ବିଶ୍ୱ ଦୃଷ୍ଟିରେ ଭାରତ

ଆକାର ପଟେଲ

କେଉଁ ପ୍ରକାର ଭାରତରେ ଏବକାର ପିଢି ବଢୁଛନ୍ତି ଏବଂ ସେମାନେ ଆଗକୁ କେମିତି ଓ କାହା ମାଧ୍ୟମରେ ବଞ୍ଚିବେ? ମୋ ବୟସ ୫୦ ଟପିଗଲାଣି ଓ ସୁସ୍ଥ ଅଛି। ମୋ ଭାଗ୍ୟ ବି ଟାଣ ଓ ମୁଁ ଆଉ ୨୦ ବର୍ଷ ନିଶ୍ଚିତ ବଞ୍ଚିବି। କିନ୍ତୁ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ମୋର ଶ୍ରେଷ୍ଠ ବର୍ଷଗୁଡ଼ିକ ମୋ ପଛରେ ରହିଗଲାଣି। ଏବେ ଆମ ଦେଶର ଭବିଷ୍ୟତ ଆଜିର ପିଲା ଓ ଯୁବକଙ୍କ ହାତରେ। ସେମାନଙ୍କ ପାଇଁ ଦେଶର ଷ୍ଟୋର୍‌ରେ କ’ଣ ଗଚ୍ଛିତ ରହିଛିି? ଆଗକୁ ପ୍ରକାଶ ପାଇବାକୁ ଥିବା ମୋ ବହି ପାଇଁ ଗତ ୭ ବର୍ଷର ସମ୍ପୂର୍ଣ୍ଣ ଖବର ଓ ତଥ୍ୟ ଖୋଜିବା ଭିତରେ ମୁଁ ସେମାନଙ୍କ ଭବିଷ୍ୟତକୁ କିଛି ମାତ୍ରାରେ ଦେଖିପାରିଛି ଏବଂ ଷ୍ଟୋରରେ କ’ଣ ଗଚ୍ଛିତ ରହିଛି ତାହା ଜାଣିପାରିଛି। ମୁଁ ଯେତେବେଳେ ଜବ୍‌ ମାର୍କେଟ ବା ନିଯୁକ୍ତି ବଜାରକୁ ଆସୁଥିଲି ସେତେବେଳେ ଯାହା ଥିଲା ଆର୍ଥିକ ଦୃଷ୍ଟିକୋଣରୁ ତାହା ଆଗକୁ ଭିନ୍ନ ରହିବ। ମୋତେ ୨୧ ବର୍ଷ ହୋଇଥିଲାବେଳେ ଭାରତ ଉଦାର ଅର୍ଥନୀତି ଆପଣାଇଥିଲା। ଏହାର କିଛି ବର୍ଷ ପରେ ସହରରେ ବିପୁଳ ନିଯୁକ୍ତି ବଜାର ସୃଷ୍ଟି ହୋଇଥିଲା। ଏପରି କି ବିଶେଷ ଦକ୍ଷତା ନ ଥାଇ କେବଳ ଇଂଲିଶ ଜ୍ଞାନ ଥିବା ତଥା ସାଧାରଣ କଲେଜ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତି ଭଲ ଚାକିରିଟିଏି ପାଇପାରୁଥିଲା। ଉଚ୍ଚମାନର ସ୍କୁଲ ଶିକ୍ଷା ମିଳୁଥିବା ମଧ୍ୟବିତ୍ତ ବର୍ଗ ଏଥିତ୍ରେ ବେଶି ଲାଭନ୍ବିତ ହେଉଥିଲେ। କିନ୍ତୁ କାର୍ଯ୍ୟ ଦୃଷ୍ଟିରୁ ସେମାନଙ୍କ ପାଇଁ ଅଧିକ ବିକଳ୍ପ ନ ଥିଲା(ଯେଉଁଥିପାଇଁ ଏବେ ଅଭିଭାବକମାନେ ବିଶେଷ ଶିକ୍ଷା ଉପରେ ଜୋର ଦେଇ ପିିଲାମାନଙ୍କୁ ଡାକ୍ତର ଓ ଇଞ୍ଜିନିୟର ହେବାକୁ କହୁଛନ୍ତି)। ଏପରିକି ଜଣେ ବିଏ କିମ୍ବା ବି.କମ୍‌ ଡିଗ୍ରୀ ହାସଲ କରିଥିବା ମହିଳା କିମ୍ବା ପୁରୁଷଙ୍କୁ ଉଚ୍ଚ ଶ୍ରେଶୀର ଜୀବନଶୈଳୀ ମିଳିବା ସମ୍ଭବ ହେଉଥିଲା। ଅବଶ୍ୟ ସଂଖ୍ୟାଧିକ ଭାରତୀୟ ଏଥିରେ ଉପକୃତ ହୋଇ ନ ଥିଲେ। କାରଣ, ସେମାନେ ବଡ଼ ସହରରେ ପହଞ୍ଚି ପାରୁ ନ ଥିଲେ କି ଉଚିତ ଶିକ୍ଷା ପାଇପାରୁ ନ ଥିଲେ। କିନ୍ତୁ ସେମାନଙ୍କର ଆଶା ରହିଥିଲା । ଶିକ୍ଷା ପାଇଁ ହଜାର ହଜାର ଘରୋଇ ଶିକ୍ଷାନୁଷ୍ଠାନ ସହରଗୁଡ଼ିକରେ ସେମାନଙ୍କର ଶାଖା ମେଲାଇ ଚାଲିଲେ। ହେଲେ ଏହି ସମୟ ଏବେ ଶେଷ ହୋଇଯାଇଛି। ଭାରତର ସହରି ନିଯୁକ୍ତି ବା ରୋଜଗାର ସବୁଠୁ ଉଚ୍ଚରେ ରହିଥିଲେ ବି ଭାରତୀୟ ଶ୍ରମ ଶକ୍ତିର ଯୋଗଦାନ ସବୁଠୁ କମ୍‌ ରହିଛି। ଏଥିରୁ ସୂଚନା ମିଳୁଛି ଯେ, କାର୍ଯ୍ୟ କରିବାର ବୟସ (୧୫ ବର୍ଷ ବୟସରୁ ଊର୍ଦ୍ଧ୍ୱ)ର କୋଟି କୋଟି ଭାରତୀୟ ଚାକିରି ପାଇବା ଆଶା ଛାଡ଼ି ଦେଇଛନ୍ତି। ଏପରି କି ମହାମାରୀ ପୂର୍ବରୁ ଏହି ପରିସ୍ଥିତି ଥିତ୍ଲା ଏବଂ ୩ ବର୍ଷ ହେବ ଏହା ଗଡ଼ି ଚାଲିଛି। ସମୟକ୍ରମେ କାମ ବା ରୋଜଗାର ଅଭାବରୁ ନୈରାଶ୍ୟ ଦେଖାଦେବ ଏବଂ ବହୁ ପରିଣାମ ସାମ୍‌ନାକୁ ଆସିବ। ଅରାଜକତା ଏବଂ ଅପରାଧ ବଢିଯିବ। ବାଣିଜ୍ୟ ଏବଂ ନିଯୁକ୍ତି ଦୃଷ୍ଟିକୋଣରୁ ଦୀର୍ଘମିଆଦୀ ବୈଶ୍ୱିକ ଧାରା ନକାରାମତ୍କ ରହିଛି। ଏଣୁ ଅତୀତରେ ଆମେ ଯେମିତି ଉପକୃୃତ ହୋଇଥିତ୍ଲୁ ଏବକାର ଯୁବପିଢି ଭବିଷ୍ୟତରେ ସେମିତି ଆଶା କରିବାର ସମ୍ଭାବନା ନାହିଁ।
ମୋ ଜାଣିବାରେ ଯେଉଁ ଭାରତୀୟ ସାମାଜିକ ବ୍ୟବସ୍ଥାରେ ମୁଁ ବଢିଥିଲି ତାହା ମଧ୍ୟ ପରିବର୍ତ୍ତନ ହୋଇଯାଇଛି। ଭାରତ ତା’ର ଧର୍ମ ନିରପେକ୍ଷତାର ବାସ୍ତବତାକୁ ସ୍ବୀକାର କରିବାରେ ସବୁବେଳେ ସମସ୍ୟା ରହିଆସିଛିି। ଏହାଯୋଗୁ ସାମ୍ପ୍ରଦାୟିକ ହିଂସା ଘଟିି ଚାଲିଛିି। ୧୯୮୦ ଏବଂ ୯୦ ଦଶକ ହିଂସାରୁ ଏହାର ପ୍ରମାଣ ମିଳିଛି। ତେବେ ଏହି ସାମ୍ପ୍ରଦାୟିକ ଶକ୍ତି ବା ଆବେଗକୁ କମ୍‌ କରିବାରେ ସେତେବେଳେ ସରକାରଙ୍କ ଉଦ୍ୟମ ଦୁର୍ବଳ ହୋଇଥାଇପାରେ, କିନ୍ତୁ ସରକାର ସକ୍ରିୟ ଭାବେ ଏହାକୁ ଉସୁକାଇ ନ ଥିଲେ, ଯେମିତି ୨୦୧୪ ପରେ ଘଟିଚାଲିଛିି। ଦେଶ ଭିତରେ ଏବଂ ବାହାରେ ଏହାର ପ୍ରଭାବ ଦେଖିତ୍ବାକୁ ମିଳିଛି। ଭାରତରେ ଆମ ରାଜନୀତି ଅନ୍ଧକାରମୟ ହୋଇଯାଇଛି। ନିର୍ବାଚନ ପ୍ରଚାର ପ୍ରଭାବଶାଳୀ ପାର୍ଟି ଦ୍ୱାରା ହେଉଛି ଏବଂ ସକ୍ର୍ରିୟ ଭାବେ ମୁସଲମାନଙ୍କୁ ଟାର୍ଗେଟ କରାଯାଉଛି। ଏହାଦ୍ୱାରା ଭାରତର ସାମାଜିକ ବ୍ୟବସ୍ଥା ନଷ୍ଟ ହେବା ସହ ଆମ ପଡ଼ୋଶୀରେ ହିଂସା ସୃଷ୍ଟି କରୁଛି। ଏଠାରେ ଏକ ଉଦାହରଣ ଦିଆଯାଇପାରେ। ୨୦୧୫ ପୂର୍ବରୁ ବିଫ୍‌ ଲିଂଚିଙ୍ଗ ନ ଥିଲା ଓ ପରେ ତାକୁ ନୂଆ ହିଂସା ଭାବେ ଆରମ୍ଭ କରିଛୁ।
ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ଓ ଏହା ଦ୍ୱାରା ଜନସଂଖ୍ୟାର ଏକ ସିଂହଭାଗ ପ୍ରଭାବିତ ହେବେ। କିନ୍ତୁ ସେ ସମ୍ପର୍କରେ ଆଲୋଚନା କରିବାର ସରକାରଙ୍କ ମନୋବୃତ୍ତି ନାହିଁ। ଆମ ହିଂସା ପ୍ରୀତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ୧୪ ଏପ୍ରିଲରେ ୟୁରୋପିଆନ ପାର୍ଲାମେଣ୍ଟରେ ପ୍ରକାଶ କରାଯାଇଛି ଯେ, ପାର୍ଲାମେଣ୍ଟର ସଦସ୍ୟମାନେ ଜାତିସଂଘ ହାଇ କମିଶନ ଫର୍‌ ହ୍ୟୁମାନ ରାଇଟସ୍‌ ଏବଂ ଜାତିସଂଘର ଅନେକ ରାଷ୍ଟ୍ରଦୂତମାନଙ୍କ ମନ୍ତବ୍ୟକୁ ବାରମ୍ବାର ଦର୍ଶାଇ ଭାରତରେ ମାନବ ଅଧିକାରର ଅଧୋପତନ ଘଟୁଛି ବୋଲି ଚିନ୍ତା ପ୍ରକଟ କରିଛନ୍ତି। ଏହା ସହ ଦେଶରେ ମାନବ ଅଧିତ୍କାରର ରକ୍ଷକ ଏବଂ ସାମ୍ବାଦିକମାନେ କାର୍ଯ୍ୟ କରିବା ପାଇଁ ସୁରକ୍ଷିତ ପରିବେଶ ପାଉ ନ ଥିବା ରିପୋର୍ଟରେ ପ୍ରକାଶ କରିଛି। ଏହି ରିପୋର୍ଟ ମଧ୍ୟ ଭାରତୀୟ ନାଗରିକତ୍ୱ ସଂଶୋଧନ ଆଇନ ଉପରେ ସତର୍କ କରିଦେଇଛି। ୟୁନାଇଟେଡ ନେଶନ୍ସ ହାଇ କମିଶନର ଫର୍‌ ହ୍ୟୁମାନ ରାଇଟ୍‌ସ ଅନୁଯାୟୀ ମୁସଲମାନଙ୍କ ବିରୋଧରେ ଏହି ଆଇନ ମୌଳିକ ଭାବେ ଭେଦଭାବପୂର୍ଣ୍ଣ ଏବଂ ଏକ ବିପଜ୍ଜନକ ବିଭାଜକ। ଏଭଳି ବିଷୟ ପାର୍ଲାମେଣ୍ଟରେ ୬୧ ଭୋଟରେ ଅନୁମୋଦନ ଲାଭ କରିଥିବାବେଳେ ୬ଟି ଭୋଟ ଏହା ବିରୋଧରେ ମିଳିଛି। ଏହାକୁ ବନ୍ଦ କିମ୍ବା ସମାଲୋଚନାକୁ ହାଲୁକା କରିବା ପାଇଁ ଭାରତର ଚେଷ୍ଟା ବିଫଳ ହେଲା। ଭାରତ ସରକାର ଚଳିତବର୍ଷର ଅନେକ ରିପୋର୍ଟ ଭଳି ଏହାକୁ ମଧ୍ୟ ସରକାର ଉପେକ୍ଷା କରିବେ। କିନ୍ତୁ ଏହାର ପରିଣାମ ନିଶ୍ଚିତ ପ୍ରକାଶ ପାଇବ। ବିଭାଜନ ଓ ଭେଦଭାବ ଉପରେ କ’ଣ କରୁଛ ତାହା ବିଶ୍ୱ ଦେଖୁଥିବାବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଚାହଁୁଥିବା ପଦ ତୁମେ ଆଶା କରିପାରିବ ନାହିଁ। ଯେଉଁମାନେ ଏବେ ଭାରତ ଉପରେ ଅନୁଧ୍ୟାନ କରୁଛନ୍ତି ସେମାନଙ୍କ ଦୃଷ୍ଟିକୋଣ ଏବେ ପରିବର୍ତ୍ତନ ହୋଇଯାଇଛି। ଏହା ମଧ୍ୟ ଖୁବ୍‌ଶୀଘ୍ର ସାରା ବିଶ୍ୱର ଦୃଷ୍ଟିକୋଣ ବଦଳାଇଦେବ। ଜଣେ ଭାରତୀୟ ଭାବେ ଏହାକୁ ରେକର୍ଡ କରିବା ନୈରାଶ୍ୟଜନକ, କିନ୍ତୁ ଜଣେ ଯାହା ପାଇଛି ତାହାକୁ କେହି ଅଣଦେଖା ବା ଦୂରେଇ ଦେଇପାରିବେ ନାହିଁ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri