Posted inଖେଳ

୮୯ ବର୍ଷ ପରେ ପ୍ରଥମଥର ପାଇଁ ଇତିହାସ ରଚିବାକୁ ଯାଉଛି ଭାରତ

ନୂଆଦିଲ୍ଲୀ,୧୮।୫: ଆସନ୍ତା ମାସରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ୟୁଟିସି) ଫାଇନାଲ ଅନୁଷ୍ଠିତ ହେବ। ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବା ମାତ୍ରେ ୮୯ ବର୍ଷର ଟେଷ୍ଟ ଇତିହାସରେ ଏହା ପ୍ରଥମ ଥର ହେବ, ଯେତେବେଳେ ଦଳ ଏକ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ ଖେଳିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ରୁ ଟେଷ୍ଟ ମାନ୍ୟତା ପାଇଥିବା ୧୨ଟି ଦେଶ ମଧ୍ୟରୁ କେବଳ ଦୁଇଟି ଦେଶ ଏପର୍ଯ୍ୟନ୍ତ ଏକ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ ଖେଳି ନାହାଁନ୍ତି। ଏଥିମଧ୍ୟରେ ଭାରତ ବ୍ୟତୀତ ବାଂଲାଦେଶ ଅନ୍ତର୍ଭୁକ୍ତ। ଭାରତ ଖୁବ ଶୀଘ୍ର ଏହି ତାଲିକାରେ ଯୋଗ ଦେବ। ଡବ୍ୟୁଟିସି ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ଇଂଲଣ୍ଡର ସାଉଥମ୍ପଟନ୍‌ରେ ଖେଳାଯିବ, ଯାହା ଉଭୟ ଦେଶ ପାଇଁ ଏକ ନିରପେକ୍ଷ ସ୍ଥାନ।
ପାକିସ୍ତାନରେ ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଏକ ଦଶନ୍ଧିରୁ ଅଧିକ ସମୟ ଧରି ବିଦେଶୀ ଦଳ ସେଠାକୁ ଯାଇ ନ ଥିଲେ। ଏହି ସମୟରେ ପାକିସ୍ତାନ ୟୁଏଇ ଏବଂ ଶ୍ରୀଲଙ୍କାରେ ଘରୋଇ ମ୍ୟାଚ ଆୟୋଜନ କରିଥିଲା। ଇତି ମଧ୍ୟରେ, ଅଧିକାଂଶ ଦେଶ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଲେ। ଏଥିମଧ୍ୟରେ ନ୍ୟୁଜିଲାଣ୍ଡ ଅନ୍ତର୍ଭୁକ୍ତ। ଏହି ଦଳ ୧୦୧୪ରୁ ୨୦୧୮ପର୍ଯ୍ୟନ୍ତ ନିରପେକ୍ଷ ସ୍ଥାନରେ ୬ଟି ମ୍ୟାଚ ଖେଳିଛି, ସେଥିମଧ୍ୟରୁ ତିନୋଟି ଜିତି ଦୁଇଟିରେ ହାରିଛି। ୨୦୦୭ ପରଠାରୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କୌଣସି ଟେଷ୍ଟ ମ୍ୟାଚ ଖେଳାଯାଇ ନାହିଁ।
୧୯୯୯ରେ ନିରପେକ୍ଷ ସ୍ଥାନରେ ଭାରତ ଏକ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲା, କିନ୍ତୁ ଢାକାରେ ଖେଳାଯାଇଥିବା ଏସୀୟ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବାରେ ଭାରତୀୟ ଦଳ ବିଫଳ ହୋଇଥିଲା। ପାକିସ୍ତାନ ଏବଂ ଶ୍ରୀଲଙ୍କା ସେହି ଚାମ୍ପିଅନସିପ୍‌ର ଫାଇନାଲରେ ପ୍ରବେଶ କରିଥିଲେ ଏବଂ ପ୍ରଥମ ଥର ପାଇଁ ସେମାନେ ନିରପେକ୍ଷ ସ୍ଥାନରେ ଟେଷ୍ଟ ମ୍ୟାଚ ଖେଳିଥିଲେ।
ଉଲ୍ଲେଖଥାଉ କି, ନିରପେକ୍ଷ ସ୍ଥାନରେ ପ୍ରଥମ ଟେଷ୍ଟ ୧୦୯ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଞ୍ଚେଷ୍ଟରରେ ୨୭-୨୮ମେ ୧୯୧୨ରେ ଖେଳାଯାଇଥିଲା। ଏହି ମ୍ୟାଚ ଏକ ଟ୍ରାଇ-ଟେଷ୍ଟ ସିରିଜର ଏକ ଅଂଶ ଥିଲା। ଯେଉଁଥିରେ ଆୟୋଜକ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ଅଂଶଗ୍ରହଣ କରିଥିଲେ। ଦୁଇ ଦିନ ମଧ୍ୟରେ ଅଷ୍ଟ୍ରେଲିଆ ଏକ ଇନିଂସ ଏବଂ ୮୮ ରନରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri