ଫୁଲନଖରାରୁ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

ଭୁବନେଶ୍ୱର/କଟକ ଅଫିସ/ ଫୁଲନଖରା/ ମଙ୍ଗୁଳି,୪ା୧୧(ବ୍ୟୁରୋ/ଡି.ଏନ୍‌.ଏ.):ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମନ୍ଦିରଠାରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ କଂଗ୍ରେସର ଭାରତ ଯୋଡ଼ୋ-ଓଡ଼ିଶା ପରିବର୍ତ୍ତନ ଯାତ୍ରାର ଦ୍ୱିତୀୟ ଦିବସ ଆରମ୍ଭ ହୋଇଥିଲା। କଟକ ଜିଲା ସୀମାରେ ନଖରାଛକ ପୂର୍ବରୁ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏବଂ କଟକ ନଗର ଜିଲା କଂଗ୍ରେସ ସଭାପତି ସୁରେଶ କୁମାର ମହାପାତ୍ର ପିସିସି ସଭାପତିଙ୍କୁ ସ୍ବାଗତ କରିବା ସହ ପଦଯାତ୍ରୀଙ୍କ ସହିତ ସାମିଲ ହୋଇଥିଲେ। ବହୁ ସଂଖ୍ୟାରେ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତା ଏହି ଭାରତ ଯୋଡ଼ୋ ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇଥିଲେ। ପୀରବଜାରସ୍ଥିତ ଦରଘାରେ ଚାଦର ଚଢ଼ାଇ ଏବଂ ନିକଟସ୍ଥ ହନୁମାନ ମନ୍ଦିରରେ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତୃବର୍ଗ ପୂଜାର୍ଚ୍ଚନା ଓ ପ୍ରାର୍ଥନାକରି ଆଶୀର୍ବାଦ ଭିକ୍ଷା କରିଥିଲେ। ତେଲଙ୍ଗାପେଣ୍ଠ ଓ ପ୍ରତାପନଗରୀଠାରେ ପଟ୍ଟନାୟକଙ୍କୁ ସାଧାରଣ ଜନତା ତଥା କଟକ ଜିଲା କଂଗ୍ରେସ ନେତୃବୃନ୍ଦ ସ୍ବାଗତ କରିବା ସହିତ ପଦଯାତ୍ରାରେ ଯୋଗଦେଇଥିଲେ। ପ୍ରଥମାର୍ଦ୍ଧରେ ଏହି ପଦଯାତ୍ରା ୧୨ କି.ମି. ଅତିକ୍ରମ କରି କଟକ ଗୋପାଳପୁରଠାରେ ମଧ୍ୟାହ୍ନଭୋଜନ ପାଇଁ ବିରତି ନେଇଥିଲେ। ଅପରାହ୍ନରେ ପଦଯାତ୍ରା ଆରମ୍ଭ ହୋଇ ଏହା ଜଗତପୁର ଛକଠାରେ ପହଞ୍ଚିବା ପରେ ଦ୍ୱିତୀୟ ଦିନର ଯାତ୍ରା ଶେଷ ହୋଇଥିଲା। ରାସ୍ତାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ନେତୃବର୍ଗ, ଆଇନଜୀବୀ, କୃଷକ, ଶ୍ରମିକ ଓ ସାମାଜିକ କର୍ମୀମାନଙ୍କୁ ଭେଟି ପିସିସି ସଭାପତି ଆଲୋଚନା କରିଥିଲେ। ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଭାରତ ଯୋଡ଼ୋ ପରିବର୍ତ୍ତନ ଯାତ୍ରାର ମୂଳ ଉଦ୍ଦେଶ୍ୟ ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଓ କେନ୍ଦ୍ରର ୮ବର୍ଷର ଏକ ଭ୍ରଷ୍ଟାଚାରୀ, ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ ସରକାର ବିରୋଧରେ ଜନସଚେତନତା କରିବା। ଏ ରାଜ୍ୟର ଯୁବକ ଆଜି ଦିଶାହୀନ। କୃଷକ,ଶ୍ରମିକ, ସ୍ବଳ୍ପଆୟକାରୀ ବର୍ଗ, ମଧ୍ୟବିତ୍ତ ଆୟକାରୀ ବର୍ଗ ଉପେକ୍ଷିତ ଓ ଅତ୍ୟାଚାରିତ। ମହିଳାମାନେ ଅସୁରକ୍ଷିତ। ହଜାର ହଜାର ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ୨୨ ବର୍ଷରେ ଗୋଟିଏ ବି କୃଷିଭିତ୍ତିକ ଶିଳ୍ପ ହୋଇପାରିଲା ନାହିଁ। ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ୮୨.୭୯ ପଇସାରେ ପହଞ୍ଚିିଲାଣି। ତଥାପି ନରେନ୍ଦ୍ର ମୋଦି ନିଜକୁ ବିଶ୍ୱଗୁରୁ ବୋଲି ବୋଲାଉଛନ୍ତି। ଦୀର୍ଘ ୮ବର୍ଷ ଧରି ଆମତ୍ପ୍ରଚାର ଓ ହିଂସା, ଦ୍ୱେଷ, ଘୃଣା, ସାମ୍ପ୍ରଦାୟିକତା ସୃଷ୍ଟି କରି ଭାରତକୁ ଭାଗ ଭାଗକରିବା ଛଡ଼ା ଅନ୍ୟ କିଛି କରାଯାଇ ନାହିଁ ବୋଲି ପିସିସି ସଭାପତି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସନ୍ତୋଷ ସିଂ ସାଲୁଜା, ଭୁଜବଳ ମାଝି, ରବି ମଲ୍ଲିକ, ବିଜୟଲକ୍ଷ୍ମୀ ସାହୁ, ଦେବାଶିଷ ପଟ୍ଟନାୟକ, ବନ୍ଦିତା ପରିଡ଼ା, ସ୍ମୃତିରଞ୍ଜନ ଲେଙ୍କା, ୟାସିର ନୱାଜ, ନକୁଳ ନାୟକ, ବିଭୂତି ମିଶ୍ର, ବିଶ୍ୱଜିତ ଦାଶ, ରଜନୀ ମହାନ୍ତି, ଆକ୍ୟୁବ ଖାନ, ମଧୁମିତା ଆଚାର୍ଯ୍ୟ, ସୁବତ୍ର ମହାପାତ୍ର, ସୁଶାନ୍ତ ତ୍ରିପାଠୀଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri