ଆମେରିକାକୁ ବାଏ-ବାଏ… ଭାରତ କରିଦେଲା ବଡ ଖେଳ, ଏବେ କେବଳ ବିଶ୍ୱସ୍ତ ବନ୍ଧୁମାନଙ୍କ ସହିତ କରୁଛି କାରବାର

ନୂଆଦିଲ୍ଲୀ,୨୫ା୮: ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ ‘ଇଣ୍ଡିଆ-ଜାପାନ ଏନର୍ଜି ଡାଏଲଗ’ରେ କାର୍ବନ କ୍ୟାପଚର, ଗ୍ରୀନ କେମିକାଲ, ବାୟୋଫ୍ୟୁଲ, କ୍ଲିନ ହାଇଡ୍ରୋଜେନ ଓ ଅତ୍ୟାଧୁନିକ ଜଳବିଦ୍ୟୁତ ପ୍ରଯୁକ୍ତିରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଛି। ଏହା ଏକ ପ୍ରାଥମିକ କାର୍ଯ୍ୟକ୍ରମ ପରି ଦେଖାଗଲେ ମଧ୍ୟ, ଏହାର ରାଜନୈତିକ ଓ ରଣନୈତିକ ଗୁରୁତ୍ୱ ବେଶ ଗଭୀର।

ଏହି ଡାଏଲଗ ଚାଇନାର ବ୍ରହ୍ମପୁତ୍ର ନଦୀ ଉପରେ ମେଗା ଡ୍ୟାମ ନିର୍ମାଣ ଯୋଜନା ଦ୍ୱାରା ଭାରତରେ ଜଳଯୁଦ୍ଧର ଆଶଙ୍କା ସୃଷ୍ଟି ହେବା ପରେ ଅନୁଷ୍ଠିତ ହୋଇଛି। ଏହା ଇଣ୍ଡୋ-ପାସିଫିକ ଅଞ୍ଚଳରେ ଚାଇନାର ଏନର୍ଜି ଓ ଟେକ୍ନୋଲୋଜି ଆଧିପତ୍ୟକୁ ରୋକିବା ପାଇଁ ଏକ ସ୍ପଷ୍ଟ ସଙ୍କେତ। ମନ୍ତ୍ରୀସ୍ତରୀୟ ବୈଠକରେ କାର୍ବନ କ୍ୟାପଚର, ଗ୍ରୀନ କେମିକାଲ, ବାୟୋଫ୍ୟୁଲ, କ୍ଲିନ ହାଇଡ୍ରୋଜେନ, ଅମୋନିଆ ପ୍ରୋଜେକ୍ଟ, ନବୀକରଣୀୟ ଏନର୍ଜି ଓ ଏନର୍ଜି ଦକ୍ଷତା କାର୍ଯ୍ୟକ୍ରମରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ଅଗଷ୍ଟରେ ଜାପାନ ଗସ୍ତ କରିବେ, ଯେଉଁଠାରେ ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଆଲୋଚନା କରିବେ। ଏହି ସମୟରେ ଜାପାନ ପକ୍ଷରୁ ଭାରତରେ ଆଗାମୀ ଦଶନ୍ଧି ପାଇଁ ୫.୯୫ ଲକ୍ଷ କୋଟି ଟଙ୍କାର ବିନିଯୋଗ ଘୋଷଣା ହେବାର ସମ୍ଭାବନା ରହିଛି।

ଏହି ସହଯୋଗିତା କେବଳ ଏନର୍ଜି କ୍ଷେତ୍ର ସୀମିତ ନୁହେଁ, ବରଂ ଇଣ୍ଡୋ-ପାସିଫିକ ଅଞ୍ଚଳରେ ସୁରକ୍ଷିତ, ଟିକସହ ଓ ସ୍ଥାୟୀ ଏନର୍ଜି ବ୍ୟବସ୍ଥା ଗଢ଼ିବା ଲକ୍ଷ୍ୟ ରଖିଛି। ଏହା ଚାଇନାକୁ ଏକ ସ୍ପଷ୍ଟ ସଙ୍କେତ ଯେ ଏସିଆରେ ଏନର୍ଜି ଓ ଟେକ୍ନୋଲୋଜି ଯୋଗାଣ ଶୃଙ୍ଖଳାରେ ତା’ର ଏକଛତ୍ର ଆଧିପତ୍ୟ ଚଳିବ ନାହିଁ।

ଏହି ଡାଏଲଗର ସମୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତ-ଆମେରିକା ସମ୍ପର୍କରେ ଅମେରିକାର ଟ୍ୟାରିଫ ନୀତି ଓ ରୁଷିଆରୁ ତୈଳ କିଣା ନେଇ ଚାପ ଯୋଗୁଁ ତିକ୍ତତା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଭାରତ ଜାପାନ, ରୁଷିଆ ଓ ୟୁରୋପୀୟ ଦେଶମାନଙ୍କ ସହ ସହଯୋଗ ବୃଦ୍ଧି କରି ଏକ ବହୁମୁଖୀ ରଣନୀତି (ମଲ୍ଟି-ଆଲାଇନମେଣ୍ଟ) ଗ୍ରହଣ କରିଛି। ଏହା ଦର୍ଶାଉଛି ଯେ ଏନର୍ଜି ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଭାରତ ଏକମାତ୍ର ଦେଶ ଉପରେ ନିର୍ଭର ନକରି ଭରସାଯୋଗ୍ୟ ବନ୍ଧୁ ରାଷ୍ଟ୍ରମାନଙ୍କ ସହ ସହଯୋଗ ବୃଦ୍ଧି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri