Posted inଫୁରସତ

ଉଦ୍ଭାବନର ଦେଶ ଭାରତ

ଶୂନରୁ ମହାଶୂନ୍ୟ, ଯୋଗରୁ ଯନ୍ତ୍ର, ବେଦରୁ ବିଜ୍ଞାନ ପର୍ଯ୍ୟନ୍ତ ସବୁକିଛିରେ ରହିଛି ଭାରତର ବିଶ୍ୱକୁ ଅବଦାନ। ଅନେକ ଉଦ୍ଭାବନ ଓ ଆବିଷ୍କାରର ଦେଶ ହେଉଛି ଭାରତ। ସେଥିପାଇଁ ତ ସାରା ପୃଥିବୀ ସମ୍ମାନ ଦେଇ ଆସିଛି ଏଇ ମାଟିକୁ…

ଶୂନରୁ ମହାଶୂନ୍ୟ, ଯୋଗରୁ ଯନ୍ତ୍ର, ବେଦରୁ ବିଜ୍ଞାନ, ବୁଦ୍ଧବାଣୀରୁ ଅହିଂସା ପର୍ଯ୍ୟନ୍ତ ସବୁଥିରେ ରହିଛି ଭାରତର ବିଶ୍ୱକୁ ଅବଦାନ। ଅନେକ ଉଦ୍ଭାବନ ଓ ଆବିଷ୍କାରର ଦେଶ ହେଉଛି ଭାରତ। ସେଇଥିପାଇଁ ତ ସାରା ପୃଥିବୀ ସମ୍ମାନ ଦେଇ ଆସିଛି ଏଇ ମାଟିକୁ। ଦେଶକୁ ଗୌରବାନ୍ବିତ କରୁଥିବା ସେଇସବୁ ଉଦ୍ଭାବନ ସମ୍ପର୍କରେ କିଛି…
ପ୍ରଥମ ବିଧିବଦ୍ଧ ଶିକ୍ଷାର ଆରମ୍ଭ ଭାରତରେ : ଇତିହାସ କହେ ଖ୍ରୀ.ପୂ. ୬୦୦, ପୁରାତନ ଭାରତର ଉତ୍ତର-ପଶ୍ଚିମ ଦିଗସ୍ଥ ତକ୍ଷଶୀଳା ନଗରରେ ଏକ ବିରାଟ ବିଶ୍ୱବିଦ୍ୟାଳୟ ଥିଲା। ତା’ର ନାମ ଥିଲା ତକ୍ଷଶୀଳା ବିଶ୍ୱବିଦ୍ୟାଳୟ। ଏହାକୁ ପୃଥିବୀର ପ୍ରଥମ ବିଶ୍ୱ ବିଦ୍ୟାଳୟ ଭାବେ ଗଣନା କରାଯାଏ। ଏହା ବିଜ୍ଞାନ, ଖାସ୍‌କରି ମେଡିସିନ୍‌ ଏବଂ କଳା ପାଠ୍ୟକ୍ରମ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। ଏଠାରେ ଧନୁର୍ବିଦ୍ୟା ଓ ଜ୍ୟୋତିର୍ବିଦ୍ୟା ଶିକ୍ଷା ବି ଦିଆଯାଉଥିଲା। ଭାରତର ବହୁ ଦୂର ଦୂରାନ୍ତରୁ ଅନେକ ଛାତ୍ର ଆସି ଏଠାରେ ଅଧ୍ୟୟନ କରୁଥିଲେ। ବିଶ୍ୱାସ କରାଯାଏ ଯେ, ଏଠାରେ ୧୦,୦୦୦ରୁ ଉର୍ଦ୍ଧ୍ୱ ଛାତ୍ର ଚାଇନା, ବେବିଲୋନ, ସିରିୟା ଓ ଗ୍ରୀସ୍‌ରୁ ଆସି ଅଧ୍ୟୟନ କରୁଥିଲେ। ‘ଫାଦର ଅଫ୍‌ ମେଡିସିନ୍‌’ଭାବେ ପରିଚିତ ଚରକ ମଧ୍ୟ ଏଠାରେ ଅଧ୍ୟୟନ କରିଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପ୍ରଧାନମନ୍ତ୍ରୀ କୌଟିଲ୍ୟ ବା ଚାଣକ୍ୟ ଏହି ବିଶ୍ୱବିଦ୍ୟାଳୟରେ ପଢାଉଥିବା କୁହାଯାଏ। ତେଣୁ ପୃଥିବୀର ପ୍ରଥମ ବିଧିବଦ୍ଧ ଶିକ୍ଷାଦାନ ଭାରତରେ ହିଁ ଆରମ୍ଭ ହୋଇଥିଲା।
ବୁଦ୍ଧିର ଖେଳ ଚେସ୍‌ର ସୃଷ୍ଟି ଭାରତରେ: ୧୫୦୦ ବର୍ଷ ପୁରାତନ ହେଉଛି ଚେସ୍‌ର ଇତିହାସ। ପ୍ରଥମେ ଏହା କେଉଁଠାରୁ ଆରମ୍ଭ ହୋଇଥିଲା ଏବେବି ସଠିକ୍‌ଭାବେ ଜଣାପଡି ନାହିଁ। ତେବେ ଆଜି ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ମୁତାବକ ଏହି ଖେଳର ସୃଷ୍ଟି ୬ଷ୍ଠ ଶତାବ୍ଦୀ, ଗୁପ୍ତ ସାମ୍ରାଜ୍ୟ ସମୟରେ ଭାରତରେ ହୋଇଥିଲା। ସେତେବେଳେ ଏହା ‘ଚତୁରାଙ୍ଗ’ ନାମରେ ପରିଚିତ ଥିଲା। ଭାରତରୁ ଏହା ପର୍ସିଆକୁ ଯାଇଥିଲା। ଯେତେବେଳେ ଆରବ ପର୍ସିଆକୁ ପରାସ୍ତ କଲା ତାହା ମୁସଲମାନଙ୍କ ନିକଟକୁ ଯାଇଥିଲା। ପରେ ତାହା ଦକ୍ଷିଣ ୟୁରୋପରେ ପହଞ୍ଚତ୍ଥିଲା।
ଶାମ୍ପୁର ସୃଷ୍ଟି: କେଶକୁ ସଫା କରିବା ପାଇଁ ଘରେ ଘରେ ଶାମ୍ପୁକୁ ବ୍ୟବହାର କରାଯାଏ। ତେବେ ଜାଣିଛନ୍ତି କି, ଆଜିକାଲି ମିଳୁଥିବା ବିଭିନ୍ନ ବ୍ରାଣ୍ଡର ଶାମ୍ପୁର ସୃଷ୍ଟି କେଉଁଠି ହୋଇଥିଲା। ଆଉ କେଉଁଠି ନୁହେଁ ବରଂ ଆମ ଭାରତ ଭୂମିରେ ହିଁ ଏହାର ସୃଷ୍ଟି। ପ୍ରାଚୀନ ଭାରତରେ ବିଭିନ୍ନ ଚେରମୂଳି, ଔଷଧୀୟଗୁଣ ସମ୍ପନ୍ନ ଫଳ, ଯେମିତିକି ଅଁଳା, ଶିକାକାଇ, ମନ୍ଦାର ଫୁଲ, ରିଠା ଅରପୁ ଆଦିକୁ କେଶ ସଫା କରିବା ପାଇଁ ବ୍ୟବହାର କରାଯାଉଥିଲା। ୧୭୬୨, ମୋଗଲ ସାମ୍ରାଜ୍ୟ ସମୟରେ ବେଙ୍ଗଲର ନୱାବ ମୁଣ୍ଡରେ ବିଭିନ୍ନ ଔଷଧୀୟ ତୈଳ ମାଲିସ୍‌ କରୁଥିଲେ ଯାହା ‘ଚମ୍ପୁ’ ଭାବେ ପରିଚିତ ଥିଲା। ଆଉ ଏହି ‘ଚମ୍ପୁ’ ଶବ୍ଦରୁ ହିଁ ‘ଶାମ୍ପୁ’ ଶବ୍ଦ ଆସିଛି। ବର୍ଷ ଅତିକ୍ରାନ୍ତ ହେବା ସହ ଚମ୍ପୁ ତେଲ ଧୀରେ ଧୀରେ ଶାମ୍ପୁର ରୂପ ନେଇଥିଲା।
ସୂର୍ଯ୍ୟ ଚାରିପଟେ ପୃଥିବୀ ପରିକ୍ରମଣ ପାଇଁ ନେଉଥିବା ସମୟର ସଠିକ୍‌ ଆକଳନ କରିଥିଲେ ଭାସ୍କରାଚାର୍ଯ୍ୟ: ଭାରତର ଜଣେ ବିଶିଷ୍ଟ ଗଣିତଜ୍ଞ ଓ ଜ୍ୟୋତିର୍ବିଦ ହେଉଛନ୍ତି ଭାସ୍କରାଚାର୍ଯ୍ୟ। ତାଙ୍କ ଜନ୍ମ କର୍ନାଟକର ବିଜାପୁରରେ। ଅସାଧାରଣ ଜ୍ଞାନର ଅଧିକାରୀ ଭାସ୍କରାଚାର୍ଯ୍ୟ ହିଁ ପ୍ରଥମେ ସୂର୍ଯ୍ୟ ଚାରିପଟେ ପୃଥିବୀ ପରିକ୍ରମଣ କରିବା ଲାଗି ନେଉଥିବା ସଠିକ୍‌ ସମୟକୁ ଆକଳନ କରିଥିଲେ।
ବୋତାମ: ଶାର୍ଟକୁ ବାନ୍ଧି ରଖୁଥିବା ବୋତାମର ଉଦ୍ଭାବନ ବି ଭାରତରେ ହୋଇଥିଲା। ସିନ୍ଧୁ ସଭ୍ୟତାର ମହେଞ୍ଜୋଦାରୋ ସହର ଖନନବେଳେ ଉଦ୍ଧାର ହୋଇଥିବା ଶାମୁକାରେ ତିଆରି ବୋତାମ ଭଳି ଜିନିଷ ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ। ବିଭିନ୍ନ ଆକୃତିର ଏହି ବୋତାମ ଭଳି ଜିନିଷରେ ଦୁଇଟି କଣା ରହୁଥିଲା। ଯଦିଓ ପ୍ରଥମେ ତାକୁ ଗହଣାଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାକୁ କପଡାକୁ ବାନ୍ଧି ରଖିବା କାର୍ଯ୍ୟରେ ବ୍ୟବହାର କରାଯାଇଥିଲା।
ସାପ- ଶିଡି ଖେଳ: ଘରେ ଘରେ ପରିଚିତ ଏଇ ଖେଳ। ଖାସ୍‌ କରି ପିଲାମାନଙ୍କର ଏହା ବହୁତ ପ୍ରିୟ। ଏହି ପାରିବାରିକ ମଜାଦାର ଖେଳର ଆରମ୍ଭ ମଧ୍ୟ ଭାରତରେ। ପୁରାତନ ଭାରତରେ ଏହା ‘ମୋକ୍ଷପଟମ୍‌’ ନାମରେ ପରିଚିତ ଥିଲା। ଏହି ଖେଳ ପାରମ୍ପରିକ ହିନ୍ଦୁ ଦର୍ଶନଶାସ୍ତ୍ର ସହ ଜଡିତ ଥିଲା। ଏହା ମାଧ୍ୟମରେ କୁକର୍ମ ଓ ସୁକର୍ମର ପ୍ରଭାବ ସମ୍ପର୍କରେ ଶିକ୍ଷା ଦିଆଯାଉଥିଲା। ଏଥିରେ ଅନେକ ପ୍ରତିକାତ୍ମକ ଚିତ୍ର ଥିଲା। ବୋର୍ଡର ଉପର ଭାଗରେ ଭଗବାନ, ପରୀ ଆଦିଙ୍କର ଚିତ୍ର ଥିବାବେଳେ ବଳକା ଭାଗରେ ପଶୁ, ଫୁଲ ଓ ଲୋକଙ୍କର ଚିତ୍ର ଥିଲା। ତା’ସହ ସାପ ଓ ଶିଡିର ଚିତ୍ର ରହୁଥିଲା। ବିଶ୍ୱାସ, ବଦାନ୍ୟତା ଓ ନମ୍ର ମନୋଭାବର ପ୍ରତୀକ ‘ସିଡି’ ଥିଲାବେଳେ ‘ସାପ’ ଥିଲା କ୍ରୋଧ, ହତ୍ୟା, ଚୋରି ଆଦିର ପ୍ରତୀକ। ଏହି ଖେଳରୁ ଶିକ୍ଷା ମିଳୁଥିଲା ଯେ, ‘ମୋକ୍ଷ’ ଭଲ କର୍ମରୁ ମିଳିଥାଏ। ଏଥିରେ ଶେଷ ବର୍ଗାକାର ଅର୍ଥାତ୍‌ ୧୦୦ରେ ପହଞ୍ଚତ୍ବା ‘ମୋକ୍ଷ’ ପାଇବା ଦର୍ଶାଉଥିଲା। ତେବେ ଇଂରେଜ ଶାସନ ସମୟରେ ଭାରତର ଏହି ଖେଳ ଇଂଲଣ୍ଡ ପାଖକୁ ଚାଲିଯାଇଥିଲା। ପରେ ଏହା ଆମେରିକାକୁ ଗଲା।
ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଓ ପ୍ଲାଷ୍ଟିକ ସର୍ଜରି: ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା ଆରମ୍ଭ କରିଥିଲେ ପ୍ରାଚୀନ ଭାରତର ମହାନ ଚିକିତ୍ସକ ସୁଶ୍ରୁତ। ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀରେ ସେ ପ୍ରଥମ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ଏଥିପାଇଁ ସେ ଏକ ବଙ୍କା ଛୁଞ୍ଚତ୍ ପରି ଜିନିଷ ବ୍ୟବହାର କରୁଥିଲେ। ଯାହା ସାହଯ୍ୟରେ ସେ ଲେନ୍ସକୁ ଢିଲା କରି ଦେଖାଯାଉଥିବା ଭାଗରେ ଥିବା ମୋତିଆ ବିନ୍ଦୁକୁ ଟାଣି ବାହାର କରୁଥିଲେ। ଏହାପରେ ସେ ଆଖିରେ ଉଷୁମ ଲହୁଣି ଲଗାଇ ବ୍ୟାଣ୍ଡେଜ କରୁଥିଲେ। ସୁଶ୍ରୁତଙ୍କ ପାଖକୁ ବିଭିନ୍ନ ଦେଶରୁ ଲୋକ ଉକ୍ତ ସଫଳ ପଦ୍ଧତିରେ ଚିକିତ୍ସା ହେବା ପାଇଁ ଆସୁଥିଲେ। ସୁଶ୍ରୁତ ଓ ଚରକଙ୍କ ଚିକିତ୍ସା ପଦ୍ଧତିଗୁଡିକ ପ୍ରାଚୀନ ଭାରତରେ ସଂସ୍କୃତ ଭାଷାରେ ଲେଖାଯାଇଥିଲା, ଯାହାକୁ ପରେ ଆରବୀୟ ଭାଷାକୁ ଅନୁବାଦ କରାଯାଇଥିଲା। ଚାହୁଁ ଚାହୁଁ ତାହା ୟୁରୋପୀୟ ଦେଶ ଓ ଚାଇନାରେ ପହଞ୍ଚତ୍ ଯାଇଥିଲା। ତେବେ କେବଳ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନୁହେଁ ପ୍ଲାଷ୍ଟିକ ସର୍ଜରି ଅସ୍ତ୍ରୋପଚାରରେ ମଧ୍ୟ ସୁଶ୍ରୁତଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ଖ୍ରୀ.ପୂ ୬ଷ୍ଠ ଶତାବ୍ଦୀରେ ସେ ହିଁ ଏହି ଅସ୍ତ୍ରୋପଚାର ଆରମ୍ଭ କରିଥିଲେ।
ହୀରା ଥିଲା କେବଳ ଭାରତରେ: ପ୍ରାୟ ୫୦୦୦ ବର୍ଷ ପୂର୍ବେ ମଧ୍ୟ-ଭାରତରେ ବିପୁଳ ମାତ୍ରାରେ ହୀରାର ସନ୍ଧାନ ମିଳିଥିଲା, ଯାହାକି ପରେ ଏକ ବହୁମୂଲ୍ୟ ରତ୍ନ ପଥରଭାବେ ପରିଚିତ ହେଲା। ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ କେବଳ ଭାରତରେ ହିଁ ହୀରା ଖଣି ଥିଲା। ପରେ ଯାଇ ବ୍ରାଜିଲରେ ହୀରା ଖଣିର ସନ୍ଧାନ ମିଳିଥିଲା।
ରକେଟ୍‌: ଯଦିଓ ବହୁପୂର୍ବରୁ ରକେଟ୍‌ର ବ୍ୟବହାର ହୋଇଥିତ୍ବା ପ୍ରମାଣ ମିଳେ। କିନ୍ତୁ ପ୍ରଥମ ଆଇରନ୍‌ କେସ୍‌ଡ ବା ଲୁହାର ଢାଞ୍ଚା ଭିତରେ ଥିବା ରକେଟ୍‌ ଭାରତରେ ତିଆରି ହୋଇଥିଲା। ୧୭୮୦ରେ ଦକ୍ଷିଣ ଭାରତୀୟ ରାଜ୍ୟ ମହୀଶୂରର ରାଜା ହାଇଦର ଅଲ୍ଲୀ ଓ ତାଙ୍କ ପୁଅ ଟିପୁ ସୁଲତାନ ଏହାକୁ ଗୁଣ୍ଟୁର ଯୁଦ୍ଧରେ ବ୍ରିଟିଶ ସୈନ୍ୟଙ୍କ ବିରୋଧରେ ବ୍ୟବହାର କରିଥିଲେ। ଏହି ରକେଟ୍‌ ‘ମହୀଶୂର ରକେଟ୍‌’ ଭାବେ ଖ୍ୟାତି ଲାଭ କରିଥିଲା। ଏହାକୁ ସାମ୍‌ନା ନ କରିପାରି ସେତେବେଳେ ବ୍ରିଟିଶମାନେ ହାର୍‌ ମାନିଥିଲେ। ରକେଟ୍‌ର ଏହି ପଦ୍ଧତିକୁ ପରେ ବ୍ରିଟିଶମାନେ ଆପଣେଇ ନିଜସ୍ବ ରକେଟ୍‌ ତିଆରି କରିଥିଲେ।
ଫ୍ଲଶ୍‌ ଟଏଲେଟ୍‌: ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭାରତରେ ଗଢି ଉଠିଥିବା ସିନ୍ଧୁ ସଭ୍ୟତା ଥିଲା ଏକ ଉନ୍ନତ ସଭ୍ୟତା। ଉନ୍ନତମାନର କେନାଲ ବ୍ୟବସ୍ଥା ସହ ଜଳ ସେଚନ, ନାଳ ନର୍ଦ୍ଦମା ବ୍ୟବସ୍ଥା ଥିଲା ଏହି ସଭ୍ୟତାରେ। ଜାଣି ଆଶ୍ଚର୍ଯ୍ୟ ହେବେ ଆଜିକାଲି ଘରେ ଘରେ ବ୍ୟବହାର ହେଉଥିବା ଫ୍ଲଶ୍‌ ଟଏଲେଟ୍‌ ମଧ୍ୟ ପ୍ରଥମେ ସିନ୍ଧୁ ସଭ୍ୟତାରେ ବ୍ୟବହାର କରାଯାଉଥିଲା। ଖନନରୁ ଉଦ୍ଧାର ହୋଇଥିବା ଶୌଚାଳୟ ବ୍ୟବସ୍ଥାରୁ ଜଣାପଡେ ଯେ, ସିନ୍ଧୁ ସଭ୍ୟତାରେ ପ୍ରାୟ ସବୁ ଘରେ ଫ୍ଲଶ୍‌ ଟଏଲେଟ୍‌ ଥିଲା।
ରେଡିଓ ୱାୟାରଲେସ୍‌ କମ୍ୟୁନିକେସନ୍‌: ଏକଥା ସମସ୍ତେ ଜାଣନ୍ତି ଯେ, ରେଡିଓର ନିର୍ମାତା ହେଉଛନ୍ତି ଗୁଲିଏଲ୍ମୋ ମାର୍କୋନି। ୧୯୦୯ରେ ସେ ୱାୟାରଲେସ୍‌ ଟେଲିଗ୍ରାଫି ବିକାଶ କ୍ଷେତ୍ରରେ ଅବଦାନ ପାଇଁ ନୋବେଲ ପୁରସ୍କାର ବି ପାଇଛନ୍ତି। କିନ୍ତୁ ଏକଥା ହୁଏତ ଅନେକେ ଜାଣି ନ ଥିବେ ଯେ, ୧୮୯୫ରେ ରେଡିଓ ୱେଭ୍‌ ଉପରେ ସର୍ବପ୍ରଥମ ପବ୍ଲିକ୍‌ ଡେମୋନଷ୍ଟ୍ରେସନ୍‌ କରିଥିଲେ ଜଗଦିଶ ଚନ୍ଦ୍ର ବୋଷ। ଏହାର ଦୁଇ ବର୍ଷ ପରେ ଯାଇ ମାର୍କୋନୀ ସେହିଭଳି ଏକ ପବ୍ଲିକ ଡେମୋନଷ୍ଟ୍ରେସନ୍‌ ଇଂଲଣ୍ଡରେ କରିଥିଲେ। କିନ୍ତୁ ରେଡିଓ ୱାୟାରଲେସ୍‌ କମ୍ୟୁନିକେସନ୍‌ର ବିକାଶ ପାଇଁ ଜଗଦିଶ ଚନ୍ଦ୍ର ବୋଷଙ୍କୁ ଜୀବନ ଥିବା ପର୍ଯ୍ୟନ୍ତ କୌଣସି ମାନ୍ୟତା ମିଳି ନ ଥିଲା। ପ୍ରାୟ ୧୦୦ ବର୍ଷ ପରେ ତାଙ୍କୁ ତାଙ୍କ ଅବଦାନ ପାଇଁ ମରଣୋତ୍ତର ମାନ୍ୟତା ମିଳିଥିଲା।
ସାରା ପୃଥିବୀକୁ ଚିନିର ସ୍ବାଦ ଚଖେଇଥିଲା ଭାରତ: ଆଖୁରୁ କ୍ରିଷ୍ଟାଲ ପରି ଚିନି ପ୍ରସ୍ତୁତ କରିବା ପଦ୍ଧତି ପ୍ରଥମେ ଗୁପ୍ତ ଯୁଗରେ ଭାରତରେ ଆବିଷ୍କାର ହୋଇଥିଲା। ସେତେବେଳେ ସ୍ଥାନୀୟ ଲୋକେ ଏହାକୁ ‘ଖଣ୍ଡ’ ବୋଲି କହୁଥିଲେ। ଏହାକୁ ସଂରକ୍ଷିତ କରି ରଖିବା ଓ ନେବା ଆଣିବା ସହଜ ଥିଲା। ତେଣୁ ଏହାର ଚାହିଦା ବଢିଥିଲା। ଖ୍ରୀ.ପୂ.୮ମ ଶତାବ୍ଦୀର ଚାଇନାର ପାଣ୍ଡୁଲିପି କହେ ଯେ, ଚାଇନାର ବୌଦ୍ଧ ସନ୍ନ୍ୟାସୀମାନେ ଭାରତ ଆସୁଥିଲେ ଚିନିର ପ୍ରସ୍ତୁତି ଶିଖିବା ପାଇଁ। ଚାଇନାର ଆଉ କିଛି ଦସ୍ତାବିଜ ବି କହେ, ଚିନିର ପ୍ରସ୍ତୁତି ଶିଖିବା ପାଇଁ ଭାରତକୁ ସେମାନେ ଦୁଇଟି ମିଶନ୍‌ରେ ଆସିଥିଲେ।
କାଳି: ମନର ଭାବକୁ ଲିଖିତ ରୂପ ଦେବା ପାଇଁ ଅନେକ ସଂସ୍କୃତି ଓ ସଭ୍ୟତାରେ କାଳିର ବ୍ୟବହାର ହୋଇଛି। କିନ୍ତୁ କାଳିରେ କାର୍ବନ ପିଗ୍‌ମେଣ୍ଟର ବ୍ୟବହାର ପ୍ରଥମେ ଭାରତରେ ହୋଇଥିଲା। ଖ୍ରୀ.ପୂ. ୪ର୍ଥ ଶତାବ୍ଦି ବେଳକୁ କାଳି ଓ ଏକ ମୁନିଆ ଛୁଞ୍ଚି ବ୍ୟବହାର କରି ଲେଖିବା ଦକ୍ଷିଣ ଭାରତରେ ସାଧାରଣ ଥିଲା।
ଖାଲି ଏତିକି ନୁହେଁ ଆହୁରି ଅନେକ ଉଦ୍ଭାବନ ଓ ଆବିଷ୍କାର ହୋଇଛି ଏଇ ଭାରତ ଭୂମିରେ। ତେଣୁ ସାରା ପୃଥିବୀ ସମ୍ମାନ ଦେଇ ଆସିଛି ଉଦ୍ଭାବନର ଦେଶ ଭାରତକୁ।
-ଶିବାନୀ ମହାନ୍ତ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri