Posted inଜାତୀୟ

ଚାଇନା ନୁହେଁ, ଭାରତ ଦାୟୀ: ଚାଇନା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨୮ା୬(ପି.ଟି.): ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଚାଇନା ରାଷ୍ଟ୍ରଦୂତ ସନ୍‌ ଓ୍ବିଡୋଙ୍ଗ ନ୍ୟୁଜ୍‌ ଏଜେନ୍ସି ପ୍ରେସ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ (ପିଟିଆଇ)କୁ ଏକ ସାକ୍ଷାତକାର ଦେଇଛନ୍ତି। ଦୁଇ ପଡ଼ୋଶୀ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ପାଇଁ ସେ ଭାରତକୁ ଦାୟୀ କରିଛନ୍ତି।
ଗତ ୨୫ ତାରିଖରେ ସାକ୍ଷାତ୍‌କାରବେଳେ ଓ୍ବିଡୋଙ୍ଗ କହିଥିଲେ, ଅଚଳାବସ୍ଥାର ଉପଯୁକ୍ତ ସମାଧାନ ଲାଗି ବେଜିଂ ଭାରତ ସହ ଏକାଠି କାମ କରିବାକୁ ପ୍ରସ୍ତୁତ। ତେବେ ସନ୍ଦେହ ଏବଂ ସଂଘର୍ଷ ଭୁଲ୍‌ ମାର୍ଗ ବୋଲି ସେ କହିଛନ୍ତି। ମତପାର୍ଥକ୍ୟ ଦୂର କରିବାରେ ଦୁଇଦେଶ ସମର୍ଥ। ପୂର୍ବ ଲଦାଖରେ ସ୍ଥିତିକୁ ଜଟିଳ କଲାଭଳି କୌଣସି ପଦକ୍ଷେପ ନ ନେବା ଲାଗି ଓ୍ବିଡୋଙ୍ଗ ନୂଆଦିଲ୍ଲୀକୁ ଆହ୍ବାନ ଦେଇଥିଲେ। ଆମେ ଆଶା କରୁଛୁ ଭାରତୀୟ ପକ୍ଷ ଚାଇନା ପକ୍ଷର ସ୍ବାର୍ଥକୁ ଦୃଷ୍ଟିରେ ରଖି ସୀମାରେ ଜଟିଳ ପରିସ୍ଥିତି ଉପୁଜିବା ଭଳି କାର୍ଯ୍ୟରୁ ନିବୃତ୍ତ ରହୁ ଏବଂ ସେଠାରେ ସ୍ଥିରତା ବଜାୟ ରଖିବା ଦିଗରେ ବଳିଷ୍ଠ ପଦକ୍ଷେପ ନେଉ ବୋଲି ଚାଇନା ରାଷ୍ଟ୍ରଦୂତ କହିଥିଲେ। ୬ ସପ୍ତାହ ହେଲା ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ଦୁଇଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଗତ ୧୫ ତାରିଖରେ ଗଲଓ୍ବାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଉତ୍ତେଜନା ବହୁଗୁଣିତ ହୋଇଛି। ପାରସ୍ପରିକ ସମ୍ମାନ ଓ ସମର୍ଥନ ଉଭୟ ଦେଶର ଦୀର୍ଘମିଆଦୀ ସ୍ବାର୍ଥ ପାଇଁ ସୁନିଶ୍ଚିତ ଓ ଠିକ୍‌ ମାର୍ଗ। ସେଥିପାଇଁ ଉକ୍ତ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବା ଭାରତର ଦାୟିତ୍ୱ ବୋଲି ଓ୍ବିଡୋଙ୍ଗ୍‌ କହିଥିଲେ।
ଚାଇନା ଓ ଭାରତ ଉଭୟ ବହୁଳ ଜନସଂଖ୍ୟା ବିଶିଷ୍ଟ ବୃହତ ବିକାଶଶୀଳ ରାଷ୍ଟ୍ର। ଉଭୟଙ୍କର ନିଜସ୍ବ ବିକାଶ ଓ ପୁନରୁଦ୍ଧାରର ଇତିହାସ ରହିଛି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ସମ୍ବେଦନଶୀଳ ଅଞ୍ଚଳରେ ଚାଇନା ସୈନ୍ୟ ଉପସ୍ଥିତି ବଢ଼ାଇଥିବାବେଳେ ଉଭୟ ପକ୍ଷ ଉତ୍ତେଜନା ହ୍ରାସ ଲାଗି ଗତ କିଛି ସପ୍ତାହ ମଧ୍ୟରେ କୂଟନୈତିକ ଓ ସାମରିକ ସ୍ତରରେ ଏକାଧିକ ପର୍ଯ୍ୟାୟ ଆଲୋଚନା କଲେଣି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର ଗଣମାଧ୍ୟମକୁ କହିଥିଲେ, ଚାଇନା ପକ୍ଷ ପୂର୍ବରୁ ହୋଇଥିବା ବୁଝାମଣା ଚୁକ୍ତିରୁ ଓହରିଯାଇ ଗଲଓ୍ବାନ ଉପତ୍ୟକାରେ ଭିତ୍ତିଭୂମି ନିର୍ମାଣ କରିବାକୁ ଚାହୁଁଛି। ସେମାନଙ୍କର ଏହି ଉଦ୍ୟମ ବିଫଳ ହେବା ପରେ ଚାଇନା ସୈନ୍ୟ ଜୁନ୍‌ ୧୫ରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଚାଇନା ରାଷ୍ଟ୍ରଦୂତ କହିଛନ୍ତି, ବର୍ତ୍ତମାନ ସ୍ଥିତିର ଉପଯୁକ୍ତ ସମାଧାନ ଲାଗି ଦୁଇଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତି ଆଧାରରେ ଆମେ ଭାରତ ସହ କାମ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ ୨୦୧୮ରେ ଉହାନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଏକ ଅନୌପଚାରିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସହ ସୀମାର ସବୁ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ। ଡୋକଲାମ୍‌ରେ ଦୀର୍ଘ ୭୩ ଦିନ ଧରି ଦୁଇ ସେନା ମୁହାଁମୁହିଁ ଅବସ୍ଥାରେ ରହିବାର କିଛି ମାସ ପରେ ଏହି ସମିଟ୍‌ ଆୟୋଜନ କରାଯାଇଥିଲା।
ସାକ୍ଷାତ୍‌କାର ବେଳେ ଓ୍ବିଡୋଙ୍ଗ୍‌ ଚାଇନା ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ବାରମ୍ବାର ଦୋହରାଇଥିଲେ, ଯାହାକୁ ଭାରତ ଅସ୍ବୀକାର କରିଆସୁଛି। ଗଲଓ୍ବାନ ଉପତ୍ୟକାରେ ସଂଘର୍ଷ ପାଇଁ ସେ ଭାରତୀୟ ସେନାକୁ ଦାୟୀ କରିବା ସହ ପୂର୍ବ ଲଦାଖ ସ୍ଥିତିରେ ଉନ୍ନତି ଆଣିବା ଦାୟିତ୍ୱ ଭାରତର ବୋଲି କହିଥିଲେ। ଭାରତୀୟ ସେନା ଏଲ୍‌ଏସି ଅତିକ୍ରମ କରି ଚାଇନା ସୀମାନ୍ତ ସୈନ୍ୟଙ୍କ ଉପରେ ଆକ୍ରମଣ କରିଥିଲା। ଭାରତୀୟ ବାହିନୀ ଦୁଇ ଦେଶ ମଧ୍ୟରେ ଥିବା ସୀମା ରାଜିନାମାର ଗୁରୁତର ଉଲ୍ଲଂଘନ କରିଥିଲା। ଭାରତର ୨୦ ଯବାନ ଶହୀଦ ହେବା ପରେ ଏହା ଚାଇନାର ଯୋଜନାବଦ୍ଧ କାର୍ଯ୍ୟ ଥିଲା ବୋଲି ଭାରତ ଅଭିଯୋଗ କରୁଥିବା ଓ୍ବିଡୋଙ୍ଗ କହିଥିଲେ।
ଗତ ୧୭ରେ ଦୁଇଦେଶର ବହିର୍ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରଦୂତ କହିଥିଲେ, ଗଲଓ୍ବାନ ସଂଘର୍ଷରୁ ସୃଷ୍ଟ ଗୁରୁତର ସ୍ଥିତିର ଉପଯୁକ୍ତ ସମାଧାନ ପାଇଁ ଉଭୟ ପକ୍ଷ ରାଜି। ଯଥାଶୀଘ୍ର ସମ୍ଭବ ସ୍ଥିତି ସୁଧାରିବାକୁ ଜୁନ୍‌ ୬ରେ ହୋଇଥିବା କମାଣ୍ଡର ସ୍ତରୀୟ ଆଲୋଚନାର ସହମତିକୁ ମିଳିତ ଭାବେ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରତିଜ୍ଞାବଦ୍ଧ। ଗଲଓ୍ବାନ ଭଳି ସଂଘର୍ଷ ଚାଇନା ଚାହିଁବ ନାହିଁ। ଭାରତ ଏଥିପାଇଁ ଦାୟୀ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟର ଅଭିଯୋଗକୁ ଓ୍ବିଡୋଙ୍ଗ୍‌ ପୁଣିଥରେ ଦୋହରାଇଥିଲେ। ଗଲଓ୍ବାନରେ ଦଶନ୍ଧି ଦଶନ୍ଧି ଧରି ଶାନ୍ତି ବଜାୟ ରହିଆସିଛି। ୨୦୨୦ ଆରମ୍ଭରେ ଭାରତ ପକ୍ଷରୁ ଉପତ୍ୟକାରେ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ସ୍ଥିତାବାସ୍ଥା ବଦଳାଇବା ଲାଗି କ୍ରମାଗତ ଉଦ୍ୟମ ହେଉଛି। ମେ’ ୬ ତାରିଖ ରାତିରେ ଭାରତୀୟ ଯବାନ ଗଲଓ୍ବାନ ଉପତ୍ୟକାରେ ଏଲ୍‌ଏସି ଅତିକ୍ରମ କରି ଚାଇନା ପାର୍ଶ୍ୱରେ ପ୍ରବେଶ କରିଥିଲେ ବୋଲି ଓ୍ବିଡୋଙ୍ଗ୍‌ ଅଭିଯୋଗ କରିଛନ୍ତି। ଦୁଇପକ୍ଷ ମଧ୍ୟରେ ମୁହାଁମୁହିଁ ଅବସ୍ଥାକୁ ବଜାୟ ରଖିବା ପାଇଁ ଭାରତୀୟ ସେନା ଚାହୁଁଛି ଓ ସ୍ଥାୟୀ ଉପସ୍ଥିତି ବଜାୟ ରଖିବା ଉଦ୍ୟମ କରି ଭିତ୍ତିଭୂମି ନିର୍ମାଣ କରୁଛି। ଗଲଓ୍ବାନ ଉପତ୍ୟକାକୁ ଭାରତ ନିଜର ବୋଲି ଦାବି କରିବା ସହ ଏହା ଉପରେ ଚାଇନାର ସାର୍ବଭୌମତ୍ୱକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରିଆସୁଛି ବୋଲି ସେ କହିଥିଲେ।
ଏହି ଘଟଣା ପରେ ଚାଇନା ପକ୍ଷ ଅନେକ ଥର ସାମରିକ ଓ କୂଟନୈତିକ ଚ୍ୟାନେଲ ଦେଇ ଭାରତୀୟ ପକ୍ଷ ନିକଟରେ ଆପତ୍ତି ଜଣାଇଛି। ଭାରତ ମଧ୍ୟ ଉକ୍ତ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ହୋଇଥିଲା। ଉଭୟଙ୍କ ମଧ୍ୟରେ ଜୁନ୍‌ ୬ରେ ଲ୍ୟୁଟନାଣ୍ଟ ଜେନେରାଲ ସ୍ତରୀୟ ବୈଠକ ହୋଇ ଉତ୍ତେଜନା ସୃଷ୍ଟି ହୋଇଥିବା ଅଞ୍ଚଳରୁ ସେନା ହଟାଇବା ପାଇଁ ସହମତି ହୋଇଥିଲା। ଗଲ୍‌ଓ୍ବାନ ନଦୀ ପାର ହୋଇ ଭାରତୀୟ ଯବାନ ପାଟ୍ରୋଲିଂ କରିବାକୁ ଓ ନିର୍ମାଣ କାର୍ଯ୍ୟ ଲାଗି ଯିବେନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଗଲଓ୍ବାନ ନଦୀ ମୁହାଣର ଉଭୟ ପାର୍ଶ୍ୱରେ ପର୍ଯ୍ୟବେକ୍ଷଣ ଘାଟି ସ୍ଥାପନ ଲାଗି ମଧ୍ୟ ଦୁଇ ଦେଶ ରାଜି ହୋଇଥିଲେ। ତେବେ ଏଲ୍‌ଏସିର ଭାରତ ପାର୍ଶ୍ୱରେ ଗଲଓ୍ବାନ ଉପତ୍ୟକା ସଂଘର୍ଷ ଘଟିଥିବା ଭାରତ ବାରମ୍ବାର କହିଆସୁଛି। ଦୁଇ ଦେଶ ମଧ୍ୟରେ ସ୍ବାକ୍ଷର ହୋଇଥିବା ଏକାଧିକ ରାଜିନାମା ଅନୁଯାୟୀ ଭାରତୀୟ ପକ୍ଷଙ୍କୁ ପଦକ୍ଷେପ ନେବାକୁ ହେବ ବୋଲି ଚାଇନା ରାଷ୍ଟ୍ରଦୂତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri