ଏହି ଜିନିଷ ପାଇଁ ପାକିସ୍ତାନ ଉପରେ ଅଧିକରୁ ଅଧିକ ନିର୍ଭର କରେ ଭାରତ, ପାକିସ୍ତାନରେ ମାତ୍ର ୨-୩ ଟଙ୍କା ପ୍ରତି କିଲୋ, ହେଲେ ଭାରତରେ…

ନୂଆଦିଲ୍ଲୀ, ୨।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁ ବର୍ଷ ଧରି ଉତ୍ତେଜନାପୂର୍ଣ୍ଣ ରହିଆସିଛି। ପାକିସ୍ତାନରେ ଆତଙ୍କବାଦର ବିରୋଧରେ ଭାରତ ସର୍ବଦା ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି। ନିକଟରେ ପହଲଗାମ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ଜୋର ଧରିଛି। ଭାରତ ପାକିସ୍ତାନକୁ ସବୁଆଡୁ ବ୍ୟାନ କରିବା ବନ୍ଦ କରିଛି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଆକାଶପଥ ଯାଏ। ଏଥିସହ ସମ୍ପୂର୍ଣ୍ଣ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବାକୁ ମଧ୍ୟ କଡ଼ା ନିଷ୍ପତ୍ତି ନିଆଯାଉଛି। କିନ୍ତୁ ଆପଣ ଜାଣନ୍ତି କି, ପାକିସ୍ତାନରେ ଏପରି ଏକ ଜିନିଷ ଅଛି ଯାହା ଉପରେ ଭାରତ ବହୁତ ନିର୍ଭରଶୀଳ। ଏହି ଜିନିଷ ପାକ୍‌ରେ ୨-୩ଟଙ୍କାରେ ମିଳୁଥିବେଳେ ଭାରତରେ ଏହା ଅଧିକ ଟଙ୍କା ଦେଇଥାଏ।

ପାକିସ୍ତାନ ହେଉଛି ବିଶ୍ୱର ଏକ ପ୍ରମୁଖ ଦେଶ ଯେଉଁଠାରେ ସୈନ୍ଧବ ଲୁଣ ପ୍ରଚୁର ପରିମାଣରେ ମିଳେ। ଭାରତ ଏହି ଲୁଣର ସବୁଠାରୁ ବଡ଼ ଆମଦାନୀ ପାକିସ୍ତାନରୁ କରେ। ଯଦିଓ ଗତ କିଛି ବର୍ଷ ମଧ୍ୟରେ ଭାରତ ଅନ୍ୟ ଦେଶମାନଙ୍କଠାରୁ ମଧ୍ୟ ସୈନ୍ଧବ ଲୁଣ ଆମଦାନୀ ଆରମ୍ଭ କରିଛି, ତଥାପି ପାକିସ୍ତାନ ଏହାର ପ୍ରମୁଖ ଉତ୍ସ ହିସାବରେ ରହିଛି।

ପାକିସ୍ତାନରେ ସୈନ୍ଧବ ଲୁଣର ମୂଲ୍ୟ ଅତ୍ୟନ୍ତ କମ। ସେଠାରେ ଏକ କିଲୋଗ୍ରାମ ଲୁଣର ଦାମ ମାତ୍ର ୨ ରୁ ୩ ଟଙ୍କା। କିନ୍ତୁ ଭାରତରେ ଏହାର ମୂଲ୍ୟ ୫୦ ରୁ ୬୦ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ହୋଇଥାଏ। ଏହି ମୂଲ୍ୟ ତାରତମ୍ୟ ଆମଦାନୀ ଖର୍ଚ୍ଚ, ପରିବହନ ଓ ବଜାର ଚାହିଦା ଉପରେ ର୍ନିଭର କରେ।

ଭାରତରେ ସୈନ୍ଧବ ଲୁଣର ବ୍ୟବହାର ବିଶେଷ କରି ଉପବାସ ଓ ଧାର୍ମିକ ଅନୁଷ୍ଠାନ ସମୟରେ ଅଧିକ ହୋଇଥାଏ। ଉପବାସ ସମୟରେ ଲୋକମାନେ ଆୟୋଡିନ ଯୁକ୍ତ ଲୁଣ ବଦଳରେ ସୈନ୍ଧବ ଲୁଣରେ ତିଆରି ଖାଦ୍ୟ ଖାଇଥାନ୍ତି। ଏହା ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ସୈନ୍ଧବ ଲୁଣ ବ୍ୟତୀତ ଭାରତ ପାକିସ୍ତାନରୁ ଶୁଷ୍କ ଫଳ, ଚମଡା ଜାତୀୟ ସାମଗ୍ରୀ, ମୁଲତାନୀ ମାଟି, ସଲଫର, ତମ୍ବା, ଫଳ, ପ୍ଲାଷ୍ଟିକ ସାମଗ୍ରୀ, ପଶମ, ଚୂନାପଥର, ଷ୍ଟିଲ ଓ ସିମେଣ୍ଟ ଆଦି ମଧ୍ୟ ଆମଦାନୀ କରେ। ତେବେ, ଏହି ସମସ୍ତ ମଧ୍ୟରେ ସୈନ୍ଧବ ଲୁଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦିଓ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଓ ବାଣିଜ୍ୟିକ ସମ୍ପର୍କ ଜଟିଳ ରହିଛି, ତଥାପି ସୈନ୍ଧବ ଲୁଣ ଭଳି ଏକ ଛୋଟ ଜିନିଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଛି। ଭାରତ ଅନ୍ୟ ଦେଶମାନଙ୍କଠାରୁ ମଧ୍ୟ ଏହି ଲୁଣ ଆମଦାନୀ କରୁଥିବାରୁ ପାକିସ୍ତାନ ଉପରେ ର୍ନିଭରତା କିଛି ହ୍ରାସ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri