ପବନ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ

ନୂଆଦିଲ୍ଲୀ,୧୧।୮:ସାରା ବିଶ୍ୱ ବର୍ତ୍ତମାନ ପବନ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏପରିକି ପବନ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ସହ ଚତୁର୍ଥ ସ୍ଥାନରେ ରହିଛି ଏବଂ ଅକ୍ଷୟ ଶକ୍ତି ଦୃଶ୍ୟପଟରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିଶେଷକରି ୨୦୨୪ ଜୁନ୍‌ ସୁଦ୍ଧା ଭାରତର ସ୍ଥାପିତ ପବନ ଶକ୍ତି କ୍ଷମତା ୪୬,୬୫୬ ମେଗାୱାଟରୁ ଅଧିକ ହୋଇଛି, ଯାହା ଦେଶ ତଥା ସର୍ବଭାରତୀୟସ୍ତରରେ ପବନ ଶକ୍ତି ବିକାଶ ଲାଗି ସର୍ବବୃହତ୍‌ ଉତ୍ପାଦକ ଭାବେ ପରିଣତ ହୋଇଛି।
ସେହିଭଳି ପବନ ଶକ୍ତି କ୍ଷେତ୍ରରେ ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟ ଯଥେଷ୍ଟ ଅବଦାନ ରଖିଥାଏ। ଏପରିକି ନିର୍ମାଣ ଓ କାର୍ଯ୍ୟ ପରିସର ମଧ୍ୟରେ ପବନ ଶକ୍ତି ଫାର୍ମଗୁଡ଼ିକ ବିଶେଷକରି ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଅଧିକନ୍ତୁ ପବନ ଶକ୍ତି ଗ୍ରୀନ୍‌ ହାଉସ ଗ୍ୟାସ୍‌ ନିର୍ଗମନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସେହିପରି ୭୦୦୦ କି.ମି.ରୁ ଅଧିକ ଉପକୂଳବର୍ତ୍ତୀ ଭାରତୀୟ ଅଞ୍ଚଳରେ ୫୦୦ ଜିଡବ୍ଲ୍ୟୁ ଅଫ୍‌ଶୋର ପବନ ଶକ୍ତି କ୍ଷମତା ଉତ୍ପାଦନ କରିବାର ସମ୍ଭାବନା ଥିବାବେଳେ ତାମିଲନାଡ଼ୁ ଓ ଗୁଜରାଟଠାରେ ନେଟ୍‌ ଜିରୋ ୨୦୭୦ ଲକ୍ଷ୍ୟରେ ସହଯୋଗ କରିବାକୁ ଉଚ୍ଚଭିଳାଷୀ ଯୋଜନା ରହିଛି। ତେଣୁ ଏହି କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ସକ୍ରିୟ ଭାବେ ନୀତି ନିୟାମକ ଗଠନ କରିଛନ୍ତି। ନିକଟରେ କେନ୍ଦ୍ର କ୍ୟାବିନେଟ୍‌ ଗୁଜରାଟ ଓ ତାମିଲନାଡ଼ୁଠାରେ ୧ଜିଡବ୍ଲ୍ୟୁ ଅଫ୍‌ଶୋର ପବନ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ୭୪୫୩ କୋଟି ନିବେଶ କରାଯାଇଛି। ଏପରିକି ୩,୭୨ ବିଲିୟନ ୟୁନିଟ୍‌ ଅକ୍ଷୟ ଶକ୍ତି ଉପତ୍ାଦନ ଓ ୨୫ ବର୍ଷ ପାଇଁ ବାର୍ଷିକ ୨.୯୮ ମିଲିୟନ ଟନ୍‌ ସିଓ୨ ନିର୍ଗମନ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏପରିକି ବୈଷୟିକ ଅଗ୍ରଗତି କ୍ଷମତା ପବନ ଶକ୍ତି ଉତ୍ପାଦନକୁ ସକ୍ଷମ କରିଥାଏ। ଯାହା ସମଗ୍ର ଦେଶରେ ପବନ ଶକ୍ତି ପ୍ରକଳ୍ପର ସାମଗ୍ରିକ ଦକ୍ଷତାରେ ଯଥେଷ୍ଟ ବିକାଶ ଘଟାଇଥାଏ। ଏଠାରେ ୱିଣ୍ଡର୍ଜି ଇଣ୍ଡିଆ ଶିଳ୍ପରେ ବୈଷୟିକ ବିପ୍ଳବ ଆଜି ଦେଶରେ ପବନ ଶକ୍ତି ଖେଳକୁ ବଦଳାଇ ଦେଇଛି ଓ ସଫଳତାର ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଅପରପକ୍ଷରେ ୱିଣ୍ଡର୍ଜି ଇଣ୍ଡିଆ-୨୦୨୪ ପବନ ଶକ୍ତି କ୍ଷେତ୍ର ପାଇଁ ସମର୍ପିତ ଶିଳ୍ପ ପ୍ଲାଟଫର୍ମ ଓ ଏହାର ଅପାର ସମ୍ଭାବନା ଏବଂ ଲାଭଜନକ ସୁଯୋଗ ରହିଛି। ୱିଣ୍ଡର୍ଜି ଇଣ୍ଡିଆ-୨୦୨୪ ନିକଟରେ ପ୍ରଦର୍ଶନୀ ଉତ୍କର୍ଷ ପୁରସ୍କାରରେ ଭାରତର ଦ୍ରୁତ ଅଭିବୃଦ୍ଧି ଶୋ ଭାବେ ସ୍ବୀକୃତିପ୍ରାପ୍ତ ହୋଇଛି। ଏହାର ଷଷ୍ଠ ସଂସ୍କରଣରେ ୱିଣ୍ଡର୍ଜି ଇଣ୍ଡିଆ-୨୦୨୪ ଶକ୍ତି ମନ୍ତ୍ରଣାଳୟ ଓ ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଥିଲାବେଳେ ମେକ୍‌ ଇନ୍‌ ଇଣ୍ଡିଆ ଉଦ୍ୟମରେ ୩ ଦିନିଆ ବାଣିଜ୍ୟ ମେଳା ଓ ପ୍ରଦର୍ଶନୀ କର୍ନାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର,ଗୁଜରାଟ ଓ ରାଜସ୍ଥାନ ଭଳି ପବନ ଶକ୍ତି ସମୃଦ୍ଧ ରାଜ୍ୟଗୁଡ଼ିକ ପ୍ରତିନିଧିତ୍ୱ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri