ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୭।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବର୍ଷେ ହେଲା ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର ଆହ୍ବାନରେ ସୋମବାର ସାରା ଭାରତ ବନ୍ଦ ରହିବ। ବିବାଦୀୟ କୃଷି ଆଇନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ପ୍ରଦାନ କରିବା ସୋମବାର ବର୍ଷେ ପୂରୁଥିବାରୁ ଏହି ଦିନ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ଏହି ସମୟରେ ସମସ୍ତ ସରକାରୀ, ଘରୋଇ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ, ଦୋକାନ ବଜାର, ଶିଳ୍ପସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ। ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ସମେତ ଜରୁରୀ ସେବାଗୁଡ଼ିକ ପ୍ରଭାବିତ ହେବନାହିଁ।
ଭାରତ ବନ୍ଦ ଡାକରାକୁ ଓଡ଼ିଶାରେ କଂଗ୍ରେସ ସମେତ ୭ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ପାଳନ ସମୟରେ ଏହି ରାଜନୈତିକ ଦଳଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରିବେ। ଅପରପକ୍ଷରେ ବନ୍ଦ ଡାକରାକୁ ନଜରରେ ରଖି ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ସୋମବାର ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରଖାଯାଇଛି। କଂଗ୍ରେସ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନଠାରେ ବନ୍ଦ ପାଳନ କରିବାକୁ ଯୋଜନା ରଖିଥିବାବେଳେ ସବୁ ଜିଲା ସଭାପତି ଏହାକୁ ଠିକ୍‌ରେ ପାଳିବା ଲାଗି ସେମାନଙ୍କୁ ମଧ୍ୟ ଚିଠି କରାଯାଇଛି। ବିଭିନ୍ନ ସାମାଜିକ ସଂଗଠନ ଏବଂ ରାଜନୈତିକ ଦଳ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ବିରୋଧୀ ଦଳ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି, ଓ୍ବାଇଏସ୍‌ଆର୍‌ସି, ଡିଏମ୍‌କେ, ତେଲୁଗୁ ଦେଶମ୍‌ ପାର୍ଟି, ବାମଦଳ, ବିଏସ୍‌ପି, ଆର୍‌ଜେଡି ପ୍ରମୁଖ ବନ୍ଦକୁ ସମର୍ଥନ ଜଣାଇଛନ୍ତି। କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ସରକାର ଦେଶବ୍ୟାପୀ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ୨୬ ମଧ୍ୟରାତ୍ରରୁ ୨୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଏପିଏସ୍‌ଆର୍‌ଟିସି ବସ୍‌ ଚଳାଚଳ ବନ୍ଦ ରଖିବାକୁ ଆନ୍ଧ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ଏବଂ ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ବନ୍ଦରେ ସାମିଲ ହେବାକୁ ଘୋଷଣା କରିଛନ୍ତି। ଏହାବ୍ୟତୀତ ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର ମହାସଂଘ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଛି। ସରକାର ଚାଷୀମାନଙ୍କ ସହ ଆଲୋଚନା କରି କୃଷି ଆଇନକୁ ନେଇ ସୃଷ୍ଟ ଅଚଳାବସ୍ଥା ଦୂର କରିବା ପାଇଁ ମହାସଂଘ ପରାମର୍ଶ ଦେଇଛି। ବନ୍ଦ ପାଳନକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଆନ୍ଦୋଳନସ୍ଥଳରୁ କୌଣସି ବିକ୍ଷୋଭକାରୀ ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ କହିଛି।
ଅନ୍ୟପକ୍ଷରେ ବନ୍ଦକୁ ନେଇ ବାଣିଜ୍ୟ, କ୍ଷୁଦ୍ର ଶିଳ୍ପସଂସ୍ଥା, ଦୋକାନୀମାନଙ୍କର କିଛି କରିବାର ନାହଁି ବୋଲି ଭାରତୀୟ ଉଦ୍ୟୋଗ ବ୍ୟାପାର ମଣ୍ଡଳ କହିଛି। ମୁଷ୍ଟିମେୟ ତଥାକଥିତ ଚାଷୀଙ୍କ ଦ୍ୱାରା ବନ୍ଦ ଡାକରା ଦିଆଯାଇଛି। ରାଜନୈତିକ ଫାଇଦା ହାସଲ ଲାଗି ବନ୍ଦ୍‌କୁ ବିରୋଧୀ ଦଳଗୁଡ଼ିକ ପଛରୁ ଭର୍ଚୁଆଲି ପ୍ରାୟୋଜିତ କରୁଛନ୍ତି ବୋଲି ଭାରତୀୟ ଉଦ୍ୟୋଗ ବ୍ୟାପାର ମଣ୍ଡଳ ରାଷ୍ଟ୍ରୀୟ ସଭାପତି ରବିକାନ୍ତ ଗର୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri