ଭାରତ ହାରିଲା କେୟର୍ନ ଟିକସ ମାମଲା

ନୂଆଦିଲ୍ଲୀ,୨୪।୧୨ : ବ୍ରିଟେନର ଶକ୍ତିି କମ୍ପାନୀ କେୟର୍ନ ବିରୋଧରେ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଟ୍ରିବ୍ୟୁନାଲରେ ଚାଲିଥିବା ଟିକସ ମାମଲାରେ ଭାରତକୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। ଉକ୍ତ କମ୍ପାନୀକୁ ୧.୪ ବିଲିୟାନ ଡଲାର (ପ୍ରାୟ ୮ ହଜାର କୋଟି ଟଙ୍କା) କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସରକାରଙ୍କ ନିକଟରେ ଥିବା କମ୍ପାନୀର ଅର୍ଥ ସୁଧ ସହ ଫେରାଇବାକୁ ମଧ୍ୟ କୁହାଯାଇଛି।
ଭୋଡାଫୋନ୍‌ଠାରୁ ପରାଜୟର ଠିକ୍‌ ୩ ମାସ ପରେ ଆଉ ଏକ ମାମଲାରେ କେନ୍ଦ୍ର ସରକାର ହାରିଯାଇଛନ୍ତି। ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) କହିଛନ୍ତି, କେୟର୍ନ ଟିକସ ମାମଲା ଏକ ଟିକସଜନିତ ବିବାଦ ନୁହେଁ। ଏହା ଟିକସଜନିତ ନିବେଶ ହୋଇଥିବାରୁ କୋର୍ଟଙ୍କ ପରିସରରେ ଆସୁଛି। ଭାରତ କିଛି ବର୍ଷ ଧରି ଟିକସ ଲାଗି ଯେଉଁ ଦାବି ଉଠାଇ ଆସୁଛି, ତାହା ଦ୍ୱିପାକ୍ଷିକ ନିବେଶ ସୁରକ୍ଷା ଚୁକ୍ତିର ସଫଳ ରୂପାୟନର ବିରୁଦ୍ଧାଚରଣ କରୁଛି। ୨୦୦୬-୦୭ରେ କେୟର୍ନ ଏହାର ଭାରତ ବାଣିଜ୍ୟର ପୁନର୍ଗଠନ ପରେ କ୍ୟାପିଟାଲ ଗେନ୍ସ ଭାବେ ହାସଲ କରିଥିବା ଅର୍ଥ ଉପରେ ୨୪,୫୦୦ କୋଟି ଟଙ୍କାର ଟିକସ ଡିମାଣ୍ଡ ରଖିଥିଲା। ଏହି ମାମଲାର ରାୟରେ କେୟର୍ନକୁ ୮ ହଜାର କୋଟି ଟଙ୍କା ଦେବାକୁ କୁହାଯାଇଛି। ଏହା ମଧ୍ୟରେ ଭାରତ ସରକାର ଜବତ କରିଥିବା ଶେୟାର ମଧ୍ୟ ସାମିଲ ରହିଛି। ସୂଚନାଯୋଗ୍ୟ, ଭାରତ ସରକାର କେୟର୍ନର ଟିକସ ରିଫଣ୍ଡ ରୋକିଦେଇଛନ୍ତି। ଡିଭିଡେଣ୍ଡକୁ ଜବତ କରାଯାଇଛି। ସେହିଭଳି ବକେୟା ଟିକସ ପାଇବା ଲାଗି କିଛି ଶେୟାରକୁ ବିକ୍ରି ମଧ୍ୟ କରାଯାଇଛି। ଏହି ମାମଲାରେ ଅପିଲ କରିବା ଲାଗି ଭାରତ ସରକାରଙ୍କ ନିକଟରେ ବିକଳ୍ପ ଏବେ ଯାଏ ମଧ୍ୟ ବନ୍ଦ ହୋଇନାହିଁ।
କ’ଣ ରହିଥିଲା ମାମଲା
ଭାରତ ସରକାର ଭୋଡାଫୋନଠାରୁ ୩ ବିଲିୟନ ଡଲାରର ଟିକସ ଡିମାଣ୍ଡ ରଖିଥିଲେ। ଏହାକୁ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଖାରଜ କରିଦେଇଛନ୍ତି। ୨୦୧୨ ବଜେଟରେ ସରକାର ରେଟ୍ରୋସ୍ପେକ୍ଟିଭ ଟିକସ ଲାଗୁ କରିଥିଲେ। ଏହାଦ୍ୱାରା ୧୯୬୨ ପରେ କମ୍ପାନୀର ସମ୍ପତ୍ତି ଭାରତରେ ରହିଥିଲେ କୌଣସି ମିଶ୍ରଣ ଏବଂ ଅଧିଗ୍ରହଣ କ୍ଷେତ୍ରରେ ଟିକସ ପ୍ରଦାନ କରିବା ଅନିବାର୍ଯ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri