Posted inଖେଳ

ଆଜି ପୁଣି ପଡ଼ିଆକୁ ଓହ୍ଲାଇବେ ସଚିନ-ସେହଓ୍ବାଗ୍‌-ଯୁବରାଜ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିବେ ଏହି ବିଶ୍ୱସ୍ତରୀୟ ସିରିଜ୍‌ର ମ୍ୟାଚ୍‌

ନୂଆଦିଲ୍ଲୀ,୫।୩: ପୁଣି ଥରେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଭାରତର ପୂର୍ବ ମହାନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ବାଗ, ଯୁବରାଜ ସିଂହ, ଜାହିର ଖାନ୍‌ ପ୍ରମୁଖ। ରୋଡ୍‌ ସେଫ୍ଟି ସିରିଜ ଆରମ୍ଭ ହେବାକୁ ଯାଉଥିବା ବେଳେ ଅନେକ ପୂର୍ବ ଭାରତୀୟ ଖେଳାଳି ଏଥିରେ ନଜର ଆସିବେ। ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସଙ୍କ ମୁକାବିଲା ବାଂଲାଦେଶ ଲିଜେଣ୍ଡ୍ସଙ୍କ ସହ ହେବ। ଏହି ସିରିଜର ଉଦ୍ଦେଶ୍ୟ ଟ୍ରାଫିକ୍‌ ନିୟମକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ରହିଛି।

ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ୱ ସଚିନ ନେଉଥିବା ବେଳେ ବାଂଲାଦେଶ ଲିଜେଣ୍ଡ୍ସ ଟିମ୍‌ର ଅଧିନାୟକ ରହିବେ ମହମ୍ମଦ ରଫିକ୍‌। ଏହି ଦୁଇଟି ଟିମ୍‌ ବ୍ୟତିତ ସିରିଜରେ ଶ୍ରୀଲଙ୍କା ଲିଜେଣ୍ଡ୍ସ, ସାଉଥ୍‌ ଆଫ୍ରିକା ଲିଜେଣ୍ଡ୍ସ, ଓ୍ବେଷ୍ଟଇଣ୍ଡିଜ୍‌ ଲିଜେଣ୍ଡ୍ସ ଏବଂ ଇଂଲଣ୍ଡ ଲିଜେଣ୍ଡ୍ସ ଟିମ୍‌ ରହିଛି। ଏସବୁ ଟିମ୍‌ରେ ପ୍ରାକ୍ତନ ଖେଳାଳିମାନଙ୍କୁ ଦେଖିବାକୁ ମିଳିବ।

ଗତ ବର୍ଷରୁ ଏହି ସିରିଜ୍‌ ଆରମ୍ଭ ହୋଇଥିଲା। ହେଲେ କୋଭିଡ-୧୯ ମହାମାରୀ ଯୋଗୁ ଟୁର୍ନାମେଣ୍ଟକୁ ସ୍ଥଗିତ କରିଦିଆଯାଇଥିଲା। ଏହାର ମାତ୍ର ୪ ମ୍ୟାଚ୍‌ ଆୟୋଜନ କରାଯାଇପାରିଥିଲା। ଏବେ ଇଣ୍ଡିଆ ଲିଜେଣ୍ଡ ଟିମ୍‌ ସିରିଜ ପାଇଁ ପ୍ରସ୍ତୁତି ଶେଷ କରିଛି। ଟିମ୍‌ରେ ସଚିନ, ସେହଓ୍ବାଗ, ଯୁବରାଜ, ୟୁସୁଫ ପଠାନ, ନମନ ଓଝା(ଉଇକେଟକିପର), ଜାହିର, ମୁନାଫ ପଟେଲ, ଇରଫାନ୍‌ ପଠାନ, ମନପ୍ରିତ ସିଂହ ଗୋନି ଏବଂ ନୋଏଲ ଡେଭିଡ, ପ୍ରଜ୍ଞାନ ଓଝା ଆଦି ରହିଛନ୍ତି।

କେଉଁଠି ଖେଳାଯିବ ଏହି ମ୍ୟାଚ୍‌: ଛତିଶଗଡ଼ ରାୟପୁରସ୍ଥିତ ଶହିଦ ବୀର ନାରାୟଣ ସିଂହ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

କେଉଁଠି ଦେଖିପାରିବେ ମ୍ୟାଚ୍‌: ଏହି ସିରିଜର ସମସ୍ତ ମ୍ୟାଚ୍‌ର ସିଧାପ୍ରସାରଣ ଆଜିଠାରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ଦେଖିହେବ। କଲର୍ସ ସିନେପ୍ଲେକ୍ସ, କଲର୍ସ ୪ କନ୍ନଡା ସିନେମା, ରିସ୍ତେ ସିନେପ୍ଲେକ୍ସରେ ଏହାକୁ ଦେଖିବାକୁ ମିଳିବ।

ପୂର୍ଣ୍ଣ ସିରିଜ କାର୍ଯ୍ୟସୂଚୀ:
ମାର୍ଚ୍ଚ ୫ – ଇଣ୍ଡିଆ ଲିଜେଣ୍ଡ୍ସ ବା ବାଂଲାଦେଶ ଲିଜେଣ୍ଡ୍ସ
୬ ମାର୍ଚ୍ଚ – ଶ୍ରୀଲଙ୍କା ଲିଜେଣ୍ଡ୍ସ ବନାମ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ
୭ ମାର୍ଚ୍ଚ – ଇଂଲଣ୍ଡ ଲିଜେଣ୍ଡ୍ସ ବା ବାଂଲାଦେଶ ଲିଜେଣ୍ଡ୍ସ
ମାର୍ଚ୍ଚ ୮ – ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବନାମ ଶ୍ରୀଲଙ୍କା ଲିଜେଣ୍ଡ୍ସ
ମାର୍ଚ୍ଚ ୯ – ଇଣ୍ଡିଆ ଲିଜେଣ୍ଡ୍ସ ବନାମ ଇଂଲଣ୍ଡ ଲିଜେଣ୍ଡ୍ସ
୧୦ ମାର୍ଚ୍ଚ – ବାଂଲାଦେଶ ଲିଜେଣ୍ଡ୍ସ ବନାମ ଶ୍ରୀଲଙ୍କା ଲିଜେଣ୍ଡ୍ସ
୧୧ ମାର୍ଚ୍ଚ – ଇଂଲଣ୍ଡ ଲିଜେଣ୍ଡ୍ସ ବନାମ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ
ମାର୍ଚ୍ଚ ୧୨ – ବାଂଲାଦେଶ ଲିଜେଣ୍ଡ୍ସ ବନାମ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ
ମାର୍ଚ୍ଚ ୧୩ – ଇଣ୍ଡିଆ ଲିଜେଣ୍ଡ୍ସ ବନାମ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ
୧୪ ମାର୍ଚ୍ଚ – ଶ୍ରୀଲଙ୍କା ଲିଜେଣ୍ଡ୍ସ ବନାମ ଇଂଲଣ୍ଡ ଲିଜେଣ୍ଡ୍ସ
୧୫ ମାର୍ଚ୍ଚ – ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବନାମ ବାଂଲାଦେଶ ଲିଜେଣ୍ଡ୍ସ
୧୬ ମାର୍ଚ୍ଚ – ଇଂଲଣ୍ଡ ଲିଜେଣ୍ଡ୍ସ ବନାମ ୱେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ
ମାର୍ଚ୍ଚ ୧୭ – ପ୍ରଥମ ସେମିଫାଇନାଲ
।ମାର୍ଚ୍ଚ ୧୯ – ଦ୍ୱିତୀୟ ସେମିଫାଇନାଲ
ମାର୍ଚ୍ଚ ୨୧ – ଫାଇନାଲ ।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri