ବିଶ୍ୱ ଦୃଷ୍ଟିରେ ଭାରତ

ଆକାର ପଟେଲ

କେଉଁ ପ୍ରକାର ଭାରତରେ ଏବକାର ପିଢି ବଢୁଛନ୍ତି ଏବଂ ସେମାନେ ଆଗକୁ କେମିତି ଓ କାହା ମାଧ୍ୟମରେ ବଞ୍ଚିବେ? ମୋ ବୟସ ୫୦ ଟପିଗଲାଣି ଓ ସୁସ୍ଥ ଅଛି। ମୋ ଭାଗ୍ୟ ବି ଟାଣ ଓ ମୁଁ ଆଉ ୨୦ ବର୍ଷ ନିଶ୍ଚିତ ବଞ୍ଚିବି। କିନ୍ତୁ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ମୋର ଶ୍ରେଷ୍ଠ ବର୍ଷଗୁଡ଼ିକ ମୋ ପଛରେ ରହିଗଲାଣି। ଏବେ ଆମ ଦେଶର ଭବିଷ୍ୟତ ଆଜିର ପିଲା ଓ ଯୁବକଙ୍କ ହାତରେ। ସେମାନଙ୍କ ପାଇଁ ଦେଶର ଷ୍ଟୋର୍‌ରେ କ’ଣ ଗଚ୍ଛିତ ରହିଛିି? ଆଗକୁ ପ୍ରକାଶ ପାଇବାକୁ ଥିବା ମୋ ବହି ପାଇଁ ଗତ ୭ ବର୍ଷର ସମ୍ପୂର୍ଣ୍ଣ ଖବର ଓ ତଥ୍ୟ ଖୋଜିବା ଭିତରେ ମୁଁ ସେମାନଙ୍କ ଭବିଷ୍ୟତକୁ କିଛି ମାତ୍ରାରେ ଦେଖିପାରିଛି ଏବଂ ଷ୍ଟୋରରେ କ’ଣ ଗଚ୍ଛିତ ରହିଛି ତାହା ଜାଣିପାରିଛି। ମୁଁ ଯେତେବେଳେ ଜବ୍‌ ମାର୍କେଟ ବା ନିଯୁକ୍ତି ବଜାରକୁ ଆସୁଥିଲି ସେତେବେଳେ ଯାହା ଥିଲା ଆର୍ଥିକ ଦୃଷ୍ଟିକୋଣରୁ ତାହା ଆଗକୁ ଭିନ୍ନ ରହିବ। ମୋତେ ୨୧ ବର୍ଷ ହୋଇଥିଲାବେଳେ ଭାରତ ଉଦାର ଅର୍ଥନୀତି ଆପଣାଇଥିଲା। ଏହାର କିଛି ବର୍ଷ ପରେ ସହରରେ ବିପୁଳ ନିଯୁକ୍ତି ବଜାର ସୃଷ୍ଟି ହୋଇଥିଲା। ଏପରି କି ବିଶେଷ ଦକ୍ଷତା ନ ଥାଇ କେବଳ ଇଂଲିଶ ଜ୍ଞାନ ଥିବା ତଥା ସାଧାରଣ କଲେଜ ଡିଗ୍ରୀ ହାସଲ କରିଥିବା ବ୍ୟକ୍ତି ଭଲ ଚାକିରିଟିଏି ପାଇପାରୁଥିଲା। ଉଚ୍ଚମାନର ସ୍କୁଲ ଶିକ୍ଷା ମିଳୁଥିବା ମଧ୍ୟବିତ୍ତ ବର୍ଗ ଏଥିତ୍ରେ ବେଶି ଲାଭନ୍ବିତ ହେଉଥିଲେ। କିନ୍ତୁ କାର୍ଯ୍ୟ ଦୃଷ୍ଟିରୁ ସେମାନଙ୍କ ପାଇଁ ଅଧିକ ବିକଳ୍ପ ନ ଥିଲା(ଯେଉଁଥିପାଇଁ ଏବେ ଅଭିଭାବକମାନେ ବିଶେଷ ଶିକ୍ଷା ଉପରେ ଜୋର ଦେଇ ପିିଲାମାନଙ୍କୁ ଡାକ୍ତର ଓ ଇଞ୍ଜିନିୟର ହେବାକୁ କହୁଛନ୍ତି)। ଏପରିକି ଜଣେ ବିଏ କିମ୍ବା ବି.କମ୍‌ ଡିଗ୍ରୀ ହାସଲ କରିଥିବା ମହିଳା କିମ୍ବା ପୁରୁଷଙ୍କୁ ଉଚ୍ଚ ଶ୍ରେଶୀର ଜୀବନଶୈଳୀ ମିଳିବା ସମ୍ଭବ ହେଉଥିଲା। ଅବଶ୍ୟ ସଂଖ୍ୟାଧିକ ଭାରତୀୟ ଏଥିରେ ଉପକୃତ ହୋଇ ନ ଥିଲେ। କାରଣ, ସେମାନେ ବଡ଼ ସହରରେ ପହଞ୍ଚି ପାରୁ ନ ଥିଲେ କି ଉଚିତ ଶିକ୍ଷା ପାଇପାରୁ ନ ଥିଲେ। କିନ୍ତୁ ସେମାନଙ୍କର ଆଶା ରହିଥିଲା । ଶିକ୍ଷା ପାଇଁ ହଜାର ହଜାର ଘରୋଇ ଶିକ୍ଷାନୁଷ୍ଠାନ ସହରଗୁଡ଼ିକରେ ସେମାନଙ୍କର ଶାଖା ମେଲାଇ ଚାଲିଲେ। ହେଲେ ଏହି ସମୟ ଏବେ ଶେଷ ହୋଇଯାଇଛି। ଭାରତର ସହରି ନିଯୁକ୍ତି ବା ରୋଜଗାର ସବୁଠୁ ଉଚ୍ଚରେ ରହିଥିଲେ ବି ଭାରତୀୟ ଶ୍ରମ ଶକ୍ତିର ଯୋଗଦାନ ସବୁଠୁ କମ୍‌ ରହିଛି। ଏଥିରୁ ସୂଚନା ମିଳୁଛି ଯେ, କାର୍ଯ୍ୟ କରିବାର ବୟସ (୧୫ ବର୍ଷ ବୟସରୁ ଊର୍ଦ୍ଧ୍ୱ)ର କୋଟି କୋଟି ଭାରତୀୟ ଚାକିରି ପାଇବା ଆଶା ଛାଡ଼ି ଦେଇଛନ୍ତି। ଏପରି କି ମହାମାରୀ ପୂର୍ବରୁ ଏହି ପରିସ୍ଥିତି ଥିତ୍ଲା ଏବଂ ୩ ବର୍ଷ ହେବ ଏହା ଗଡ଼ି ଚାଲିଛି। ସମୟକ୍ରମେ କାମ ବା ରୋଜଗାର ଅଭାବରୁ ନୈରାଶ୍ୟ ଦେଖାଦେବ ଏବଂ ବହୁ ପରିଣାମ ସାମ୍‌ନାକୁ ଆସିବ। ଅରାଜକତା ଏବଂ ଅପରାଧ ବଢିଯିବ। ବାଣିଜ୍ୟ ଏବଂ ନିଯୁକ୍ତି ଦୃଷ୍ଟିକୋଣରୁ ଦୀର୍ଘମିଆଦୀ ବୈଶ୍ୱିକ ଧାରା ନକାରାମତ୍କ ରହିଛି। ଏଣୁ ଅତୀତରେ ଆମେ ଯେମିତି ଉପକୃୃତ ହୋଇଥିତ୍ଲୁ ଏବକାର ଯୁବପିଢି ଭବିଷ୍ୟତରେ ସେମିତି ଆଶା କରିବାର ସମ୍ଭାବନା ନାହିଁ।
ମୋ ଜାଣିବାରେ ଯେଉଁ ଭାରତୀୟ ସାମାଜିକ ବ୍ୟବସ୍ଥାରେ ମୁଁ ବଢିଥିଲି ତାହା ମଧ୍ୟ ପରିବର୍ତ୍ତନ ହୋଇଯାଇଛି। ଭାରତ ତା’ର ଧର୍ମ ନିରପେକ୍ଷତାର ବାସ୍ତବତାକୁ ସ୍ବୀକାର କରିବାରେ ସବୁବେଳେ ସମସ୍ୟା ରହିଆସିଛିି। ଏହାଯୋଗୁ ସାମ୍ପ୍ରଦାୟିକ ହିଂସା ଘଟିି ଚାଲିଛିି। ୧୯୮୦ ଏବଂ ୯୦ ଦଶକ ହିଂସାରୁ ଏହାର ପ୍ରମାଣ ମିଳିଛି। ତେବେ ଏହି ସାମ୍ପ୍ରଦାୟିକ ଶକ୍ତି ବା ଆବେଗକୁ କମ୍‌ କରିବାରେ ସେତେବେଳେ ସରକାରଙ୍କ ଉଦ୍ୟମ ଦୁର୍ବଳ ହୋଇଥାଇପାରେ, କିନ୍ତୁ ସରକାର ସକ୍ରିୟ ଭାବେ ଏହାକୁ ଉସୁକାଇ ନ ଥିଲେ, ଯେମିତି ୨୦୧୪ ପରେ ଘଟିଚାଲିଛିି। ଦେଶ ଭିତରେ ଏବଂ ବାହାରେ ଏହାର ପ୍ରଭାବ ଦେଖିତ୍ବାକୁ ମିଳିଛି। ଭାରତରେ ଆମ ରାଜନୀତି ଅନ୍ଧକାରମୟ ହୋଇଯାଇଛି। ନିର୍ବାଚନ ପ୍ରଚାର ପ୍ରଭାବଶାଳୀ ପାର୍ଟି ଦ୍ୱାରା ହେଉଛି ଏବଂ ସକ୍ର୍ରିୟ ଭାବେ ମୁସଲମାନଙ୍କୁ ଟାର୍ଗେଟ କରାଯାଉଛି। ଏହାଦ୍ୱାରା ଭାରତର ସାମାଜିକ ବ୍ୟବସ୍ଥା ନଷ୍ଟ ହେବା ସହ ଆମ ପଡ଼ୋଶୀରେ ହିଂସା ସୃଷ୍ଟି କରୁଛି। ଏଠାରେ ଏକ ଉଦାହରଣ ଦିଆଯାଇପାରେ। ୨୦୧୫ ପୂର୍ବରୁ ବିଫ୍‌ ଲିଂଚିଙ୍ଗ ନ ଥିଲା ଓ ପରେ ତାକୁ ନୂଆ ହିଂସା ଭାବେ ଆରମ୍ଭ କରିଛୁ।
ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ଓ ଏହା ଦ୍ୱାରା ଜନସଂଖ୍ୟାର ଏକ ସିଂହଭାଗ ପ୍ରଭାବିତ ହେବେ। କିନ୍ତୁ ସେ ସମ୍ପର୍କରେ ଆଲୋଚନା କରିବାର ସରକାରଙ୍କ ମନୋବୃତ୍ତି ନାହିଁ। ଆମ ହିଂସା ପ୍ରୀତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ୧୪ ଏପ୍ରିଲରେ ୟୁରୋପିଆନ ପାର୍ଲାମେଣ୍ଟରେ ପ୍ରକାଶ କରାଯାଇଛି ଯେ, ପାର୍ଲାମେଣ୍ଟର ସଦସ୍ୟମାନେ ଜାତିସଂଘ ହାଇ କମିଶନ ଫର୍‌ ହ୍ୟୁମାନ ରାଇଟସ୍‌ ଏବଂ ଜାତିସଂଘର ଅନେକ ରାଷ୍ଟ୍ରଦୂତମାନଙ୍କ ମନ୍ତବ୍ୟକୁ ବାରମ୍ବାର ଦର୍ଶାଇ ଭାରତରେ ମାନବ ଅଧିକାରର ଅଧୋପତନ ଘଟୁଛି ବୋଲି ଚିନ୍ତା ପ୍ରକଟ କରିଛନ୍ତି। ଏହା ସହ ଦେଶରେ ମାନବ ଅଧିତ୍କାରର ରକ୍ଷକ ଏବଂ ସାମ୍ବାଦିକମାନେ କାର୍ଯ୍ୟ କରିବା ପାଇଁ ସୁରକ୍ଷିତ ପରିବେଶ ପାଉ ନ ଥିବା ରିପୋର୍ଟରେ ପ୍ରକାଶ କରିଛି। ଏହି ରିପୋର୍ଟ ମଧ୍ୟ ଭାରତୀୟ ନାଗରିକତ୍ୱ ସଂଶୋଧନ ଆଇନ ଉପରେ ସତର୍କ କରିଦେଇଛି। ୟୁନାଇଟେଡ ନେଶନ୍ସ ହାଇ କମିଶନର ଫର୍‌ ହ୍ୟୁମାନ ରାଇଟ୍‌ସ ଅନୁଯାୟୀ ମୁସଲମାନଙ୍କ ବିରୋଧରେ ଏହି ଆଇନ ମୌଳିକ ଭାବେ ଭେଦଭାବପୂର୍ଣ୍ଣ ଏବଂ ଏକ ବିପଜ୍ଜନକ ବିଭାଜକ। ଏଭଳି ବିଷୟ ପାର୍ଲାମେଣ୍ଟରେ ୬୧ ଭୋଟରେ ଅନୁମୋଦନ ଲାଭ କରିଥିବାବେଳେ ୬ଟି ଭୋଟ ଏହା ବିରୋଧରେ ମିଳିଛି। ଏହାକୁ ବନ୍ଦ କିମ୍ବା ସମାଲୋଚନାକୁ ହାଲୁକା କରିବା ପାଇଁ ଭାରତର ଚେଷ୍ଟା ବିଫଳ ହେଲା। ଭାରତ ସରକାର ଚଳିତବର୍ଷର ଅନେକ ରିପୋର୍ଟ ଭଳି ଏହାକୁ ମଧ୍ୟ ସରକାର ଉପେକ୍ଷା କରିବେ। କିନ୍ତୁ ଏହାର ପରିଣାମ ନିଶ୍ଚିତ ପ୍ରକାଶ ପାଇବ। ବିଭାଜନ ଓ ଭେଦଭାବ ଉପରେ କ’ଣ କରୁଛ ତାହା ବିଶ୍ୱ ଦେଖୁଥିବାବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଚାହଁୁଥିବା ପଦ ତୁମେ ଆଶା କରିପାରିବ ନାହିଁ। ଯେଉଁମାନେ ଏବେ ଭାରତ ଉପରେ ଅନୁଧ୍ୟାନ କରୁଛନ୍ତି ସେମାନଙ୍କ ଦୃଷ୍ଟିକୋଣ ଏବେ ପରିବର୍ତ୍ତନ ହୋଇଯାଇଛି। ଏହା ମଧ୍ୟ ଖୁବ୍‌ଶୀଘ୍ର ସାରା ବିଶ୍ୱର ଦୃଷ୍ଟିକୋଣ ବଦଳାଇଦେବ। ଜଣେ ଭାରତୀୟ ଭାବେ ଏହାକୁ ରେକର୍ଡ କରିବା ନୈରାଶ୍ୟଜନକ, କିନ୍ତୁ ଜଣେ ଯାହା ପାଇଛି ତାହାକୁ କେହି ଅଣଦେଖା ବା ଦୂରେଇ ଦେଇପାରିବେ ନାହିଁ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri