Posted inଖେଳ

୮୯ ବର୍ଷ ହେବ ଏହି ସୁଯୋଗକୁ ଅପେକ୍ଷା କରିଛି ଭାରତ

ଲଣ୍ଡନ,୮।୮: ନଟିଂହାମ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ରବିବାର ପ୍ରଥମ ଟେଷ୍ଟର ଶେଷ ଦିନରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ଆହୁରି ୧୫୭ ରନ ସ୍କୋର କରିବାକୁ ଥିବାବେଳେ ହତରେ ୯ ଉଇକେଟ ବାକି ଅଛି । ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୨୭୮ରନ ଏବଂ ଦ୍ୱିତୀୟ ଇନିଂସରେ ୫୨ ରନ ସଂଗ୍ରହ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୧୮୩ ରନ ଏବଂ ଦ୍ୱିତୀୟ ଇନିଂସରେ ୩୦୩ ରନ ସଂଗ୍ରହ କରି ଭାରତ ଆଗରେ ୨୦୯ ରନ ଲକ୍ଷ୍ୟ ଧାର୍ଯ୍ୟ କରାଯାରିଛି।
ଟିମ ଇଣ୍ଡିଆ ୧୯୩୨ ପରଠାରୁ ଇଂଲଣ୍ଡରେ ଟେଷ୍ଟ ଖେଳୁଛି। ଇଂଲଣ୍ଡରେ ଏହା ହେଉଛି ଦଳର ୬୩ ତମ ଟେଷ୍ଟ। ଦଳ ମାତ୍ର ୭ ଟି ଟେଷ୍ଟ ଜିତିଥିବାବେଳେ ୩୪ ଟି ହାରିଛି। ୨୧ଟି ମ୍ୟାଚ ଡ୍ର ହୋଇଛି। ଟିମ ଇଣ୍ଡିଆ କେବଳ ସିରିଜର ପ୍ରଥମ ଟେଷ୍ଟ ଜିତି ସିରିଜର ଅଗ୍ରଣୀ ନେବାକୁ ଚାହୁଁନାହିଁ, ବରଂ ୮୯ ବର୍ଷର ଏକ ନୂଆ ସଫଳତା ମଧ୍ୟ କରିବାକୁ ଚାହୁଁଛି। ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଇଂଲଣ୍ଡରେ ୭ଟି ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଖେଳିଛି, କିନ୍ତୁ କୌଣସି ଗ୍ରାଉଣ୍ଡରେ ଜିତିବାର ରେକର୍ଡ ଭଲ ନୁହେ। ୮୯ ବର୍ଷରେ ପ୍ରଥମ ଥର ପାଇଁ, ଇଂଲଣ୍ଡର ଯେକୌଣସି ଗ୍ରାଉଣ୍ଡରେ ଟେଷ୍ଟରେ ହାରିବା ଅପେକ୍ଷା ଦଳ ଅଧିକ ବିଜୟ ହାସଲ କରିପାରିବ। ଯଦି ଟିମ ଇଣ୍ଡିଆ ପ୍ରଥମ ଟେଷ୍ଟରେ ଜିତେ, ତେବେ ନଟିଂହାମରେ ୮ଟି ମ୍ୟାଚରେ ଏହା ତୃତୀୟ ବିଜୟ ହେବ, ଦଳ ୨ଟି ମ୍ୟାଚରେ ହାରିଛି। ୩ଟି ମ୍ୟାଚ ଡ୍ର ହୋଇଛି। ଅର୍ଥାତ୍‌ ଏହି ଗ୍ରାଉଣ୍ଡରେ ଦଳ ପରାଜୟ ଅପେକ୍ଷା ଅଧିକ ବିଜୟ ହାସଲ କରିବାର ସୁଯୋଗ ପାଇବ। ଇଂଲଣ୍ଡର ଏଭଳି କୌଣସି ଗ୍ରାଉଣ୍ଡରେ ଟିମ ଇଣ୍ଡିଆ ଏହି ସଫଳତା କରିପାରି ନାହିଁ। ଲିଡ୍ସରେ ଦଳ ୬ଟି ମ୍ୟାଚ ମଧ୍ୟରୁ ୨ଟି ଜିତିଛି, ୩ରେ ହାରିଥିବାବେଳେ ଲର୍ଡସରେ ୧୮ଟି ଟେଷ୍ଟରେ ଦଳ ମାତ୍ର ୨ଟି ଟେଷ୍ଟ ଜିତିଛି, ୧୨ଟି ହାରିଛି। ଓଭାଲ ଗ୍ରାଉଣ୍ଡର ରେକର୍ଡକୁ ଦେଖିଲେ ଦଳ ୧୩ଟି ଟେଷ୍ଟରେ କେବଳ ଗୋଟିଏ ଜିତିଛି, ୫ଟିରେ ହାରିଛି । ଅନ୍ୟ ତିନୋଟି ସ୍ଥାନରେ ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ଟେଷ୍ଟ ଜିତି ନାହିଁ। ବର୍ମିଂହାମରେ ୭ ଟି ଟେଷ୍ଟ ଖେଳି ୬ଟି ହାରିଛନ୍ତି । ଏହା ବ୍ୟତୀତ ୯ଟି ମଧ୍ୟରୁ ୪ଟି ମଞ୍ଚେଷ୍ଟରରେ ହାରିଥିବାବେଳେ ସାଉଥମ୍ପଟନରେ ସମସ୍ତ ୩ ଟେଷ୍ଟ ମ୍ୟାଚ ହାରିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri