Posted inଫୁରସତ

ଉଦ୍ଭାବନର ଦେଶ ଭାରତ

ଶୂନରୁ ମହାଶୂନ୍ୟ, ଯୋଗରୁ ଯନ୍ତ୍ର, ବେଦରୁ ବିଜ୍ଞାନ ପର୍ଯ୍ୟନ୍ତ ସବୁକିଛିରେ ରହିଛି ଭାରତର ବିଶ୍ୱକୁ ଅବଦାନ। ଅନେକ ଉଦ୍ଭାବନ ଓ ଆବିଷ୍କାରର ଦେଶ ହେଉଛି ଭାରତ। ସେଥିପାଇଁ ତ ସାରା ପୃଥିବୀ ସମ୍ମାନ ଦେଇ ଆସିଛି ଏଇ ମାଟିକୁ…

ଶୂନରୁ ମହାଶୂନ୍ୟ, ଯୋଗରୁ ଯନ୍ତ୍ର, ବେଦରୁ ବିଜ୍ଞାନ, ବୁଦ୍ଧବାଣୀରୁ ଅହିଂସା ପର୍ଯ୍ୟନ୍ତ ସବୁଥିରେ ରହିଛି ଭାରତର ବିଶ୍ୱକୁ ଅବଦାନ। ଅନେକ ଉଦ୍ଭାବନ ଓ ଆବିଷ୍କାରର ଦେଶ ହେଉଛି ଭାରତ। ସେଇଥିପାଇଁ ତ ସାରା ପୃଥିବୀ ସମ୍ମାନ ଦେଇ ଆସିଛି ଏଇ ମାଟିକୁ। ଦେଶକୁ ଗୌରବାନ୍ବିତ କରୁଥିବା ସେଇସବୁ ଉଦ୍ଭାବନ ସମ୍ପର୍କରେ କିଛି…
ପ୍ରଥମ ବିଧିବଦ୍ଧ ଶିକ୍ଷାର ଆରମ୍ଭ ଭାରତରେ : ଇତିହାସ କହେ ଖ୍ରୀ.ପୂ. ୬୦୦, ପୁରାତନ ଭାରତର ଉତ୍ତର-ପଶ୍ଚିମ ଦିଗସ୍ଥ ତକ୍ଷଶୀଳା ନଗରରେ ଏକ ବିରାଟ ବିଶ୍ୱବିଦ୍ୟାଳୟ ଥିଲା। ତା’ର ନାମ ଥିଲା ତକ୍ଷଶୀଳା ବିଶ୍ୱବିଦ୍ୟାଳୟ। ଏହାକୁ ପୃଥିବୀର ପ୍ରଥମ ବିଶ୍ୱ ବିଦ୍ୟାଳୟ ଭାବେ ଗଣନା କରାଯାଏ। ଏହା ବିଜ୍ଞାନ, ଖାସ୍‌କରି ମେଡିସିନ୍‌ ଏବଂ କଳା ପାଠ୍ୟକ୍ରମ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। ଏଠାରେ ଧନୁର୍ବିଦ୍ୟା ଓ ଜ୍ୟୋତିର୍ବିଦ୍ୟା ଶିକ୍ଷା ବି ଦିଆଯାଉଥିଲା। ଭାରତର ବହୁ ଦୂର ଦୂରାନ୍ତରୁ ଅନେକ ଛାତ୍ର ଆସି ଏଠାରେ ଅଧ୍ୟୟନ କରୁଥିଲେ। ବିଶ୍ୱାସ କରାଯାଏ ଯେ, ଏଠାରେ ୧୦,୦୦୦ରୁ ଉର୍ଦ୍ଧ୍ୱ ଛାତ୍ର ଚାଇନା, ବେବିଲୋନ, ସିରିୟା ଓ ଗ୍ରୀସ୍‌ରୁ ଆସି ଅଧ୍ୟୟନ କରୁଥିଲେ। ‘ଫାଦର ଅଫ୍‌ ମେଡିସିନ୍‌’ଭାବେ ପରିଚିତ ଚରକ ମଧ୍ୟ ଏଠାରେ ଅଧ୍ୟୟନ କରିଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପ୍ରଧାନମନ୍ତ୍ରୀ କୌଟିଲ୍ୟ ବା ଚାଣକ୍ୟ ଏହି ବିଶ୍ୱବିଦ୍ୟାଳୟରେ ପଢାଉଥିବା କୁହାଯାଏ। ତେଣୁ ପୃଥିବୀର ପ୍ରଥମ ବିଧିବଦ୍ଧ ଶିକ୍ଷାଦାନ ଭାରତରେ ହିଁ ଆରମ୍ଭ ହୋଇଥିଲା।
ବୁଦ୍ଧିର ଖେଳ ଚେସ୍‌ର ସୃଷ୍ଟି ଭାରତରେ: ୧୫୦୦ ବର୍ଷ ପୁରାତନ ହେଉଛି ଚେସ୍‌ର ଇତିହାସ। ପ୍ରଥମେ ଏହା କେଉଁଠାରୁ ଆରମ୍ଭ ହୋଇଥିଲା ଏବେବି ସଠିକ୍‌ଭାବେ ଜଣାପଡି ନାହିଁ। ତେବେ ଆଜି ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ମୁତାବକ ଏହି ଖେଳର ସୃଷ୍ଟି ୬ଷ୍ଠ ଶତାବ୍ଦୀ, ଗୁପ୍ତ ସାମ୍ରାଜ୍ୟ ସମୟରେ ଭାରତରେ ହୋଇଥିଲା। ସେତେବେଳେ ଏହା ‘ଚତୁରାଙ୍ଗ’ ନାମରେ ପରିଚିତ ଥିଲା। ଭାରତରୁ ଏହା ପର୍ସିଆକୁ ଯାଇଥିଲା। ଯେତେବେଳେ ଆରବ ପର୍ସିଆକୁ ପରାସ୍ତ କଲା ତାହା ମୁସଲମାନଙ୍କ ନିକଟକୁ ଯାଇଥିଲା। ପରେ ତାହା ଦକ୍ଷିଣ ୟୁରୋପରେ ପହଞ୍ଚତ୍ଥିଲା।
ଶାମ୍ପୁର ସୃଷ୍ଟି: କେଶକୁ ସଫା କରିବା ପାଇଁ ଘରେ ଘରେ ଶାମ୍ପୁକୁ ବ୍ୟବହାର କରାଯାଏ। ତେବେ ଜାଣିଛନ୍ତି କି, ଆଜିକାଲି ମିଳୁଥିବା ବିଭିନ୍ନ ବ୍ରାଣ୍ଡର ଶାମ୍ପୁର ସୃଷ୍ଟି କେଉଁଠି ହୋଇଥିଲା। ଆଉ କେଉଁଠି ନୁହେଁ ବରଂ ଆମ ଭାରତ ଭୂମିରେ ହିଁ ଏହାର ସୃଷ୍ଟି। ପ୍ରାଚୀନ ଭାରତରେ ବିଭିନ୍ନ ଚେରମୂଳି, ଔଷଧୀୟଗୁଣ ସମ୍ପନ୍ନ ଫଳ, ଯେମିତିକି ଅଁଳା, ଶିକାକାଇ, ମନ୍ଦାର ଫୁଲ, ରିଠା ଅରପୁ ଆଦିକୁ କେଶ ସଫା କରିବା ପାଇଁ ବ୍ୟବହାର କରାଯାଉଥିଲା। ୧୭୬୨, ମୋଗଲ ସାମ୍ରାଜ୍ୟ ସମୟରେ ବେଙ୍ଗଲର ନୱାବ ମୁଣ୍ଡରେ ବିଭିନ୍ନ ଔଷଧୀୟ ତୈଳ ମାଲିସ୍‌ କରୁଥିଲେ ଯାହା ‘ଚମ୍ପୁ’ ଭାବେ ପରିଚିତ ଥିଲା। ଆଉ ଏହି ‘ଚମ୍ପୁ’ ଶବ୍ଦରୁ ହିଁ ‘ଶାମ୍ପୁ’ ଶବ୍ଦ ଆସିଛି। ବର୍ଷ ଅତିକ୍ରାନ୍ତ ହେବା ସହ ଚମ୍ପୁ ତେଲ ଧୀରେ ଧୀରେ ଶାମ୍ପୁର ରୂପ ନେଇଥିଲା।
ସୂର୍ଯ୍ୟ ଚାରିପଟେ ପୃଥିବୀ ପରିକ୍ରମଣ ପାଇଁ ନେଉଥିବା ସମୟର ସଠିକ୍‌ ଆକଳନ କରିଥିଲେ ଭାସ୍କରାଚାର୍ଯ୍ୟ: ଭାରତର ଜଣେ ବିଶିଷ୍ଟ ଗଣିତଜ୍ଞ ଓ ଜ୍ୟୋତିର୍ବିଦ ହେଉଛନ୍ତି ଭାସ୍କରାଚାର୍ଯ୍ୟ। ତାଙ୍କ ଜନ୍ମ କର୍ନାଟକର ବିଜାପୁରରେ। ଅସାଧାରଣ ଜ୍ଞାନର ଅଧିକାରୀ ଭାସ୍କରାଚାର୍ଯ୍ୟ ହିଁ ପ୍ରଥମେ ସୂର୍ଯ୍ୟ ଚାରିପଟେ ପୃଥିବୀ ପରିକ୍ରମଣ କରିବା ଲାଗି ନେଉଥିବା ସଠିକ୍‌ ସମୟକୁ ଆକଳନ କରିଥିଲେ।
ବୋତାମ: ଶାର୍ଟକୁ ବାନ୍ଧି ରଖୁଥିବା ବୋତାମର ଉଦ୍ଭାବନ ବି ଭାରତରେ ହୋଇଥିଲା। ସିନ୍ଧୁ ସଭ୍ୟତାର ମହେଞ୍ଜୋଦାରୋ ସହର ଖନନବେଳେ ଉଦ୍ଧାର ହୋଇଥିବା ଶାମୁକାରେ ତିଆରି ବୋତାମ ଭଳି ଜିନିଷ ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ। ବିଭିନ୍ନ ଆକୃତିର ଏହି ବୋତାମ ଭଳି ଜିନିଷରେ ଦୁଇଟି କଣା ରହୁଥିଲା। ଯଦିଓ ପ୍ରଥମେ ତାକୁ ଗହଣାଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାକୁ କପଡାକୁ ବାନ୍ଧି ରଖିବା କାର୍ଯ୍ୟରେ ବ୍ୟବହାର କରାଯାଇଥିଲା।
ସାପ- ଶିଡି ଖେଳ: ଘରେ ଘରେ ପରିଚିତ ଏଇ ଖେଳ। ଖାସ୍‌ କରି ପିଲାମାନଙ୍କର ଏହା ବହୁତ ପ୍ରିୟ। ଏହି ପାରିବାରିକ ମଜାଦାର ଖେଳର ଆରମ୍ଭ ମଧ୍ୟ ଭାରତରେ। ପୁରାତନ ଭାରତରେ ଏହା ‘ମୋକ୍ଷପଟମ୍‌’ ନାମରେ ପରିଚିତ ଥିଲା। ଏହି ଖେଳ ପାରମ୍ପରିକ ହିନ୍ଦୁ ଦର୍ଶନଶାସ୍ତ୍ର ସହ ଜଡିତ ଥିଲା। ଏହା ମାଧ୍ୟମରେ କୁକର୍ମ ଓ ସୁକର୍ମର ପ୍ରଭାବ ସମ୍ପର୍କରେ ଶିକ୍ଷା ଦିଆଯାଉଥିଲା। ଏଥିରେ ଅନେକ ପ୍ରତିକାତ୍ମକ ଚିତ୍ର ଥିଲା। ବୋର୍ଡର ଉପର ଭାଗରେ ଭଗବାନ, ପରୀ ଆଦିଙ୍କର ଚିତ୍ର ଥିବାବେଳେ ବଳକା ଭାଗରେ ପଶୁ, ଫୁଲ ଓ ଲୋକଙ୍କର ଚିତ୍ର ଥିଲା। ତା’ସହ ସାପ ଓ ଶିଡିର ଚିତ୍ର ରହୁଥିଲା। ବିଶ୍ୱାସ, ବଦାନ୍ୟତା ଓ ନମ୍ର ମନୋଭାବର ପ୍ରତୀକ ‘ସିଡି’ ଥିଲାବେଳେ ‘ସାପ’ ଥିଲା କ୍ରୋଧ, ହତ୍ୟା, ଚୋରି ଆଦିର ପ୍ରତୀକ। ଏହି ଖେଳରୁ ଶିକ୍ଷା ମିଳୁଥିଲା ଯେ, ‘ମୋକ୍ଷ’ ଭଲ କର୍ମରୁ ମିଳିଥାଏ। ଏଥିରେ ଶେଷ ବର୍ଗାକାର ଅର୍ଥାତ୍‌ ୧୦୦ରେ ପହଞ୍ଚତ୍ବା ‘ମୋକ୍ଷ’ ପାଇବା ଦର୍ଶାଉଥିଲା। ତେବେ ଇଂରେଜ ଶାସନ ସମୟରେ ଭାରତର ଏହି ଖେଳ ଇଂଲଣ୍ଡ ପାଖକୁ ଚାଲିଯାଇଥିଲା। ପରେ ଏହା ଆମେରିକାକୁ ଗଲା।
ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଓ ପ୍ଲାଷ୍ଟିକ ସର୍ଜରି: ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା ଆରମ୍ଭ କରିଥିଲେ ପ୍ରାଚୀନ ଭାରତର ମହାନ ଚିକିତ୍ସକ ସୁଶ୍ରୁତ। ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀରେ ସେ ପ୍ରଥମ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ଏଥିପାଇଁ ସେ ଏକ ବଙ୍କା ଛୁଞ୍ଚତ୍ ପରି ଜିନିଷ ବ୍ୟବହାର କରୁଥିଲେ। ଯାହା ସାହଯ୍ୟରେ ସେ ଲେନ୍ସକୁ ଢିଲା କରି ଦେଖାଯାଉଥିବା ଭାଗରେ ଥିବା ମୋତିଆ ବିନ୍ଦୁକୁ ଟାଣି ବାହାର କରୁଥିଲେ। ଏହାପରେ ସେ ଆଖିରେ ଉଷୁମ ଲହୁଣି ଲଗାଇ ବ୍ୟାଣ୍ଡେଜ କରୁଥିଲେ। ସୁଶ୍ରୁତଙ୍କ ପାଖକୁ ବିଭିନ୍ନ ଦେଶରୁ ଲୋକ ଉକ୍ତ ସଫଳ ପଦ୍ଧତିରେ ଚିକିତ୍ସା ହେବା ପାଇଁ ଆସୁଥିଲେ। ସୁଶ୍ରୁତ ଓ ଚରକଙ୍କ ଚିକିତ୍ସା ପଦ୍ଧତିଗୁଡିକ ପ୍ରାଚୀନ ଭାରତରେ ସଂସ୍କୃତ ଭାଷାରେ ଲେଖାଯାଇଥିଲା, ଯାହାକୁ ପରେ ଆରବୀୟ ଭାଷାକୁ ଅନୁବାଦ କରାଯାଇଥିଲା। ଚାହୁଁ ଚାହୁଁ ତାହା ୟୁରୋପୀୟ ଦେଶ ଓ ଚାଇନାରେ ପହଞ୍ଚତ୍ ଯାଇଥିଲା। ତେବେ କେବଳ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ନୁହେଁ ପ୍ଲାଷ୍ଟିକ ସର୍ଜରି ଅସ୍ତ୍ରୋପଚାରରେ ମଧ୍ୟ ସୁଶ୍ରୁତଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ଖ୍ରୀ.ପୂ ୬ଷ୍ଠ ଶତାବ୍ଦୀରେ ସେ ହିଁ ଏହି ଅସ୍ତ୍ରୋପଚାର ଆରମ୍ଭ କରିଥିଲେ।
ହୀରା ଥିଲା କେବଳ ଭାରତରେ: ପ୍ରାୟ ୫୦୦୦ ବର୍ଷ ପୂର୍ବେ ମଧ୍ୟ-ଭାରତରେ ବିପୁଳ ମାତ୍ରାରେ ହୀରାର ସନ୍ଧାନ ମିଳିଥିଲା, ଯାହାକି ପରେ ଏକ ବହୁମୂଲ୍ୟ ରତ୍ନ ପଥରଭାବେ ପରିଚିତ ହେଲା। ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ କେବଳ ଭାରତରେ ହିଁ ହୀରା ଖଣି ଥିଲା। ପରେ ଯାଇ ବ୍ରାଜିଲରେ ହୀରା ଖଣିର ସନ୍ଧାନ ମିଳିଥିଲା।
ରକେଟ୍‌: ଯଦିଓ ବହୁପୂର୍ବରୁ ରକେଟ୍‌ର ବ୍ୟବହାର ହୋଇଥିତ୍ବା ପ୍ରମାଣ ମିଳେ। କିନ୍ତୁ ପ୍ରଥମ ଆଇରନ୍‌ କେସ୍‌ଡ ବା ଲୁହାର ଢାଞ୍ଚା ଭିତରେ ଥିବା ରକେଟ୍‌ ଭାରତରେ ତିଆରି ହୋଇଥିଲା। ୧୭୮୦ରେ ଦକ୍ଷିଣ ଭାରତୀୟ ରାଜ୍ୟ ମହୀଶୂରର ରାଜା ହାଇଦର ଅଲ୍ଲୀ ଓ ତାଙ୍କ ପୁଅ ଟିପୁ ସୁଲତାନ ଏହାକୁ ଗୁଣ୍ଟୁର ଯୁଦ୍ଧରେ ବ୍ରିଟିଶ ସୈନ୍ୟଙ୍କ ବିରୋଧରେ ବ୍ୟବହାର କରିଥିଲେ। ଏହି ରକେଟ୍‌ ‘ମହୀଶୂର ରକେଟ୍‌’ ଭାବେ ଖ୍ୟାତି ଲାଭ କରିଥିଲା। ଏହାକୁ ସାମ୍‌ନା ନ କରିପାରି ସେତେବେଳେ ବ୍ରିଟିଶମାନେ ହାର୍‌ ମାନିଥିଲେ। ରକେଟ୍‌ର ଏହି ପଦ୍ଧତିକୁ ପରେ ବ୍ରିଟିଶମାନେ ଆପଣେଇ ନିଜସ୍ବ ରକେଟ୍‌ ତିଆରି କରିଥିଲେ।
ଫ୍ଲଶ୍‌ ଟଏଲେଟ୍‌: ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭାରତରେ ଗଢି ଉଠିଥିବା ସିନ୍ଧୁ ସଭ୍ୟତା ଥିଲା ଏକ ଉନ୍ନତ ସଭ୍ୟତା। ଉନ୍ନତମାନର କେନାଲ ବ୍ୟବସ୍ଥା ସହ ଜଳ ସେଚନ, ନାଳ ନର୍ଦ୍ଦମା ବ୍ୟବସ୍ଥା ଥିଲା ଏହି ସଭ୍ୟତାରେ। ଜାଣି ଆଶ୍ଚର୍ଯ୍ୟ ହେବେ ଆଜିକାଲି ଘରେ ଘରେ ବ୍ୟବହାର ହେଉଥିବା ଫ୍ଲଶ୍‌ ଟଏଲେଟ୍‌ ମଧ୍ୟ ପ୍ରଥମେ ସିନ୍ଧୁ ସଭ୍ୟତାରେ ବ୍ୟବହାର କରାଯାଉଥିଲା। ଖନନରୁ ଉଦ୍ଧାର ହୋଇଥିବା ଶୌଚାଳୟ ବ୍ୟବସ୍ଥାରୁ ଜଣାପଡେ ଯେ, ସିନ୍ଧୁ ସଭ୍ୟତାରେ ପ୍ରାୟ ସବୁ ଘରେ ଫ୍ଲଶ୍‌ ଟଏଲେଟ୍‌ ଥିଲା।
ରେଡିଓ ୱାୟାରଲେସ୍‌ କମ୍ୟୁନିକେସନ୍‌: ଏକଥା ସମସ୍ତେ ଜାଣନ୍ତି ଯେ, ରେଡିଓର ନିର୍ମାତା ହେଉଛନ୍ତି ଗୁଲିଏଲ୍ମୋ ମାର୍କୋନି। ୧୯୦୯ରେ ସେ ୱାୟାରଲେସ୍‌ ଟେଲିଗ୍ରାଫି ବିକାଶ କ୍ଷେତ୍ରରେ ଅବଦାନ ପାଇଁ ନୋବେଲ ପୁରସ୍କାର ବି ପାଇଛନ୍ତି। କିନ୍ତୁ ଏକଥା ହୁଏତ ଅନେକେ ଜାଣି ନ ଥିବେ ଯେ, ୧୮୯୫ରେ ରେଡିଓ ୱେଭ୍‌ ଉପରେ ସର୍ବପ୍ରଥମ ପବ୍ଲିକ୍‌ ଡେମୋନଷ୍ଟ୍ରେସନ୍‌ କରିଥିଲେ ଜଗଦିଶ ଚନ୍ଦ୍ର ବୋଷ। ଏହାର ଦୁଇ ବର୍ଷ ପରେ ଯାଇ ମାର୍କୋନୀ ସେହିଭଳି ଏକ ପବ୍ଲିକ ଡେମୋନଷ୍ଟ୍ରେସନ୍‌ ଇଂଲଣ୍ଡରେ କରିଥିଲେ। କିନ୍ତୁ ରେଡିଓ ୱାୟାରଲେସ୍‌ କମ୍ୟୁନିକେସନ୍‌ର ବିକାଶ ପାଇଁ ଜଗଦିଶ ଚନ୍ଦ୍ର ବୋଷଙ୍କୁ ଜୀବନ ଥିବା ପର୍ଯ୍ୟନ୍ତ କୌଣସି ମାନ୍ୟତା ମିଳି ନ ଥିଲା। ପ୍ରାୟ ୧୦୦ ବର୍ଷ ପରେ ତାଙ୍କୁ ତାଙ୍କ ଅବଦାନ ପାଇଁ ମରଣୋତ୍ତର ମାନ୍ୟତା ମିଳିଥିଲା।
ସାରା ପୃଥିବୀକୁ ଚିନିର ସ୍ବାଦ ଚଖେଇଥିଲା ଭାରତ: ଆଖୁରୁ କ୍ରିଷ୍ଟାଲ ପରି ଚିନି ପ୍ରସ୍ତୁତ କରିବା ପଦ୍ଧତି ପ୍ରଥମେ ଗୁପ୍ତ ଯୁଗରେ ଭାରତରେ ଆବିଷ୍କାର ହୋଇଥିଲା। ସେତେବେଳେ ସ୍ଥାନୀୟ ଲୋକେ ଏହାକୁ ‘ଖଣ୍ଡ’ ବୋଲି କହୁଥିଲେ। ଏହାକୁ ସଂରକ୍ଷିତ କରି ରଖିବା ଓ ନେବା ଆଣିବା ସହଜ ଥିଲା। ତେଣୁ ଏହାର ଚାହିଦା ବଢିଥିଲା। ଖ୍ରୀ.ପୂ.୮ମ ଶତାବ୍ଦୀର ଚାଇନାର ପାଣ୍ଡୁଲିପି କହେ ଯେ, ଚାଇନାର ବୌଦ୍ଧ ସନ୍ନ୍ୟାସୀମାନେ ଭାରତ ଆସୁଥିଲେ ଚିନିର ପ୍ରସ୍ତୁତି ଶିଖିବା ପାଇଁ। ଚାଇନାର ଆଉ କିଛି ଦସ୍ତାବିଜ ବି କହେ, ଚିନିର ପ୍ରସ୍ତୁତି ଶିଖିବା ପାଇଁ ଭାରତକୁ ସେମାନେ ଦୁଇଟି ମିଶନ୍‌ରେ ଆସିଥିଲେ।
କାଳି: ମନର ଭାବକୁ ଲିଖିତ ରୂପ ଦେବା ପାଇଁ ଅନେକ ସଂସ୍କୃତି ଓ ସଭ୍ୟତାରେ କାଳିର ବ୍ୟବହାର ହୋଇଛି। କିନ୍ତୁ କାଳିରେ କାର୍ବନ ପିଗ୍‌ମେଣ୍ଟର ବ୍ୟବହାର ପ୍ରଥମେ ଭାରତରେ ହୋଇଥିଲା। ଖ୍ରୀ.ପୂ. ୪ର୍ଥ ଶତାବ୍ଦି ବେଳକୁ କାଳି ଓ ଏକ ମୁନିଆ ଛୁଞ୍ଚି ବ୍ୟବହାର କରି ଲେଖିବା ଦକ୍ଷିଣ ଭାରତରେ ସାଧାରଣ ଥିଲା।
ଖାଲି ଏତିକି ନୁହେଁ ଆହୁରି ଅନେକ ଉଦ୍ଭାବନ ଓ ଆବିଷ୍କାର ହୋଇଛି ଏଇ ଭାରତ ଭୂମିରେ। ତେଣୁ ସାରା ପୃଥିବୀ ସମ୍ମାନ ଦେଇ ଆସିଛି ଉଦ୍ଭାବନର ଦେଶ ଭାରତକୁ।
-ଶିବାନୀ ମହାନ୍ତ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri