Posted inଜାତୀୟ

ଆତଙ୍କବାଦୀଙ୍କ ପିଲାଙ୍କୁ ସ୍କଲାରଶିପ୍‌: ଅଣାଯିବ ନୂଆ ସରେଣ୍ଡର ଯୋଜନା

ଶ୍ରୀନଗର, ୯।୭: ଦେଶରେ ଆତଙ୍କବାଦକୁ ହଟାଇବା ଏବଂ ଆତଙ୍କବାଦୀଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ସରେଣ୍ଡର ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ୧୯୯୫ଠାରୁ ଲାଗୁ ହୋଇଛି। ଚଳିତ ବର୍ଷ ଜୁନ୍‌ ୨୫ରେ ଲ୍ୟୁଟନାଣ୍ଟ୍‌ ଗଭର୍ନର ଜି.ସି ମୁର୍ମୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ପୁଣି ସରେଣ୍ଡର ଯୋଜନା ଆରମ୍ଭ କରାଯିବା ନେଇ ପ୍ରସ୍ତାବ ଆଗତ ହୋଇଛି। ଏହାଦ୍ୱାରା କୌଣସି କାରଣରୁ ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ହୋଇଥିବା ବ୍ୟକ୍ତି ବିଶେଷ ପୁଣି ଘରକୁ ବାହୁଡ଼ି ସମ୍ମାନ ଜନକ ଜୀବନ ବଞ୍ଚି ପାରିବେ। ସେହିପରି ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆତଙ୍କବାଦୀଙ୍କ ପିଲାଙ୍କ ପାଇଁ ସ୍କଲାରଶିପ୍‌ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାକୁ ନେଇ ବିବାଦ ଦେଖାଦେଇଛି। ତେବେ ଏହାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ୨୦୨୦ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୧୧୮ ଆତଙ୍କବାଦୀଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ସେହିପରି ୧୫ ସାଧାରଣ ଲୋକଙ୍କର ସର୍ଚ୍ଚ ଅପରେଶନ୍‌ ସମୟରେ ମୃତ୍ୟୁ ହୋଇଛି। ଅପରପକ୍ଷରେ ଏହି ସମୟ ମଧ୍ୟରେ ୬୭ ଜଣ ଆତଙ୍କବାଦୀ ସଂଗଠନରେ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ୧୨ ନୂଆ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କୁ ସହାୟତା କରୁଥିତ୍ତ୍ତ୍ବା ୩୦୯ ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାଧୀନତା ସମୟରେ ମୋଦି ପ୍ରଧାନମନ୍ତ୍ରୀ ଥିଲେ, କରତାରପୁର କରିଡର୍‌ ଭାରତରେ ଥାନ୍ତା’

ଚଣ୍ଡିଗଡ,୧୭।୨:ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଫିରୋଜପୁରରେ ଏକ ନିର୍ବାଚନ ରାଲିରେ ଶାହା କହିଛନ୍ତି, ଯଦି...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ …

ନୂଆଦିଲ୍ଲୀ, ୨୪।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ୩...

ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର; ମହାରାଷ୍ଟ୍ରରେ ହେବନି ଲାଗୁ ଏନ୍‌ଆର୍‌ସି: ଉଦ୍ଧବ

ମୁମ୍ବାଇ,୨।୨: ନାଗରିକତ୍ୱ ପ୍ରମାଣ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହେବ। ତେଣୁ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଲାଗୁ ହେବ ନାହିଁ ବୋଲି ମୁଖ୍ୟନ୍ତ୍ରୀ...

ମୋତେ ଭାଜପା ଇତିହାସ ଶିଖାଇବା ଆବଶ୍ୟକ ନାହିଁ: ଥରୁର

ନୂଆଦିଲ୍ଲୀ,୬।୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ପରଲୋକ ଘଟିଛି। ମୁଶାରଫଙ୍କ ମୃତ୍ୟୁକୁ ନେଇ ଅନେକ ଭାରତୀୟ ନେତା ଦୁଃଖ ପ୍ରକାଶ କରିଥିଲେ। କଂଗ୍ରେସ ନେତା...

ରାମ ନବମୀ ଶୋଭାଯାତ୍ରା ବେଳେ ମସ୍‌ଜିଦରେ ଗୈରିକ ପତାକା ଲଗାଇ ୫ ଗିରଫ

ଚଣ୍ଡିଗଡ,୧।୪: ଗୁରୁବାର ରାମ ନବମୀ ଶୋଭାଯାତ୍ରା ଅବସରରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଖବର ସାମ୍ନାକୁ ଆସିଥିଲା। ହରିଆଣାରେ ମଧ୍ୟ ରାମ ନବମୀରେ ବ୍ୟାପକ ହିଂସାକାଣ୍ଡ...

୨୪ ଘଣ୍ଟାରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ନେଇ ଦେଶ ଅତିକ୍ରମ କଲା ୧୬ ଲକ୍ଷ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶ କରୋନା ସଂକ୍ରମଣରେ ପ୍ରତିଦିନ ନୂଆ ନୂଆ ରେକର୍ଡ...

ଉନ୍ନାଓ ମାମଲା: ପୀଡ଼ିତା ପିତାଙ୍କୁ ହତ୍ୟା ଘଟଣାରେ ସେନ୍‌ଗାରଙ୍କୁ ୧୦ ବର୍ଷ ଜେଲ

ନୂଆଦିଲ୍ଲୀ,୧୩।୩: ଉନ୍ନାଓ ବଳାତ୍କାର ଘଟଣାର ପୀଡିତାଙ୍କ ପିତାଙ୍କ ମୃତ୍ୟୁ ମାମଲାରେ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ବିହିଷ୍କୃତ ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଶୁକ୍ରବାର ଦିଲ୍ଲୀର ଏକ...

ବୃଦ୍ଧି ହେବ କରୋନା ଭାଇରସ ଯୋଗୁ ଭାରତରେ ଫସିଥିବା ବିଦେଶୀଙ୍କ ଭିଜା ଅବଧି

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସକୁ ନେଇ ଦେଶରେ ହଠାତ୍‌ ଲକ୍‌ ଡାଉନ ଘୋଷଣା କରାଯିବା ପରେ କେତେଜଣ ବିଦେଶୀ ନାଗରିକ ଭାରତରେ ଫସି ରହିଛନ୍ତି। ଏହି ସମୟ...

Advertisement
Archives

Model This Week