ଟିକା ନ ଆସିଲେ ଭାରତରେ ପ୍ରତିଦିନ ଦେଖାଦେବେ ୩ ଲକ୍ଷ ନୂଆ ସଂକ୍ରମିତ !

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୭: ଆମେରିକାରେ ପ୍ରତିଷ୍ଠିତ ମାସାଚ୍ୟୁଏଟ୍ସ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ର ବିଶେଷଜ୍ଞମାନେ ଦାବି କରିଛନ୍ତି କି ଯଦି କରୋନା ଭାଇରସର ଟିକା ନ ମିଳିବ ତେବେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯିବ। ଟିକା ନ ଆସିଲେ ୨୦୨୧ ବର୍ଷାଋତୁର ଶେଷ ବେଳକୁ ଭାରତରେ ପ୍ରତିଦିନ ୨.୮୭ଲକ୍ଷ ବା ପାଖାପାଖି ୩ ଲକ୍ଷ ନୂଆ ସଂକ୍ରମିତ ଦେଖାଦେବେ। କୋଭିଡ-୧୯କୁ ନେଇ ବିଶେଷଜ୍ଞମାନେ ଏକ ମଡେଲ ତିଆରି କରିଥିଲେ ଯେଉଁଥିରେ କରୋନା ସଂକ୍ରମଣରେ ଭାରତ ଆମେରିକାକୁ ବି ପଛରେ ପକାଇ ଦେବ ବୋଲି ସେମାନେ କହିଛନ୍ତି। ଏମ୍‌ଆଇଟିର ବିଶେଷଜ୍ଞମାନେ ପ୍ରାୟ ୮୪ ଦେଶର ଭରସାଯୋଗ୍ୟ ତଥ୍ୟ ଆଧାରରେ ଉକ୍ତ ମଡେଲ ତିଆରି କରିଥିବା କହିଛନ୍ତି। ଆସନ୍ତାବର୍ଷ ବର୍ଷା ଋତୁ ଶେଷ ବେଳକୁ ଭାରତ କରୋନା ସଂକ୍ରମଣର ଶୀର୍ଷରେ ଥିବା ବେଳେ ଏହା ତଳକୁ ଆମେରିକା, ଦକ୍ଷିଣ ଆଫ୍ରିକା, ଇରାନ, ଇଣ୍ଡୋନେସିଆ, ବ୍ରିଟେନ, ନାଇଜେରିଆ, ତୁର୍କି, ଫ୍ରାନ୍ସ ଓ ଜର୍ମାନୀ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ପୂର୍ବାନୁମାନ କେବଳ ସମ୍ଭାବିତ ସମସ୍ୟା ସମ୍ପର୍କରେ ସୂଚନା ଦେଇଥାଏ ନୁହେଁକି ଭବିଷ୍ୟବାଣୀ କରିଥାଏ। ତେବେ କଡାକଡି ଭାବେ ପରୀକ୍ଷା ଓ ସଂକ୍ରମିତଙ୍କଠାରୁ ଦୂରେଇ ରହିଲେ ସଂକ୍ରମଣ କମ୍‌ କରାଯାଇ ପାରିବ। ହେଲେ ବେପରୁଆ ମନୋଭାବ ଓ ସମ୍ଭାବିତ ତଥ୍ୟକୁ ଅଣଦେଖା କଲେ ମହାମାରୀ ଭୟଙ୍କର ରୂପ ଧାରଣ କରିପାରେ। ଏବେ ଭାରତରେ ଟେଷ୍ଟ ସଂଖ୍ୟା କମ୍‌ ଥିବାରୁ ଏହାମଧ୍ୟ ଏକ ଚିନ୍ତାର କାରଣ ବୋଲି କହିଛନ୍ତି ଏମ୍‌ଆଇଟିର ବିଶେଷଜ୍ଞ ଦଳ। ଏବେ ଭାରତରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ୭,୭୮୨ ଜଣଙ୍କର ଟେଷ୍ଟ କରାଯାଉଥିବା ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri