Categories: ଖେଳ

ଫାଇନାଲରେ ଭାରତ

ବଫାଲୋ ପାର୍କ, ୩୧ା୧ (ଏପି): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ କ୍ରିକେଟ ସିରିଜ୍‌ ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଓ୍ବେଷ୍ଟଇଣ୍ଡିଜକୁ ଭାରତ ୮ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟରେ ୯୪ ରନ୍‌ କରିଥିବା ବେଳେ ଭାରତ ୧୩.୫ ଓଭରରେ ଦୁଇ ଉଇକେଟ ହରାଇ ବିଜୟୀ ହୋଇଥିଲା। ଦୀପ୍ତି ଶର୍ମା ୧୧ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ହିଲି ମାଥ୍ୟୁସ ୩୪ ରନ୍‌ କରିଥିଲେ। ୯୫ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ପକ୍ଷରୁ ଜେମାଇମା ରୋଡ୍ରିଗ୍ବେଜ୍‌ ୪୨* ଓ ହରମନ୍‌ପ୍ରୀତ୍‌ କୌର ୩୨* ରନ୍‌ କରି ଦଳକୁ ବିଜୟୀ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୯୪/୬(ହେଲି ମାଥ୍ୟୁସ୍‌-୩୪, ଜାଇଦା ଜେମ୍ସ-୨୧, ଶାବିକା ଗଜନବି-୧୨, ଦୀପ୍ତି ଶର୍ମା-୩/୧୧, ପୂଜା ବସ୍ତ୍ରକାର-୨/୧୯, ରାଜେଶ୍ୱରୀ ଗାଏକ୍ୱାଡ-୧/୯)
ଭାରତ ୧୩.୫ ଓଭରରେ ୯୫/୨ (ଜେମାଇମା ରୋଡ୍ରିଗ୍ବେଜ୍‌-୪୨*, ହରମନ୍‌ପ୍ରୀତ୍‌ କୌର-୩୨*, ହରଲିନ୍‌ ଦେଓଲ-୧୩, ଶମିଲା କନେଲ୍‌-୧/୧୭, ହେଲି ମାଥ୍ୟୁସ୍‌-୧/୭)।

Share