ମ୍ୟାନମାରରେ ବନ୍ଦର ନିର୍ମାଣ କରି ଚାଇନାକୁ ଚ୍ୟାଲେଞ୍ଜ ଦେଇଛି ଭାରତ…

ନାପିଦ୍ୱ,୧୬।୫ : ମ୍ୟାନମାରରେ ଚାଇନାର ବଢୁଥିବା ପ୍ରଭାବକୁ ଏବେ ଭାରତ ଏକ କଡ଼ା ଚ୍ୟାଲେଞ୍ଜ ଦେଇଛି। ଭାରତର ସହଯୋଗରେ ନିର୍ମିତ ଏକ ବନ୍ଦର ଏଠାରେ କାର୍ଯ୍ୟକ୍ଷମ ହୋଇଛି। ଏହି ବନ୍ଦର ମ୍ୟାନମାରର ଅନ୍ତର୍ଜାତୀୟ ବାଣିଜ୍ୟକୁ ବୃଦ୍ଧି କରିବ। ଏହି ବନ୍ଦର ମ୍ୟାନମାରର ରାଖାଇନ ପ୍ରଦେଶରେ ନିର୍ମିତ । ଗତ ମଙ୍ଗଳବାର ସିଟୱେ ବନ୍ଦର ନାମକ ବନ୍ଦରରେ ପ୍ରଥମ କାର୍ଗୋ ଜାହାଜ ପହଞ୍ଚିଥିଲା। ଏହି ଜାହାଜ କୋଲକାତା ଠାରୁ ଯାତ୍ରା ଆରମ୍ଭ କରିଥିଲା। ଜାହାଜକୁ ସ୍ବାଗତ କରିବା ପାଇଁ ଭାରତ ଏବଂ ମ୍ୟାନମାରର ସାମରିକ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ।

ସିଟୱେ ବନ୍ଦର ହେଉଛି ଭାରତର ମଲ୍ଟି ମୋଡାଲ ଟ୍ରାଞ୍ଜିଟ ପରିବହନ ପ୍ରକଳ୍ପର ଏକ ଅଂଶ । ଏହି ପ୍ରକଳ୍ପ ଅଧୀନରେ କୋଲକାତା ଠାରୁ ମ୍ୟାନମାରର ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ଏକ ସମୁଦ୍ର ମାର୍ଗ ପ୍ରସ୍ତୁତ କରାଯାଇଛି। ସେହି ସ୍ଥାନରୁ ମ୍ୟାନମାରର ବିଭିନ୍ନ ସ୍ଥାନକୁ ସାମଗ୍ରୀ ପରିବହନ ପାଇଁ ସ୍ଥଳ ମାର୍ଗ ପ୍ରସ୍ତୁତ କରାଯାଉଛି। ଏଥିମଧ୍ୟରୁ ଗୋଟିଏ ରାସ୍ତା କାଲାଦାନ ନଦୀ ଦେଇ ଯିବାବେଳେ ଅନ୍ୟ ଏକ ରାଜପଥ ମଧ୍ୟ ନିର୍ମାଣ କରାଯାଉଛି। ଭାରତର ପରିବହନ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଏହି ସମୁଦ୍ର ମାର୍ଗ ସମାପ୍ତ ହେବା ପରେ ଭାରତର ଉତ୍ତର-ପୂର୍ବ ଅଞ୍ଚଳ ଦକ୍ଷିଣ-ପୂର୍ବ ଏସିଆ ସହିତ ସିଧାସଳଖ ସଂଯୁକ୍ତ ହୋଇଛି।

 

କାଲାଦାନ ପ୍ରକଳ୍ପ ନିର୍ମାଣ ପାଇଁ ଭାରତ ଏବଂ ମ୍ୟାନମାର ୨୦୦୮ରେ ଏକ ଚୁକ୍ତିନାମା ସୱାକ୍ଷର କରିଥିଲେ। ବନ୍ଦର ଖୋଲିବା ସମୟରେ ଭାରତୀୟ ଅଧିକାରୀମାନେ ଆଶା ପ୍ରକଟ କରିଛନ୍ତି ଏହା ଦେଶର ଉତ୍ତର-ପୂର୍ବ ଅଞ୍ଚଳକୁ ଭାରତ ମହାସାଗର ସହିତ ଯୋଡିବ ଏବଂ ସମଗ୍ର ଅଞ୍ଚଳରେ ଅର୍ଥନୈତିକ ବିକାଶ ପାଇଁ ପଥ ପରିଷ୍କାର କରିବ।

ବିଶ୍ଳେଷକମାନେ ସୂଚାଇ ଦେଇଛନ୍ତି ମ୍ୟାନମାର ମାଧ୍ୟମରେ ଚାଇନେ ମଧ୍ୟ ଭାରତ ମହାସାଗରରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ଚାଇନାର ବୈଦେଶିକ ମନ୍ତ୍ରୀ ଚିନ ଗ୍ୟାଙ୍ଗ ଚଳିତ ମାସର ପ୍ରଥମ ସପ୍ତାହରେ ମିଆଁମାର ଗସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri