ପୃଥିବୀକୁ କରୋନା ଟିକା ଯୋଗାଣରେ ଭାରତ ଆଗୁଆ, ସ୍ବୀକାର କଲା ଆମେରିକା…

ଓ୍ବାଶିଂଟନ,୨୬।୧୦ : କୋଭିଡ ମହାମାରୀ ସହ ଲଢ଼େଇ ସମୟରେ ଭାରତ ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ପୃଥିବୀକୁ କରୋନା ଟିକା ଯୋଗାଣରେ ଅଗୁଆ ରହିଥିଲା। ଏହାକୁ ଆମେରିକା ସ୍ବୀକାର କରିଛି। ହ୍ବାଇଟ ହାଉସ ପକ୍ଷରୁ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରାଯାଇଛି।

ଖବରଦାତାମାନଙ୍କୁ ସମ୍ବୋଧିତ କରି ହ୍ବାଇଟ ହାଉସର କରୋନା ଭାଇରସ ରେସପନ୍ସ ସଂଯୋଜକ ଡାକ୍ତର ଆଶିଷ ଝା କହିଛନ୍ତି ଯେ ଅବିଶ୍ୱସନୀୟ ଉତ୍ପାଦନ କ୍ଷମତା ଯୋଗୁ ଭାରତ ଟିକା ରପ୍ତାନିକାରୀ ହୋଇପାରିଛି। ଏକ ପ୍ରଶ୍ନର ଉତ୍ତରରେ ଆଶିଷ କହିଛନ୍ତି ଯେ କ୍ୱାଡ ଭାଗିଦାରୀରେ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ମଧ୍ୟରେ ଥିବା ରଣନୀତିକ ସୁରକ୍ଷା ସଂଳାପରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପାଇଁ କରୋନ ଭାଇରସ ଏକ ପ୍ରମୁଖ ପ୍ରସଙ୍ଗ ଥିଲା। ]

ସେ କହିଛନ୍ତି ଯେ ମୁଁ ଭାବୁଛି ଭାରତ ପୃଥିବୀ ପାଇଁ ଟିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦକ। ପ୍ରାୟ ୧୦୦ ଦେଶ କୋଭାକ୍ସ ମାଧ୍ୟମରେ ମାଗଣା ଟିକା ଗ୍ରହଣ କରିବାକୁ ଯୋଗ୍ୟ ଅଟନ୍ତି। ଆମେରିକାରେ ଚିହ୍ନଟ ହୋଇଥିବା କରୋନାର ସମସ୍ତ ଭାରିଆଣ୍ଟ ଦେଶ ବାହାରୁ ଆସିଥିଲା। ଏହା ଏକ ଭୁଲ ଚିନ୍ତାଧାରା ଯେ ଆମେ ଅନ୍ୟ ଦେଶମାନଙ୍କ ପାଇଁ କବାଟ ବନ୍ଦ କରିବା ଉଚିତ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମସ୍ତ ଦେଶରେ ଟିକାକରଣ କରାଯିବା ଜରୁରୀ। ଆମେରିକା ପୃଥିବୀ ସହିତ ଗଭୀର ଭାବରେ ଜଡିତ। ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ତୁଳନାରେ ବାଇଡେନ ବିଶ୍ୱ ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ପୃଥିବୀର ସୁରକ୍ଷା ପାଇଁ ୪.୦୨ ବିଲିୟନ ୟୁରୋର ସହାୟତା ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri