ ବିଲିୟନ ଡଲାରର ଟିକସ ଡିମାଣ୍ଡ ରଖିଥିଲେ। ଏହାକୁ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଖାରଜ କରିଦେଇଛନ୍ତି। ୨୦୧୨ ବଜେଟରେ ସରକାର ରେଟ୍ରୋସ୍ପେକ୍ଟିଭ ଟିକସ ଲାଗୁ କରିଥିଲେ। ଏହାଦ୍ୱାରା ୧୯୬୨ ପରେ କମ୍ପାନୀର ସମ୍ପତ୍ତି ଭାରତରେ ରହିଥିଲେ କୌଣସି ମିଶ୍ରଣ ଏବଂ ଅଧିଗ୍ରହଣ କ୍ଷେତ୍ରରେ ଟିକସ ପ୍ରଦାନ କରିବା ଅନିବାର୍ଯ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri